• ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି
  • SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା
  • ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା
  • ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି
  • ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ, ୫ରୁ ୬ଟି ଟିମ୍ ଗଠନ ହୋଇଛି
  • ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩ଶହ ୭୯ ପଜିଟିଭ୍
  • ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ
  • ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ
  • ଆଗାମୀ ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
  • କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

'ନିର୍ବାଚନ ଫଳ ଆସିବା ପରେ ବଞ୍ଚିବାକୁ ଜୀବନ ଭିକ୍ଷା କରିବେ TMC ଗୁଣ୍ଡା'

ରାଜ୍ୟରେ କ୍ଷମତାସୀନ ଟିଏମସି ସରକାରକୁ ଉପାଡି ଫିଙ୍ଗିବା ପାଇଁ ବିଜେପିକୁ ସମର୍ଥନ ଦେବାକୁ ନିବେଦନ କରିଛନ୍ତି। 

'ନିର୍ବାଚନ ଫଳ ଆସିବା ପରେ ବଞ୍ଚିବାକୁ ଜୀବନ ଭିକ୍ଷା କରିବେ TMC ଗୁଣ୍ଡା'

କୋଲକାତା: ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ଏହିକ୍ରମରେ ମଙ୍ଗଳବାର ରାଜ୍ୟର ମାଲଦା ଠାରେ ଏକ ଜନସଭାକୁ ସମ୍ବୋଧିତ କରି ପଶ୍ଚିମବଙ୍ଗରେ କ୍ଷମତାସୀନ ଶାସକ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 

ମାଲଦା ଜନସଭାକୁ ସମ୍ବୋଧିତ କରି ବିଜେପି ଫାୟରବ୍ରାଣ୍ଡ ନେତା (BJP Firebrand Leader) ତଥା ୟୁପି ସିଏମ ଯୋଗୀ (UP CM Yogi) କହିଛନ୍ତି ପଶ୍ଚିମବଙ୍ଗ (West Bengal) ମାଟିରେ ଜୟ ଶ୍ରୀ ରାମ (Jay Shree Ram) ନାରା ଲଗାଇବାକୁ ରୋକାଯାଉଛି। ଉତ୍ତର ପ୍ରଦେଶରେ ରାମଭକ୍ତଙ୍କ ଉପରେ ଗୁଳି ଚଲାଇଥିବା ଲୋକଙ୍କ ଅବସ୍ଥା କ'ଣ ହୋଇଛି ତାହା ସମସ୍ତେ ଜାଣନ୍ତି। ସମୟ ଥଲା ଉତ୍ତର ପ୍ରଦେଶରେ ରାମଙ୍କ ନାଁ ନେବାକୁ ପ୍ରତିବନ୍ଧକ ଲଗାଯାଇଥିଲା। ହେଲେ ଏପରି ଆତ୍ମଘାତୀ ପଦକ୍ଷେପର ପଶ୍ଚିମବଙ୍ଗରେ କାହିଁକି ନିଆଁଯାଉଛି ତାହା ଜଣାପଡୁନାହିଁ।             

Also Read: Gujurat Local Body Election: Godhra ପୌରପାଳିକାରେ ଖାତା ଖୋଲିଲା AIMIM                      

ବର୍ତ୍ତମାନ ପଶ୍ଚିମବଙ୍ଗରେ ଅରାଜକତା ଚାଲିଛି। ରାଜ୍ୟରେ କ୍ଷମତାସୀନ ମମତା ସରକାର ସତ୍ୟର ସାଥ ଦେଉନାହାଁନ୍ତି। ଯେତେବେଳେ ପାକିସ୍ତାନ, ବାଲାଂଦେଶ ଆଦି ଦେଶରୁ ଧାର୍ମୀକ ଉତ୍ପୀଡନନ ଶିକାର ହୋଇ ଭାରତକୁ ଚାଲି ଆସୁଥିବା ସେଠାକାର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଲାଗି ସଂଶୋଧିତ ନାଗରିକତା ଆଇନ ଅଣାଯାଇଥିଲା ସେତେବେଳେ ଏଠାରେ ଦଙ୍ଗା ଭଳି ସ୍ଥିତି ଉପୁଜିଥିଲା। ଏଠାରେ ଲଭ ଜୀହାଦ ଭଳି ଘଟଣାକୁ ପ୍ରଶୟ ଦିଆଯାଉଛି। ଏଠାକାର ସରକାର ଅପରାଧିଙ୍କୁ ସଂରକ୍ଷଣ ଦିଆଯାଉଛି। ରାଜ୍ୟରେ କ୍ଷମତାସୀନ ଟିଏମସି ସରକାରକୁ ଉପାଡି ଫିଙ୍ଗିବା ପାଇଁ ବିଜେପିକୁ ସମର୍ଥନ ଦେବାକୁ ନିବେଦନ କରିଛନ୍ତି।       

