ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ; ପୁଣି ବଦଳିବେ ମୁଖ୍ୟମନ୍ତ୍ରୀ! ଚର୍ଚ୍ଚାରେ ତୀରଥ ସିଂ ରାୱତଙ୍କ ଇସ୍ତଫା
Advertisement

ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ; ପୁଣି ବଦଳିବେ ମୁଖ୍ୟମନ୍ତ୍ରୀ! ଚର୍ଚ୍ଚାରେ ତୀରଥ ସିଂ ରାୱତଙ୍କ ଇସ୍ତଫା

ତିନିମାସ ପୂର୍ବେ ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ବର୍ତ୍ତମାନ ଦଳର ନେତୃତ୍ୱ ସଙ୍କଟ ଆସିଛି। ଏବେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖିଛନ୍ତି। ସୂତ୍ରାନୁସାରେ ଏହି ଚିଠିରେ ଲେଖିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି। ତେଣୁ ତାଙ୍କର ଇସ୍ତଫା ଗ୍ରହଣ କରାଯିବା ଉଚିତ୍।

ଫାଇଲ ଫଟୋ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ସଙ୍କଟ ବିଜେପିର ପିଛା ଛାଡୁନାହିଁ। ତିନିମାସ ପୂର୍ବେ ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ବର୍ତ୍ତମାନ ଦଳର ନେତୃତ୍ୱ ସଙ୍କଟ ଆସିଛି। ଏବେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖିଛନ୍ତି। ସୂତ୍ରାନୁସାରେ ଏହି ଚିଠିରେ ଲେଖିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି। ତେଣୁ ତାଙ୍କର ଇସ୍ତଫା ଗ୍ରହଣ କରାଯିବା ଉଚିତ୍।

ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏହାର ପୂର୍ବରୁ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ତିନି ଦିନ ହେଲା ଦିଲ୍ଲୀରେ ଡେରା ପକାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ସିଏମ୍ ରାୱତ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହି ବୈଠକ ସହିତ ରାଜ୍ୟରେ ଆଉ ଏକ ନେତୃତ୍ୱ ପରିବର୍ତ୍ତନର କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

Also Read: ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶେଷ ସନ୍ତକ 'ଡାକୋଟା'

ସୂଚନାନୁସାରେ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ଯଦି ତିରଥ ସିଂ ରାୱତ ତାଙ୍କ ପଦରେ ରହିବାକୁ ହେଲେ ୧୦ ସେପ୍ଟେମ୍ବର ସୁଦ୍ଧା ତାଙ୍କୁ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହେବା ସାମ୍ବିଧାନିକ ବାଧ୍ୟତାମୂଳକ। ପୌଡିରୁ ଲୋକସଭା ସାଂସଦ ଥିବା ତିରଥ ସିଂ ରାୱତ ଚଳିତବର୍ଷ ମାର୍ଚ୍ଚ ୧୦ରେ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ।

ଜେପି ନଡ୍ଡାଙ୍କୁ ଭେଟିବା ପରେ ରାୱତ କହିଛନ୍ତି ଯେ, ସେ ଦଳର ଅଧ୍ୟକ୍ଷଙ୍କ ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି। ରାଜ୍ୟରେ ଉପ-ନିର୍ବାଚନ କେବେ ଅନୁଷ୍ଠିତ ହେବ ସେନେଇ ପ୍ରଶ୍ନ ଉପରେ ରାୱତ କହିଛନ୍ତି ଯେ, କେବଳ ନିର୍ବାଚନ କମିଶନ ଏ ବାବଦରେ କୌଣସି ନିଷ୍ପତ୍ତି ନେଇପାରିବେ। ଦଳର କେନ୍ଦ୍ରୀୟ ନେତୃତ୍ୱ ଏ ବାବଦରେ ଯାହା ନିଷ୍ପତ୍ତି ନେବେ, ତାହା କାର୍ଯ୍ୟକାରୀ ହେବ।

Also Read: BJPକୁ ବାହୁଡିବେ ବିହାରୀ ବାବୁ! ହାତ ଓ ତୁଣ୍ଡରେ ନାହିଁ ତାଳମେଳ

ସୂଚନାନୁସାରେ, ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି।  ରାୱତ, ଗଙ୍ଗୋତ୍ରୀ ଆସନରୁ ଉପ-ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ବିଜେପି ବିଧାୟକ ଗୋପାଳ ସିଂ ରାୱତଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଛି। ଏଥି ସହ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରଦୟେଶଙ୍କ ମୃତ୍ୟୁ ହେତୁ ହଲଦ୍ୱାନୀ ଆସନ ଖାଲି ପଡିଛି। ଏହି ଦୁଇଟି ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ।

ବିକାଶନଗରର ବିଜେପି ବିଧାୟକ ତଥା ଦଳର ପୂର୍ବତନ ମୁଖପାତ୍ର ମୁନ୍ନା ସିଂ ଚୌହାନ କହିଛନ୍ତି, 'ରାଜ୍ୟରେ ଉପ-ନିର୍ବାଚନ ହେବ କି ନାହିଁ ତାହା ସ୍ଥିର କରିବା ନିର୍ବାଚନ ଆୟୋଗଙ୍କ ଅଧୀନରେ ଅଛି। ସବୁକିଛି ନିର୍ବାଚନ ଆୟୋଗ ଉପରେ ନିର୍ଭର କରେ।' ସେପଟେ ରାଜନୈତିକ ପର୍ଯ୍ୟବେକ୍ଷକ ମତରେ ଉତ୍ତରାଖଣ୍ଡର ସାମ୍ବିଧାନିକ ସଙ୍କଟ ଦୂର କରିବାକୁ ହେଲେ ମୁଖ୍ୟମନ୍ତ୍ରୀ ରାୱତଙ୍କ ସ୍ଥାନରେ ଜଣେ ବିଧାୟକ ଥିବା ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯିବା ଉଚିତ୍।

Also Read: Uttrakhand CM ଗାଦି ଛାଡିପାରନ୍ତି Tirath Singh Rawat

ଅନ୍ୟପଟେ ଆସନ୍ତାକାଲି ଅପାରାହ୍ଣ ୩ଟାରେ ଉତ୍ତରାଖଣ୍ଡର ବିଜେପି ବିଧାୟକ ଦଳର ବୈଠକ ବସିବ। ପ୍ରଦେଶ ଅଧ୍ୟକ୍ଷ ମଦନ କୌସିକ ଏହାର ନେତୃତ୍ୱ ନେବେ। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ଥୋମାର (Narendra Singh Tomar) ଙ୍କୁ ଉତ୍ତରାଖଣ୍ଡର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବିଜେପି ନିଯୁକ୍ତ କରିଛି। ସେ ମଧ୍ୟ ବିଜେପି ବିଧାୟକ ଦଳ ବୈଠକରେ ସାମିଲ ହେବେ।