• ଆସାମ: ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନର ବନ୍ଦ ଡାକରା
  • ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳର ସମର୍ଥନ
  • ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦେଶ
  • ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର
  • ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
  • କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ
  • ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ
  • କଟକ ମୁଣ୍ଡଳୀରେ ଅପରେଲନ ଗଜରାଜ
  • ଦଳରୁ ଅଲଗା ହୋଇଯାଇଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗର ଉଦ୍ୟମ ଜାରି

'ଦିଦି'ଙ୍କ ଖୋଲା ଚ୍ୟାଲେଞ୍ଜ, 'ଦମ୍ ଅଛି ତ ଜାତୀୟ ସଙ୍ଗୀତ ପରିବର୍ତ୍ତନ କରିଦେଖାଉ ବିଜେପି'

ବିଜେପି (BJP) କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଗେରୁଆ ଦଳ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ଏବଂ ଘୃଣାର ଏକ ନୂତନ ଧର୍ମ ସୃଷ୍ଟି କରିଛି । ଗୋର୍ଖାଲ୍ୟାଣ୍ଡ ପ୍ରସଙ୍ଗ ପାଇଁ ବିଜେପି କଦାପି ସ୍ଥାୟୀ ସମାଧାନ ଖୋଜି ପାରିବ ନାହିଁ । କେବଳ ତୃଣମୂଳ କଂଗ୍ରେସ (TMC) ଏହା କରିପାରିବ ।

'ଦିଦି'ଙ୍କ ଖୋଲା ଚ୍ୟାଲେଞ୍ଜ, 'ଦମ୍ ଅଛି ତ ଜାତୀୟ ସଙ୍ଗୀତ ପରିବର୍ତ୍ତନ କରିଦେଖାଉ ବିଜେପି'

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ମଙ୍ଗଳବାର ବିଜେପି (BJP) କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ସେ ଜାତୀୟ ସଂଗୀତ (National Anthem) ପରିବର୍ତ୍ତନ କରିଦେଖାଉ । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ (BJP MP Subramanian Swamy) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କୁ ଲେଖିଥିବା ଚିଠି ପ୍ରସଙ୍ଗରେ ସେ ଏହି କଥା କହିଛନ୍ତି । ସେ ଏକ ସଭାରେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଶରଣାର୍ଥୀଙ୍କ ଉପନିବେଶର ମାନ୍ୟତା ଦିଆଯାଇଛି, NRC, NPR କିମ୍ବା CAA କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ବିଜେପି (BJP) କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଗେରୁଆ ଦଳ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ଏବଂ ଘୃଣାର ଏକ ନୂତନ ଧର୍ମ ସୃଷ୍ଟି କରିଛି । ଗୋର୍ଖାଲ୍ୟାଣ୍ଡ ପ୍ରସଙ୍ଗ ପାଇଁ ବିଜେପି କଦାପି ସ୍ଥାୟୀ ସମାଧାନ ଖୋଜି ପାରିବ ନାହିଁ । କେବଳ ତୃଣମୂଳ କଂଗ୍ରେସ (TMC) ଏହା କରିପାରିବ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ କଂଗ୍ରେସକୁ ଲାଗିଲା ବଡ଼ ଝଟକା, ବିଜେପି ଜିତିଲା ୪୯ରୁ ୩୩ଟି ଆସନ

ନିକଟରେ ଜାତୀୟ ସଂଗୀତରେ ପରିବର୍ତ୍ତନ ଆଣିବା ପାଇଁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, "ଯଦି ଏପରି “ଦୁଃସାହସିକ କାର୍ଯ୍ୟ” କରାଯାଏ ତେବେ ରାଜ୍ୟବାସୀ ଉପଯୁକ୍ତ ଉତ୍ତର ଦେବେ । ସେମାନେ ଆମ ଦେଶର ଇତିହାସ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଏବଂ ବର୍ତ୍ତମାନ ଜାତୀୟ ସଂଗୀତକୁ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।"

ଅଧିକ ପଢ଼ନ୍ତୁ:-ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଆଇପିଏସ୍ ଅଧିକାରୀଙ୍କୁ ନିଜ ଭିତରେ ସେବା ଦେବାକୁ ଡକାଇ ରାଜ୍ୟର ଅଧିକାରରେ ହସ୍ତକ୍ଷେପ କରୁଛନ୍ତି । ସେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗକୁ ଦଙ୍ଗା ପ୍ରଭାବିତ ଗୁଜୁରାଟରେ ପରିଣତ କରିବାର ପ୍ରୟାସକୁ ସମାଲୋଚନା କରିଛନ୍ତି ।