'ମମତା ବୁଝି ସାରିଲେଣି ଯେ ବଙ୍ଗଳାରେ ବିଜେପିକୁ ରୋକିବା ପାଇଁ ଟିଏମସି ପାଖରେ ନାହିଁ କୌଣସି ବିକଳ୍ପ'
Advertisement
Article Detail0/zeeodisha/odisha829307

'ମମତା ବୁଝି ସାରିଲେଣି ଯେ ବଙ୍ଗଳାରେ ବିଜେପିକୁ ରୋକିବା ପାଇଁ ଟିଏମସି ପାଖରେ ନାହିଁ କୌଣସି ବିକଳ୍ପ'

ସୌଗତ ରାୟଙ୍କର ଏହି ବୟାନର ଜବାବରେ କଂଗ୍ରେସ (Congress) ତାଙ୍କୁ ନିଜ ଦଳ ଟିଏମସିକୁ ବିଳୟ କରିବାର ପରାମର୍ଶ ଦେଇଛି। ସେପଟେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ  (Adhir Ranjan Chaudhary) କହିଛନ୍ତି ଯେ ମମତା ବାନାର୍ଜୀ (Mamata Banerjee) ବୁଝି ସାରିଛନ୍ତି ଯେ ବଙ୍ଗଳାରେ ବିଜେପିକୁ ରୋକିବା ପାଇଁ ତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ ।

'ମମତା ବୁଝି ସାରିଲେଣି ଯେ ବଙ୍ଗଳାରେ ବିଜେପିକୁ ରୋକିବା ପାଇଁ ଟିଏମସି ପାଖରେ ନାହିଁ କୌଣସି ବିକଳ୍ପ'

କୋଲକାତା: West Bengal Assembly Polls 2021: ପଶ୍ଚିମବଙ୍ଗରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ସମସ୍ତ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ-ବାମ (Congress-Left) ଏକାଠି ମିଶି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ବଙ୍ଗଳାରେ ବିଜେପି (BJP) ଦିନକୁ ଦିନ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି । ମଜଭୁତ ହେଉଥିବାକୁ ବିଜେପିର ରଥକୁ ରୋକିବା ପାଇଁ ନିକଟ ଅତୀତରେ ତୃଣମୂଳ କଂଗ୍ରେସ (TMC) ର ବରିଷ୍ଠ ନେତା ସୌଗତ ରାୟ କଂଗ୍ରେସ-ବାମ ଦଳକୁ ଟିଏମସି ସହ ମିଶି ନିର୍ବାଚନ ଲଢ଼ିବାକୁ ଅପିଲ କରିଥିଲେ ।

ଅଧିକ ପଢ଼ନ୍ତୁ:-ଟଙ୍କା ନ ଦେଇପାରିବାରୁ ପାକିସ୍ତାନକୁ ଝଟକା ଦେଲା 'ବନ୍ଧୁ' ମାଲେସିଆ, ବିମାନ ଜବତ କରି ଯାତ୍ରୀଙ୍କୁ ଓହ୍ଲାଇଲା

ସୌଗତ ରାୟଙ୍କର ଏହି ବୟାନର ଜବାବରେ କଂଗ୍ରେସ (Congress) ତାଙ୍କୁ ନିଜ ଦଳ ଟିଏମସିକୁ ବିଳୟ କରିବାର ପରାମର୍ଶ ଦେଇଛି। ସେପଟେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ (Adhir Ranjan Chaudhary) କହିଛନ୍ତି ଯେ ମମତା ବାନାର୍ଜୀ (Mamata Banerjee) ବୁଝି ସାରିଛନ୍ତି ଯେ ବଙ୍ଗଳାରେ ବିଜେପିକୁ ରୋକିବା ପାଇଁ ତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ । ବିଜେପି ବିରୋଧରେ ଲଢ଼ିବାକୁ ହେଲେ ମମତା ବାନାର୍ଜୀଙ୍କ ନୁହେଁ ବରଂ କଂଗ୍ରେସର ନେତୃତ୍ୱରେ ଆସିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ଏହି ୬ଟି କାରଣରୁ ଏଥର ହାରିପାରନ୍ତି ମମତା ବାନାର୍ଜୀ

ଏହାପୂର୍ବରୁ ଅଧୀର ରଂଜନ ଚୌଧୁରୀ ରାଜ୍ୟରେ ବିଜେପିର ମଜଭୁତ ପାଇଁ ଶାସକ ଟିଏମସିକୁ ଦାୟୀ କରିଥିଲେ । ସେ କହିଥିଲେ ଯେ, ''ଟିଏମସି ସହ ମେଣ୍ଟ କରିବାକୁ ଆମେ ଆଗ୍ରହୀ ନୁହଁ । ଗତ ୧୦ ବର୍ଷ ଧରି ଆମର ବିଧାୟକ କିଣିବା ପରେ ତୃଣମୂଳ କଂଗ୍ରେସ ବର୍ତ୍ତମାନ କାହିଁକି ମେଣ୍ଟ କରିବାକୁ ଆଗ୍ରହୀ? ଯଦି ମମତା ବାନାର୍ଜୀ ବିଜେପି ବିରୋଧରେ ଲଢ଼ିବାକୁ ଇଚ୍ଛୁକ, ତେବେ ସେ କଂଗ୍ରେସରେ ଯୋଗଦେବା ଉଚିତ । କାରଣ ସାମ୍ପ୍ରଦାୟିକତା ବିରୋଧରେ ଲଢିବା ପାଇଁ ଏହା ଏକମାତ୍ର ଦେଶବ୍ୟାପୀ ମଞ୍ଚ ।''

ଅଧିକ ପଢ଼ନ୍ତୁ:-୫୦ ଲକ୍ଷ କର୍ମଚାରୀ ଓ ୬୧ ଲକ୍ଷ ପେନସନଭୋଗୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ

ସେ ଆହୁରି କହିଥିଲେ ଯେ, ରାଜ୍ୟରେ ଗେରୁଆକରଣ ବା ସାଫ୍ରୋନାଇଜେସନ୍ ଝଡ଼ରେ ତୃଣମୂଳ କଂଗ୍ରେସ (TMC) ପ୍ରକୃତରେ ଅସ୍ତବ୍ୟସ୍ତ ହୋଇଉଠିଛି । ଗୋଟିଏ ପରେ ଗୋଟିଏ ସାଂସଦ, ବିଧାୟକ ଏବଂ ଲୋକ ପ୍ରତିନିଧୀମାନେ ଟିଏମସି ଛାଡୁଛନ୍ତି । ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡିଛନ୍ତି । ଆଗକୁ ଛାଡ଼ିବା ପାଇଁ ଲମ୍ବା ଧାଡି ରହିଛି ।