WB Electoral Violence: ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା CBI
Advertisement

WB Electoral Violence: ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା CBI

ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣା ସହ ଅନ୍ୟାନ୍ୟ ଅପରାଧର ତଦନ୍ତ କରିବାକୁ ଗତ ଅଗଷ୍ଟ ୧୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରୀୟ ତଦନ୍ତାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ।

WB Electoral Violence: ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା CBI

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ ପରେ ହୋଇଥିବା ନିର୍ବାଚନୀ ହିଂସାକାଣ୍ଡକୁ ନେଇ ସରଗରମ ହୋଇଉଠିଥିଲା ପଶ୍ଚିମବଙ୍ଗ ରାଜନୀତି। ଏ ଘଟଣାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ମିଳିବା ପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। 

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election 2021) ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ଜଡି଼ତ ରହିଥିବା ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତାରୀ ସଂସ୍ଥା (Central Bureau of Investigation) ସିବିଆଇ (CBI)। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ବିଜେପି (BJP) କର୍ମକର୍ତ୍ତା ରହିଥିବା ଜଣାପଡି଼ଛି। ସେମାନଙ୍କ ବିରୁଦ୍ଧରେ ଟିଏମସି (TMC) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିବା ନେଇ ଅଭିଯୋଗ ରହିଛି।   

Also Read: BJP ମହିଳା ବୁଥ ଅଧ୍ୟକ୍ଷଙ୍କ ଘର ଉପରେ ଆକ୍ରମଣ, TMC ବିରୁଦ୍ଧରେ ଆସିଲା ଅଭିଯୋଗ

ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣା ସହ ଅନ୍ୟାନ୍ୟ ଅପରାଧର ତଦନ୍ତ କରିବାକୁ ଗତ ଅଗଷ୍ଟ ୧୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରୀୟ ତଦନ୍ତାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ (Calcutta High Court)। କୋର୍ଟ ନିର୍ଦ୍ଦେଶ ଆସିବା ପରେ ସିବିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ୩୧ ମାମଲା ଦାଏର କରିସାରିଛି। ସଦ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଥିବା ୧୧ ଅଭିଯୁକ୍ତ ଦୁଇଟି ମାମଲାରେ ଜଡିତ ରହିଥିଲେ।

ପ୍ରଥମ ମାମଲା ରାଜ୍ୟର କୁଚବିହାର (Cooch Behar) ଜିଲ୍ଲାର ତୁଫାନଗଞ୍ଜ ଥାନା ଅଞ୍ଚଳରେ ଘଟିଥିଲା। ସ୍ଥାନୀୟ ଅଞ୍ଚଳର ସହୀନୂର ଅହମ୍ମଦ ଏବଂ ପ୍ରସନଜିତ ସାହା ନାମକ ଦୁଇ ଜଣ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ଘରକୁ ଖାଇବାକୁ ଡାକି ସେମାନଙ୍କୁ ହତ୍ୟା କରାଯାଇଥିଲେ। ଗତ ମେ ୨ ତାରିଖରେ ରାଜ୍ୟ ବିଧାନନସଭା ନିର୍ବାଚନ ଫଳାଫଳ ପ୍ରକାଶିତ ହେବାର ୨ ଦିନ ପରେ ଅର୍ଥାତ ଗତ ମେ ୪ ତାରିଖରେ ଏହି ଘଟଣା ଘଟିଥିଲା। 

Also Read: Political Violence: ବିଗତ ୩ ବର୍ଷରେ ପଶ୍ଚିମବଙ୍ଗରେ ଯାଇଛି ଏତିକି ଜୀବନ

ସେହି ଦିନ ରାତିରେ ରାମ ପାଲ ନାମକ ଜଣେ ବିଜେପି କର୍ମକର୍ତ୍ତାଙ୍କ ଘରେ ୧୬ ଜଣ ଅନ୍ୟ ଅଭିଯୁକ୍ତ ଏକାଠି ହୋଇଥିଲେ। ସେମାନେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ଘରକୁ ଖାଇବାକୁ ଡାକିଥିଲେ। ଏହି  ସମୟରେ ସେମାନେ ପୂର୍ବରୁ ପ୍ରସ୍ତୁତ କରି ରଖିଥିଲା ଧାରୁଆ ଅସ୍ତ୍ର ସାହାଯ୍ୟରେ ଉଭୟଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ଗୁରୁତର ଅବସ୍ଥାରେ ମକା ଚାଷ କରାଯାଉଥିବା ଏକ ଜମିରେ ଫିଙ୍ଗି ଦେଇଥିଲେ।  

ଏହି ଘଟଣା ବାବଦରେ ଖବର ପଇବା ପରେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତ କରିଥିଲେ। ହେଲେ ସେଠାରେ ସହୀନୂର ଅହମ୍ମଦଙ୍କ ମୃତ୍ୟୁ ହୋଇଥିଲା। ଏ ଘଟଣାରେ ମୃତକଙ୍କ ପିତା ଅଭିଯୋଗ କରିବା ପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

Also Read: ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ

ସେହିପରି ଜିଲ୍ଲାର ଦିନହାଟା ଥାନା ଅଞ୍ଚଳରେ ଗତ ମେ ୩ ତାରିଖରେ ହର୍ଦନ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ  ଅର୍ଜୁନ ମୁଣ୍ଡା ନାମକ ଜଣେ ବ୍ୟକ୍ତି  ନିଜ ସାଥିରେ କେଉଁଆଡେ ନେଇଯାଇଥିଲା। ଏହା ପରେ ତାଙ୍କ ଶବ ରାଜାଘୋଡା ନଦୀ ନିକଟରୁ ମିଳିଥିଲା। ଏହି ମାମଲାରେ ସିବିଆଇ ୭ ଅଭିଯୁକ୍ତଙ୍କୁ ବାନ୍ଧିଛି।