ଗତ ବର୍ଷ ଅଗଷ୍ଟ ୫ ତାରିଖରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି। ଏଥିଲାଗି ଆପଣଙ୍କ ପକ୍ଷରୁ ଦିଆଯାଇଥିବା ସହଯୋଗ ରାଶି ପ୍ରାପ୍ତ ହୋଇଛି। ଆପଣ ବିଜେପିକୁ ସରକାର ଗଠନ କରିବରେ ସହଯୋଗ କରନ୍ତୁ। ଦେଖିବେ ପରିବର୍ତ୍ତନ ମାସକ ମଧ୍ୟରେ ଆସିବ। ରାଜ୍ୟରେ ଜଣେ ବୁଢୀ ମା' ଉପରେ ଟିଏମସି ଗୁଣ୍ଡା ଆକ୍ରମଣ କରିଥିଲେ। ହେଲେ ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ସରକାର ଏ ଘଟଣାରେ କୌଣସି ଆକ୍ସନ ନେଇନାହାଁନ୍ତି। ଆଗାମୀ ମେ ୨ ତାରିଖ ପରେ ଟିଏମସି ସମର୍ଥିତ ଗୁଣ୍ଡା ବଞ୍ଚିବା ଲାଗି ଜୀବନ ଭିକ୍ଷା କରିବେ। ସେହି ଦିନ ପଶ୍ଚିମବଙ୍ଗ ବିଧାନସଭା ନିବାଚନ ଲାଗି ଭୋଟ ଗଣନା କରାଯିବ।  

Also Read: 'ମୋଦି-ଶାହ ହେଉଛନ୍ତି ରାବଣ-ଦାନବ'

ପଶ୍ଚିମବଙ୍ଗର ଅବସ୍ଥା ଲାଗି ରାଜ୍ୟକୁ ଶାସନ କରିଥିବା ଟିଏମସି-ବାମପନ୍ଥୀ ସରକାର ଦାୟୀ ବୋଲି ମାଲଦା ଜନସଭାକୁ ସମ୍ବୋଧିତ କରି କହିଛନ୍ତି ୟୁପି ସିଏମ ଯୋଗୀ।  ଉତ୍ତର ପ୍ରଦେଶ ଆଜି ଅର୍ଥନୈତିକ କ୍ଷେତ୍ରରେ ଦେଶର ଦ୍ୱିତୀୟ ସର୍ବବୃହତ୍ତ ରାଜ୍ୟ ଭାବେ ଉଭା ହୋଇଛି। ହେଲେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ସରକାର ରାଜ୍ୟର ବିକାଶ ଲାଗି କୌଣସି ରୁଚି ଦେଖାଉନାହାଁନ୍ତି। କାଶ୍ମୀର ଘାଟିରୁ ୩୭୦ ହଟାଇବା ପାଇଁ ମୋଦି ସରକାର କାର୍ଯ୍ୟ କରିଛନ୍ତି। କାଶ୍ମୀରର ମୁକ୍ତି ପାଇଁ ଏକ ଆନ୍ଦୋଳନ ହୋଇଥିଲା। କାଶ୍ମୀର ମଧ୍ୟ ଭାରତୀୟ ବ୍ୟବସ୍ଥା ସହିତ ଯାଇ ବିକାଶର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି।   

କେନ୍ଦ୍ର ସରକାରଙ୍କ ପ୍ରଣୀତ ଯୋଜନାର ଲାଭ ଏଠାକାର ଲୋକଙ୍କ ଦେବାରେ ଏଠାକାର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୪୦ ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦିଆଯାଇଛି। ଏଠାକାର ଗରିବ ଲୋକ ଏହି ଯୋଜନାର ଲାଭ ପାଇ ପାରୁନାହାଁନ୍ତି। ଉତ୍ତର ପ୍ରଦେଶରେ ୬ କୋଟି ଲୋକ ସ୍ୱାସ୍ଥ୍ୟ ବୀମା ଲାଭ ପାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାର ଲାଭ ପଶ୍ଚିମବଙ୍ଗରେ ବସବାସ କରୁଥିବା ଲୋକଙ୍କୁ କାହିଁକି ଦିଆଯାଉନାହିଁ। 

Also Read: ବୁଡି ଯାଉଥିବା ଦିଦିଙ୍କୁ ଜଗନ୍ନାଥ ଭରସା!

ୟୁପି ସିଏମ୍ କହିଛନ୍ତି, ଆମେ ପଶ୍ଚିମବଙ୍ଗ ଭାଇଭଉଙ୍କ ସହ ମିଶିବାକୁ ଏଠାକୁ ଆସିଛୁ। ଏଠାକାର  ମାଟି ପରିବର୍ତ୍ତନ ଭୂମି ଭାବେ ଜଣାଶୁଣା। ଆମେ ପଶ୍ଚିବଙ୍ଗକୁ ତୁଷ୍ଟିକରଣ ରାଜନୀତିର ଶିକାର ହେବାକୁ ଦେବୁନାହିଁ। ୟୁପିରେ କୌଣସି ଗା ହତ୍ୟା କରାଯାଉନାହିଁ। କାରଣ ଗତ ୨୦୧୭ ନିର୍ବାଚନ ପରେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ୨୪ ଘଣ୍ଟା ମଧ୍ୟରେ ଏହି କାରବାରକୁ ବନ୍ଦ କରି ଦେଇଥିଲା। ଏହା ମଧ୍ୟ ଏଠାରେ ଘଟିବ। ବିଗତ ୪ ବର୍ଷ ଧରି ୟୁପିରେ କୌଣସି ଦଙ୍ଗା ହୋଇନାହିଁ। ହେଲେ ପଶ୍ଚିମବଙ୍ଗରେ ଦୁର୍ଗାପୂଜା ନିଷେଧ ହେଲେ ମହରାମ ପଦଯାତ୍ରା ଅନୁମତିପ୍ରାପ୍ତ। ହେଲେ ଭାରତରତର ଆସ୍ଥା ବିଶ୍ୱାସ ସହ କୌଣସି ପ୍ରକାର ଅଣଦେଖାଯିବ କରାଯିବ ନାହିଁ।