ନୂଆଦିଲ୍ଲୀ: Uttarakhand Assembly Election 2022: ଆଗାମୀ ବର୍ଷରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏଥିପାଇଁ ଚଳ ଚଞ୍ଚଳ ହୋଇଉଠିଛି ଏସବୁ ରାଜ୍ୟର ରାଜନୀତି । ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିଛନ୍ତି । ଏଥିପାଇଁ ନେତାମାନେ ନିଜ ନିଜ ଦଳର ସ୍ଥିତିକୁ ମଜଭୁତ କରିବା ପାଇଁ ଲଗାତର ମାନସ ମନ୍ଥନ କରୁଛନ୍ତି । ଏହି କ୍ରମରେ ଉତ୍ତରାଖଣ୍ଡରେ ମଧ୍ୟ କଂଗ୍ରେସ (Congress) ନିଜର ପ୍ରସ୍ତୁତି ଜୋରସରରେ ଆରମ୍ଭ କରିଛି । କିନ୍ତୁ ଦଳର ସଙ୍ଗଠନକୁ ନେଇ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ (Former Uttarakhand CM Harish Rawat) ଏପରି ଟ୍ୱିଟ୍ କରିଛନ୍ତି, ଯାହାକୁ ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ନିଜ ହଜିଯାଇପାରେ । 



COMMERCIAL BREAK
SCROLL TO CONTINUE READING

ହରିଶ ରାୱତ (Harish Rawat) ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କୁ ଦଳୀୟ ସଂଗଠନ ତରଫରୁ ସମର୍ଥନ ମିଳୁନାହିଁ । ଉତ୍ତରାଖଣ୍ଡ ନିର୍ବାଚନରେ ​​କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଥିବା କଂଗ୍ରେସ (Congress) ପାଇଁ ହରିଶ ରାୱତଙ୍କ ଟ୍ୱିଟ ଏକ ବଡ଼ ଝଟକା ବୋଲି ପ୍ରମାଣିତ ହୋଇପାରେ ।



ହରିଶ ରାୱତ (Harish Rawat) ଲେଖିଛନ୍ତି ଯେ, ସଂଗଠନ ଏକ ନକାରାତ୍ମକ ଭୂମିକା ଗ୍ରହଣ କରୁଛି ଓ ସହଯୋଗର ହାତ ବଢ଼ାଉ ନାହିଁ । ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (BJP) ର ସରକାର ଅଛି । ହରିଶ ରାୱତଙ୍କ ଟ୍ୱିଟରୁ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ଥିବାର କଥା ସାମ୍ନାକୁ ଆସୁଛି ଓ ଦଳର ନେତୃତ୍ୱ ତରଫରୁ କୌଣସି ସମାଧାନ ମିଳୁନାହିଁ । 



ତେବେ ଉତ୍ତରାଖଣ୍ଡ ନିର୍ବାଚନରେ ​​ହରିଶ ରାୱତ (Harish Rawat) କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । କିନ୍ତୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ଏପର୍ଯ୍ୟନ୍ତ କାହାର ନାମ ଘୋଷଣା କରିନାହିଁ । ୨୦୧୬ ମସିହାରେ ହରିଶ ରାୱତ ଉତ୍ତରାଖଣ୍ଡର ସପ୍ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ମନମୋହନ ସିଂଙ୍କ ସରକାରରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ରହିସାରିଛନ୍ତି ।


ଏହା ବି ପଢ଼ନ୍ତୁ:-ଓମିକ୍ରନ୍ ଆଣିବ କୋରୋନାର ମହାଲହର! ଜାଣନ୍ତୁ କେବେଠୁ ବଢ଼ିବାକୁ ଲାଗିବ ମାମଲା


ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ


ଏହା ବି ପଢ଼ନ୍ତୁ:-ଭଲ ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ଦର


ହରିଶ ରାୱତ (Harish Rawat) ମଧ୍ୟ କିଛି ସମୟ ପାଇଁ ପଞ୍ଜାବରେ କଂଗ୍ରେସର ପ୍ରଭାରୀ ଥିଲେ । ସେତେବେଳେ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଓ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଙ୍କ ମଧ୍ୟରେ ମତଭେଦ ଚରମରେ ଥିଲା । ପରେ ହରିଶ ରାୱତଙ୍କୁ ପ୍ରଭାରୀ ଦାୟିତ୍ୱରେ ରଖାଯାଇଥିଲା ।