ଜାତୀୟ ସଂଗୀତକୁ ଅପମାନ କଲେ ମମତା, ଥାନାରେ ମାମଲା
Advertisement

ଜାତୀୟ ସଂଗୀତକୁ ଅପମାନ କଲେ ମମତା, ଥାନାରେ ମାମଲା

ମମତା ବାନାର୍ଜୀ ତିନି ଦିନିଆ ଗସ୍ତରେ ମହାରାଷ୍ଟ୍ରରେ ଯାଇଥିଲେ। ଏହି ସମୟରେ ସେ ଏନସିପି ଏବଂ ଶିବସେନା ନେତାଙ୍କ ସହ ସାକ୍ଷାତ କରିଛନ୍ତି। ବିଜେପି ନେତା ପ୍ରତୀକ କର୍ପେ ଅଭିଯୋଗ କରିଛନ୍ତି ଯେ, ମମତା ବାନାର୍ଜୀ ବସିଥିବା ବେଳେ ଜାତୀୟ ସଂଗୀତ (National Anthem) ଗାଇବା ଆରମ୍ଭ କରି ୨-୪ ଧାଡିରେ ଗୀତ ଗାଇ ଏହାକୁ ବନ୍ଦ କରି ଦେଇଛନ୍ତି। 

ଫାଇଲ ଫଟୋ

ମୁମ୍ବାଇ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ମୁମ୍ବାଇ ଗସ୍ତ ସମୟରେ ଜାତୀୟ ସଂଗୀତକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ବୁଧବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ ବସି ଜାତୀୟ ସଂଗୀତ ଗାନ କରିବା ସହ ଅଧାରୁ ଛାଡି ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ମମତା ବାନାର୍ଜୀ ତିନି ଦିନିଆ ଗସ୍ତରେ ମହାରାଷ୍ଟ୍ରରେ ଯାଇଥିଲେ। ଏହି ସମୟରେ ସେ ଏନସିପି ଏବଂ ଶିବସେନା ନେତାଙ୍କ ସହ ସାକ୍ଷାତ କରିଛନ୍ତି। ବିଜେପି ନେତା ପ୍ରତୀକ କର୍ପେ ଅଭିଯୋଗ କରିଛନ୍ତି ଯେ, ମମତା ବାନାର୍ଜୀ ବସିଥିବା ବେଳେ ଜାତୀୟ ସଂଗୀତ (National Anthem) ଗାଇବା ଆରମ୍ଭ କରି ୨-୪ ଧାଡିରେ ଗୀତ ଗାଇ ଏହାକୁ ବନ୍ଦ କରି ଦେଇଛନ୍ତି। ପ୍ରତୀକ କର୍ପ ଟ୍ୱିଟ କରି କହିଛନ୍ତି, 'ଏହା ଜାତୀୟ ସଂଗୀତ ପ୍ରତି ଅପମାନ ନୁହେଁ କି? ଯେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବସି ଜାତୀୟ ସଂଗୀତ ଗାନ କରିଥିଲେ ସେତେବେଳେ ଉପସ୍ଥିତ ତଥାକଥିତ ବୁଦ୍ଧିଜୀବୀମାନେ କ’ଣ କରୁଥିଲେ? କେବଳ ଏତିକି ନୁହେଁ, ସେ ଆଗକୁ ଯାଇ ହଠାତ୍ ମଝିରେ ଅଟକି ଗଲେ।'

Also Read: ସମ୍ବିତ ପାତ୍ରଙ୍କୁ ନୂଆ ଦାୟିତ୍ୱ: ONGC ପରେ ITDC ସମ୍ଭାଳିବେ ଓଡ଼ିଆ ପୁଅ

ବିଜେପିର ପଶ୍ଚିମବଙ୍ଗ ୟୁନିଟ୍ ମଧ୍ୟ ଜାତୀୟ ସଂଗୀତକୁ ଅପମାନିତ କରିବା ପାଇଁ ମମତାଙ୍କୁ ଟାର୍ଗେଟ୍ କରିଛି। ବିଜେପି ବଙ୍ଗଳା ଟ୍ୱିଟ୍ କରି କହିଛି, 'ମମତା ବାନାର୍ଜୀ ପ୍ରଥମେ ବସିଥିଲେ, ତା’ପରେ ମଝିରେ ଉଠି ଜାତୀୟ ସଂଗୀତ ଗାଇବା ବନ୍ଦ କରିଦେଲେ। ଜଣେ ମୁଖ୍ୟମନ୍ତ୍ରୀ ଭାବରେ ସେ ବଙ୍ଗଳାର ସଂସ୍କୃତି, ଜାତୀୟ ସଂଗୀତ ତଥା ଦେଶ ଓ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କୁ ଅପମାନିତ କରିଛନ୍ତି।'

ମମତା ବାନାର୍ଜୀ ବୁଧବାର ଏନସିପି ମୁଖ୍ୟ ଶରଦ ପାୱାର (Sharad Pawar) ଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ବିରୋଧରେ ଏକ ନୂତନ ସାମ୍ମୁଖ୍ୟ ଗଠନ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ଏନସିପି ନେତା ପ୍ରଫୁଲ୍ଲ ପଟେଲ ମଧ୍ୟ ଉପସ୍ଥିତ ଥିଲେ।