• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ

ମମତାଙ୍କ ଆଗରେ ଫେଲ୍ ହେବ କି ବିଜେପି?

'ସି-ଭୋଟର' (C-Voter Opinion Poll) ଓପିନିଅନ ପୋଲରେ ପଶ୍ଚିମବଙ୍ଗର ମୋଟ ୨୯୫ଟି ଆସନ ମଧ୍ୟରୁ ଟିଏମସି (TMC) କୁ ୧୫୨ରୁ ୧୬୮ ଆସନ ମିଳିପାରେ ବୋଲି କୁହାଯାଇଛି । ଅନ୍ୟପକ୍ଷେ ବିଜେପି (BJP) ୧୦୪ରୁ  ୧୨୦ଟି ଆସନ ଏବଂ କଂଗ୍ରେସ + ବାମପନ୍ଥୀ ମେଣ୍ଟ (Congress-Left) ୧୮ରୁ ୨୬ଟି ଆସନ ପାଇପାରେ । ବେଙ୍ଗଲରେ ବିଜେପି କ୍ରମାଗତ ଭାବରେ CAA ପ୍ରସଙ୍ଗ ଉଠାଉଛି, କିନ୍ତୁ ଏହି କାର୍ଡ ମଧ୍ୟ ବିଫଳ ହେଉଥିବାର ନଜରକୁ ଆସୁଛି । 

ମମତାଙ୍କ ଆଗରେ ଫେଲ୍ ହେବ କି ବିଜେପି?

ନୂଆଦିଲ୍ଲୀ: ଯଦିଓ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି, କିନ୍ତୁ ସବୁଠାରୁ ମଜାଦାର ଲଢ଼େଇ ପଶ୍ଚିମବଙ୍ଗ (West Bengal Assembly Polls 2021) ରେ ଚାଲିଛି । ବଙ୍ଗଳାର ନିର୍ବାଚନକୁ ନେଇ ରାଜନୈତିକ ଦଳ ଠାରୁ ଆରମ୍ଭ କରି ରାଜନୈତିକ ପଣ୍ଡିତ ଯାଏ ସମସ୍ତେ ଏହାର ଅନ୍ତିମ ଫଳାଫଳକୁ ନେଇ ପୂର୍ବାନୁମାନ କରିବାରେ ଲାଗିଛନ୍ତି । ଏଥରର ଲଢ଼େଇ ମୁଖ୍ୟତଃ ଶାସକ ଦଳ  ତୃଣମୂଳ କଂଗ୍ରେସ (TMC) ଓ ଭାରତୀୟ ଜନତା ପାର୍ଟି (BJP) ମଧ୍ୟରେ ହେଉଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଘେରିବା ପାଇଁ ନୂଆ ନୂଆ ଘୋଷଣା ସହ ନାରା ଦେବାରେ ଲାଗିଛି ବିଜେପି । କିନ୍ତୁ ଯେଉଁଭଳି ଭାବେ ଓପିନିୟନ ପୋଲ ସର୍ଭେଗୁଡ଼ିକ ଆସିଛି, ତାହା ବିଜେପି ମଧ୍ୟରେ ନିରାଶ ସୃଷ୍ଟି କରିପାରେ । ବଙ୍ଗଳାରେ ପୁଣି ଥରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ସରକାର ଗଠନ ହୋଇପାରେ ବୋଲି ସର୍ଭେରୁ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Mamata Banerjee) ଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହ (Amit Shah) ପର୍ଯ୍ୟନ୍ତ ସମସ୍ତେ ରାଜ୍ୟରେ 'ପରିବର୍ତ୍ତନ'ର ସ୍ଲୋଗାନ ଲଗାଇବାରେ ବ୍ୟସ୍ତ ଅଛନ୍ତି, କିନ୍ତୁ ଏଥିରୁ ଜଣାପଡୁଛି ଯେ ରାଜ୍ୟବାସୀଙ୍କ ମନରେ ଆଉ କିଛି ଅଛି । ଏହାର ସବୁଠାରୁ ବଡ କାରଣ ହେଉଛି ବିଜେପି ସିଏମ ପ୍ରାର୍ଥୀ ଘୋଷଣା କରିନାହିଁ । କାରଣ ଦଳ ଏପର୍ଯ୍ୟନ୍ତ ମମତାଙ୍କ ଟକ୍କର କୌଣସି ଚେହେରା ଖୋଜି ପାଇନାହିଁ ।

ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ଖୁସି ଖବର!

