ଅମିତ ଶାହଙ୍କ ସହ କିପରି କରିବେ ମୁକାବିଲା? 'ଦିଦି'ଙ୍କୁ ପରାମର୍ଶ ଦେଲେ ପାୱାର
Advertisement

ଅମିତ ଶାହଙ୍କ ସହ କିପରି କରିବେ ମୁକାବିଲା? 'ଦିଦି'ଙ୍କୁ ପରାମର୍ଶ ଦେଲେ ପାୱାର

ଶେଷରେ, କିଛି ଆଶ୍ଚର୍ଯ୍ୟଜନକ କିନ୍ତୁ ପ୍ରକୃତ ସାହାଯ୍ୟର ହାତ ବଢ଼ିଛି । ମହାରାଷ୍ଟ୍ରର ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ୱରେ ମେଣ୍ଟ ସରକାରର ମୁଖ୍ୟ ସ୍ଥପତି ଶରଦ ପାୱାର (Sharad Pawar) ନୂଆ ବର୍ଷରେ ଜାନୁଆରୀ ପ୍ରଥମ ସପ୍ତାହରେ କୋଲକାତା ଗସ୍ତ କରିବାକୁ ଯୋଜନା କରିଛନ୍ତି । ସେ ମମତା ବାନାର୍ଜୀଙ୍କ ସହ କୋଲକାତାରେ ଏକ ମିଳିତ ରାଲିକୁ ସମ୍ବୋଧିତ କରିବାକୁ ଯୋଜନା କରିଛନ୍ତି ।

ଅମିତ ଶାହଙ୍କ ସହ କିପରି କରିବେ ମୁକାବିଲା? 'ଦିଦି'ଙ୍କୁ ପରାମର୍ଶ ଦେଲେ ପାୱାର

ନୂଆଦିଲ୍ଲୀ: ଆଉ ଅଳ୍ପଦିନର ଅପେକ୍ଷା । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ (West Bengal Assembly Polls) ଅନୁଷ୍ଠିତ ହେବାର ଅଛି । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିଛନ୍ତି । ନୂଆ ବର୍ଷ ପ୍ରାରମ୍ଭରେ ବଙ୍ଗଳାରେ ରାଜନୈତିକ ଲଢ଼େଇ ଆହୁରି ଜୋରଦାର ହେବ । ଏହି କ୍ରମରେ ବିଜେପି (BJP) ସଂପୂର୍ଣ୍ଣ ବଳ ପଶ୍ଚିମବଙ୍ଗରେ କେନ୍ଦ୍ରିତ କରିଛି । ଦଳର ବରିଷ୍ଠ ନେତାମାନେ ବଙ୍ଗଳା ବିଜୟ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଅନ୍ୟପକ୍ଷେ ୬୫ ବର୍ଷୀୟ ମମତା ବାନାର୍ଜୀ (Mamata Banerjee) ବଙ୍ଗର ତୃତୀୟ ଥର ପାଇଁ  କ୍ଷମତା ପାଇବା ରାସ୍ତାରେ ସବୁଠାରୁ ବଡ ପ୍ରତିବନ୍ଧକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ଦେଖୁଛନ୍ତି । ଗତ କିଛି ସପ୍ତାହ ମଧ୍ୟରେ ତାଙ୍କ ଦଳର କିଛି ପ୍ରମୁଖ ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଯାହା ପରେ ମମତାଙ୍କ ଗଡ଼ରେ ଅସ୍ଥିରତା ଦେଖାଦେଇଛି ।

ଅଧିକ ପଢ଼ନ୍ତୁ:-ନୂତନ ବର୍ଷରେ ହଜାର ହଜାର କର୍ମଚାରୀ ହେବେ ପ୍ରଭାବିତ, ଏଠାକାର ସରକାର ପଦୋନ୍ନତି ଉପରେ ଲଗାଇଲେ ରୋକ

fallback

ଶେଷରେ, କିଛି ଆଶ୍ଚର୍ଯ୍ୟଜନକ କିନ୍ତୁ ପ୍ରକୃତ ସାହାଯ୍ୟର ହାତ ବଢ଼ିଛି । ମହାରାଷ୍ଟ୍ରର ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ୱରେ ମେଣ୍ଟ ସରକାରର ମୁଖ୍ୟ ସ୍ଥପତି ଶରଦ ପାୱାର (Sharad Pawar) ନୂଆ ବର୍ଷରେ ଜାନୁଆରୀ ପ୍ରଥମ ସପ୍ତାହରେ କୋଲକାତା ଗସ୍ତ କରିବାକୁ ଯୋଜନା କରିଛନ୍ତି । ସେ ମମତା ବାନାର୍ଜୀଙ୍କ ସହ କୋଲକାତାରେ ଏକ ମିଳିତ ରାଲିକୁ ସମ୍ବୋଧିତ କରିବାକୁ ଯୋଜନା କରିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁର ନୂଆ ରୂପକୁ ନେଇ ବଡ଼ ବୟାନ ଦେଲା WHO

ଉଭୟ ବାନାର୍ଜୀ ଏବଂ ପାୱାର କଂଗ୍ରେସ (Congress) ଛାଡି ସେମାନଙ୍କ ଆଞ୍ଚଳିକ ଦଳ ଗଠନ କରିଥିଲେ । ସଂଘୀୟ ଢାଞ୍ଚା ଉପରେ ମୋଦି ସରକାରଙ୍କ ଆକ୍ରମଣକୁ ସାମ୍ନାକୁ  ଆଣିବାକୁ ଦୁଇ ନେତା ଯୋଜନା କରିଛନ୍ତି । ଶରଦ ପାୱାର ଭାରତୀୟ ରାଜନୀତିରେ ଅନ୍ୟତମ ଲୋକପ୍ରିୟ ଯୋଦ୍ଧା ତଥା ସଞ୍ଚାଳକ, ଯାହାକୁ ପ୍ରଧାନମନ୍ତ୍ରୀ ଜଣେ "ରାଜନୈତିକ ଗୁରୁ" ଭାବରେ ବର୍ଣ୍ଣନା କରିଛନ୍ତି । ୮୦ ବର୍ଷ ବୟସରେ ବିଜେପି ମୁହଁରୁ ସରକାର ଛଡ଼ାଇ ମୋଦି-ଶାହଙ୍କ ନିର୍ବାଚନୀ କୌଶଳ ବିରୋଧରେ ଆଞ୍ଚଳିକ ଦଳଗୁଡିକ ପାଇଁ ଏକ ସଫଳ ଜୀବନ ପ୍ରଶିକ୍ଷକ ଭାବରେ ଉଭା ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-'ଦିଦି'ଙ୍କୁ ପୁଣି ଲାଗିଲା ବଡ଼ ଝଟକା, ବିଜେପି ପାଇଁ ସହଜ ହେଲା ଲଢ଼େଇ!

କେବଳ କିଛି ସପ୍ତାହ ପୂର୍ବୈ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ​​ବିଜେପି ଆକ୍ରମଣାତ୍ମକ ଭାବରେ ଦେଖା ଦେଇଥିଲା । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଙ୍କ ବିରୋଧରେ ପ୍ରଚାର କରିବା ପାଇଁ ସେଠାରେ ନିଜର ଶୀର୍ଷ ନେତାମାନଙ୍କୁ ମୈଦାନନରେ ଓହ୍ଲାଇଥିଲା। ଏହି ନିର୍ବାଚନରେ ​​ବିଜେପି ଏକ ବଡ଼ ସଫଳତା ହାସଲ କରିଛି । ଏହି ଅଭିଜ୍ଞତା ସମସ୍ତ ଆଞ୍ଚଳିକ ଦଳରେ ଭୟ ସୃଷ୍ଟି କରିଛି । ଯେଉଁମାନେ ସଂସଦର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ସହ ଏକଜୁଟ ହୋଇଛନ୍ତି କିମ୍ବା ସେମାନଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି କିମ୍ବା ଏହାକୁ ସାହାଯ୍ୟ କରିବାକୁ ଗୃହରେ ଭୋଟିଂରେ ଅଂଶ ଗ୍ରହଣ କରିନାହିଁ । ଏହି ଦଳଗୁଡ଼ିକରେ କେସିଆର, ଓଡିଶାର ନବୀନ ପଟ୍ଟନାୟକ ଏବଂ ତାମିଲନାଡୁର ଏମକେ ଷ୍ଟାଲିନ ଅଛନ୍ତି, ଯେଉଁଠାରେ ମେଗାଷ୍ଟାର ରଜନୀକାନ୍ତ ତାଙ୍କ ରାଜନୈତିକ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହା ବିଜେପି ପାଇଁ ମହତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ ।

ଅଧିକ ପଢ଼ନ୍ତୁ:-ପ୍ରଶାନ୍ତ କିଶୋରଙ୍କୁ କଡ଼ା ଚେତାବନୀ ଦେଲେ 'ଦିଦି'!

ଆଧିକାରୀକ ସୂତ୍ର ପୃଷ୍ଟି କରିଛି ଯେ ପାୱାର ଏହି ସମସ୍ତ ନେତାଙ୍କ ନିକଟରେ ପହଂଚିଛନ୍ତି । ବିଜେପି ଦ୍ୱାରା ସେମାନଙ୍କ ଅସ୍ତିତ୍ୱକୁ ନେଇ ବିପଦ ବିଷୟରେ ସଚେତନ କରାଇଛନ୍ତି ଏବଂ ସେମାନଙ୍କୁ ଏକାଠି ଏକ ବିଶାଳ ଛତା ତଳେ ଆଣିବାକୁ ଯୋଜନା କରୁଛନ୍ତି । ପାୱାର ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏହି ବିଷୟର ଉଦାହରଣ ରୂପେ ସାମ୍ନାକୁ ରଖି ବିଜେପି ବିହାରରେ କିପରି ବଡ ଭାଇ ଭାବରେ ଉଭା ହେବା ପାଇଁ ଜେଡିୟୁକୁ ବ୍ୟବହାର କରିଛି ।

ଅଧିକ ପଢ଼ନ୍ତୁ:-ବିଜେପି-ଜେଡିଏସ ମଧ୍ୟରେ ବନ୍ଧୁତା, କଂଗ୍ରେସ ପାଇଁ ଆଉ ଏକ ଝଟକା!

fallback

କୌତୁହଳର ବିଷୟ, ପାୱାର ଓ ବାନାର୍ଜୀ ଅଶୋକ ଗେହଲଟ୍, ଭୁପେଶ ବଘେଲ ଏବଂ ଅମରିନ୍ଦର ସିଂଙ୍କ ପରି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ପହଞ୍ଚିଛନ୍ତି । କିନ୍ତୁ ଗାନ୍ଧୀ ପରିବାର ନିକଟରେ ପହଞ୍ଚିବାରେ ସଫଳ ହୋଇପାରି ନାହାଁନ୍ତି । ନିକଟ ଅତୀତରେ କଂଗ୍ରେସରେ ଏକ ନୂତନ ସଙ୍କଟମୋଚକ ଭାବେ ଉଭା ହୋଇଥିବା କମଲ ନାଥଙ୍କ ସହିତ ପୱାର ମଧ୍ୟ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଜେଡିୟୁକୁ ଲାଗିଲା ବଡ଼ ଝଟକା, ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ୬ ବିଧାୟକ

fallback

ମନେ କରାଯାଉଛି ଯେ ଶରଦ ପାୱାର ମମତା ବାନାର୍ଜୀଙ୍କୁ ସାର୍ବଜନୀନ ଆକ୍ରୋଶକୁ ହ୍ରାସ କରିବା ଏବଂ ଅମିତ ଶାହଙ୍କ ବଙ୍ଗଳା ଗସ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବାକୁ ପରାମର୍ଶ ଦେଇଛନ୍ତି । ଅସାଧାରଣ ଭାବରେ ବାନାର୍ଜୀ ଧୈର୍ଯ୍ୟର ସହିତ ତାଙ୍କ କଥା ଶୁଣିଥିଲେ । ପାୱାରଙ୍କ ଦ୍ୱିତୀୟ ପରାମର୍ଶ ଥିଲା ଯେ ସେ ସର୍ବସାଧାରଣରେ ଘୋଷଣା କରିବା ଉଚିତ୍ ଯେ ତାଙ୍କ ପରିବାରର କୌଣସି ସଦସ୍ୟ କୌଣସି ପଦ ସମ୍ଭାଳିବେ ନାହିଁ । ଏହା ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବଢୁଥିବା ପ୍ରଭାବ ଏବଂ ସେହି ଆଧାର ଉପରେ ଅମିତ ଶାହଙ୍କ ଦ୍ୱାରା ଲଗାଯାଇଥିବା ବଂଶବାଦର ଅଭିଯୋଗର ପ୍ରତିହତ କରିବା ପାଇଁ ହେବ । ତୃଣମୂଳ କଂଗ୍ରେସ (TMC) ନେତାମାନେ କହିଛନ୍ତି ଯେ ଯଦିଓ ସେମାନେ ଏହି ଘୋଷଣା କରିଛନ୍ତି, ତଥାପି ଗଣମାଧ୍ୟମ ଜାଣିଶୁଣି ଏଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣାକୁ ଅଣଦେଖା କରୁଛନ୍ତି ।