'ସି-ଭୋଟର' (C-Voter Opinion Poll) ଓପିନିଅନ ପୋଲରେ ପଶ୍ଚିମବଙ୍ଗର ମୋଟ ୨୯୫ଟି ଆସନ ମଧ୍ୟରୁ ଟିଏମସି (TMC) କୁ ୧୫୨ରୁ ୧୬୮ ଆସନ ମିଳିପାରେ ବୋଲି କୁହାଯାଇଛି । ଅନ୍ୟପକ୍ଷେ ବିଜେପି (BJP) ୧୦୪ରୁ  ୧୨୦ଟି ଆସନ ଏବଂ କଂଗ୍ରେସ + ବାମପନ୍ଥୀ ମେଣ୍ଟ (Congress-Left) ୧୮ରୁ ୨୬ଟି ଆସନ ପାଇପାରେ । ବେଙ୍ଗଲରେ ବିଜେପି କ୍ରମାଗତ ଭାବରେ CAA ପ୍ରସଙ୍ଗ ଉଠାଉଛି, କିନ୍ତୁ ଏହି କାର୍ଡ ମଧ୍ୟ ବିଫଳ ହେଉଥିବାର ନଜରକୁ ଆସୁଛି । ବାସ୍ତବରେ ବଙ୍ଗଳାର ରାଜନୀତି ଉପରେ ଟିଏମସିର ମଜଭୁତ ସ୍ଥିତି ରହିଆସିଛି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ଥିବା ମମତା ରାଜ୍ୟରେ ଏକ ଦଶନ୍ଧି ଧରି କ୍ଷମତାରେ ଅଛନ୍ତି । ରାଜ୍ୟରେ ମୁସଲମାନ ଭୋଟରଙ୍କ ସଂଖ୍ୟା ମଧ୍ୟ ପ୍ରାୟ ୩୧ ପ୍ରତିଶତ ରହିଛି । ତେବେ ରାଜ୍ୟରେ ଅଣ-ବଙ୍ଗୀୟ ଭୋଟରଙ୍କ ସଂଖ୍ୟା ମଧ୍ୟ ବହୁତ ଅଛଛି । ମମତା ସମସ୍ତଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ଓ ଉନ୍ନତ ଶାସନ ଦେବାର ପାଇଁ ଭରସା ଦେଉଛନ୍ତି, ଯାହାକୁ ବିଜେପି ଭେଦିବାରେ ଅସଫଳ ହେଉଥିବାର ଦେଖିବାକୁ ମିଳୁଛି । 

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ଅନେକ ନିୟମ: ଦରମା, PF, LTC ଏବଂ ଗ୍ରାଚ୍ୟୁଇଟିରେ ହେବ ବଡ଼ ପରିବର୍ତ୍ତନ!

ନନ୍ଦିଗ୍ରାମରେ ହୋଇଥିବା ଆକ୍ରମଣ ଓ ଗୋଡରେ ଲାଗିଥିବା ଆଘାତକୁ ମଧ୍ୟ ମମତା ବାନାର୍ଜୀ ରାଜନୈତିକ ମୈଦାନରେ ଭାବନାତ୍ମକ କାର୍ଡ ଖେଳି ଦେଇଛନ୍ତି । ଆହତ ହେବା ପରେ ମଧ୍ୟ ସେ ପ୍ଲାଷ୍ଟର ଲଗାଯାଇଥିବା ଗୋଡରେ ୱିଲ୍ ଚେୟାର ସାହାଯ୍ୟରେ ନିର୍ବାଚନ ରାଲିରେ ବିଜେପି ଏବଂ କେନ୍ଦ୍ରକୁ ଘେରିବାରେ ଲାଗିଛନ୍ତି । ତାଙ୍କ ବିରୋଧରେ ବିଜେପି ନେତାଙ୍କ ବୟାନ ଦଳ ପାଇଁ ଅସୁବିଧା ସୃଷ୍ଟି କରୁଥିବାର ନଜରକୁ ଆସୁଛି ।

ଅଧିକ ପଢ଼ନ୍ତୁ:-ହୋଲି ଉପହାର! କର୍ମଚାରୀଙ୍କୁ ବିନା ସୁଧରେ ୧୦,୦୦୦ ଟଙ୍କା ଦେଉଛନ୍ତି ସରକାର

ଆଭ୍ୟନ୍ତରୀଣ ବିବାଦ ଯୋଗୁଁ ବିଜେପିକୁ ବର୍ତ୍ତମାନ କ୍ଷତି ହେଉଥିବାର ନଜରକୁ ଆସୁଛି । ଗତ କିଛି ମାସ ମଧ୍ୟରେ ଲଗାତର ଟିଏମସି ବିଦ୍ରୋହୀ  ସାଂସଦ ଓ ବିଧାୟକମାନେ ବିଜେପିରେ ଯୋଗ ଦେଇଛନ୍ତି । ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ମନେ କରନ୍ତି ଯେ ଏମାନଙ୍କ ପ୍ରତି ସେହି ଅଞ୍ଚଳର ଜନତା ଉଦାସୀନତା ଦେଖାଇ ପାରନ୍ତି । ଏଥି ସହିତ ବିଜେପିର ସ୍ଥାନୀୟ କର୍ମୀମାନେ ମଧ୍ୟ ବାହାର ଲୋକଙ୍କୁ ଟିକେଟ୍ ଦେବା କାରଣରୁ ବହୁତ ଅସନ୍ତୋଷ ଅଛନ୍ତି । କେନ୍ଦ୍ରୀୟ ନେତାମାନେ ସ୍ଥାନୀୟ ନେତାଙ୍କୁ ଅଣଦେଖା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ବିରୋଧ କରି ପାର୍ଟି କର୍ମୀମାନେ ଅତୀତରେ ନିଜ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ ।