• ତୃତୀୟ ଟି-୨୦ରେ ବାଜି ମାରିଲା ଶ୍ରୀଲଙ୍କା
  • ଶେଷ ମ୍ୟାଚ୍ ସହ ସିରିଜ୍ ହାତେଇଲା ସିଂହଳୀ ଟିମ୍
  • ୨-୧ରେ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ
  • ପାଠ ପାଇଁ ନୂଆ ନୀତି
  • ପ୍ରଧାନମନ୍ତ୍ରୀ କହିଲେ, ଗାଁ ଗାଁରେ ପହଂଚିବ ପ୍ଲେ ସ୍କୁଲ
  • ଖେଳରେ ଖେଳରେ ପିଲା ପଢ଼ିବେ ପାଠ
  • ସତ୍ୟନାରାୟଣଙ୍କୁ ଏନସିବି ଡିଜି ଅତିରିକ୍ତ ଦାୟିତ୍ୱ ପ୍ରଦାନ
  • ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ସଂସଦ
  • ଗତ ୭ ଦିନ ଭିତରେ ମାତ୍ର ୧୨ ଘଣ୍ଟା ଚାଲିପାରିଛି ସଂସଦର ଉଭୟ ସଦନ
  • ଦେଶୀ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସଙ୍ଗ

CM ଙ୍କ ପରେ Speaker-MLA ଙ୍କ ଟାର୍ଗେଟରେ West Bengal Governor

ସଂସଦୀୟ ଗଣତନ୍ତ୍ର ଏବଂ ଗୃହକାର୍ଯ୍ୟ ସହ ଜଡିତ ମାମଲାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଅତ୍ୟଧିକ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଧାନସଭା ବାଚସ୍ପତି ।

CM ଙ୍କ ପରେ Speaker-MLA ଙ୍କ ଟାର୍ଗେଟରେ West Bengal Governor

ନୂଆଦିଲ୍ଲୀ: ରାଜନୈତିକ ହିଂସାକାଣ୍ଡ ହେଉ ଅଥବା ଅନ୍ୟ କୌଣସ ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଅନେକ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିସାରିଛନ୍ତି ରାଜ୍ୟପାଳ। ଅନ୍ୟପଟେ ରାଜ୍ୟପାଳଙ୍କୁ ଜବାବ ଦେବା ଲାଗି କେତେବେଳେ ମଧ୍ୟ ପଛଘୁଞ୍ଚା ଦେଇନାହାଁନ୍ତି ପଶ୍ଚିମବଙ୍ଗ ସରକାର।

ସଦ୍ୟ ଏହାର ଉଦାହରଣ ପୁନର୍ବାର ଦୃଶ୍ୟମାନ ହୋଇଛି। ବିଭିନ୍ନ ଘଟଣାକୁ ନେଇ ଲଗାତାର ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ (West Bengal Governor) ଜଗଦୀପ ଧନକଡ଼ (Jagdeep Dhankhar)। ସେ ଉଠାଉଥିବା ବିଭିନ୍ନ ବିଭିନ୍ନ ପ୍ରସଙ୍ଗର ଜବାବ ଦେବା ଜାରି ରଖିଛନ୍ତି (West Bengal Govt) ପଶ୍ଚିମବଙ୍ଗ ସରକାର। ଆଉ ଏବେ ଏହି ରାଜନୈତିକ ବୟାନବାଜି ପ୍ରକ୍ରିୟାରେ ଯୋଡି ହୋଇଯାଇଛନ୍ତି ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି (West Bengal Assembly Speaker) ବିମାନ ବାନାର୍ଜୀ (Speaker Biman Banerjee)। 

Also Read: Political Violence: ପରିସ୍ଥିତି ବାବଦରେ କେନ୍ଦ୍ରକୁ ଅବଗତ କରାଇଲେ WB Governor

ସଂସଦୀୟ ଗଣତନ୍ତ୍ର (Parliamentary Democracy) ଏବଂ ଗୃହକାର୍ଯ୍ୟ ସହ ଜଡିତ ମାମଲାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଅତ୍ୟଧିକ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବିଧାନସଭା ବାଚସ୍ପତି ବାନାର୍ଜୀ।  ଏ ବାବଦରେ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ (Lok Speaker Om Birla) ଦୃଷ୍ଟି ଆକର୍ଷଣ କରିଛନ୍ତି। ମଙ୍ଗଳବାର ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜିତ ହୋଇଥିବା ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏପରି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି। 

ଏନେଇ ସେ କହିଛନ୍ତି ଏହି ସମ୍ମିଳନୀରେ ଯୋଗ ଦେବା ଅବସରରେ ମୁଁ ସଂସଦୀୟ ଗଣତନ୍ତ୍ର ଏବଂ ଗୃହକାର୍ଯ୍ୟ ସହ ଜଡିତ ମାମଲାରେ ରାଜ୍ୟପାଳଙ୍କ ଦ୍ୱାରା କରାଯାଉଥିବା ହସ୍ତକ୍ଷେପ ବାବଦରେ ଲୋକସଭା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିଧାନସଭାରେ ପାରିତ ହୋଇଥିବା ଅନେକ ବିଧେୟକ ରାଜଭବନ ଠାରେ ଅଟକି ରହିଛି। କାରଣ ରାଜ୍ୟପାଳ ଏହି ପ୍ରସ୍ତାବରେ ହସ୍ତାକ୍ଷର କରିନାହାଁନ୍ତି। ରାଜ୍ୟ ସରାକାରଙ୍କ ସହ ରାଜ୍ୟପାଳ ଏକ ସଂଘର୍ଷପୂର୍ଣ୍ଣ ସମ୍ପର୍କ ରଖିଛନ୍ତି। ପଶ୍ଚିମବଙ୍ଗର ରାଜନୈତିକ ଇତିହାସରେ ଏଭଳି ଘଟଣା କେବେ ଦେଖିବାକୁ ମିଳିନାହିଁ। 

Also Read: ପଶ୍ଚିମବଙ୍ଗରୁ ଲୋପ ପାଇଗଲାଣି ଗଣତନ୍ତ୍ର: ରାଜ୍ୟପାଳ

ପ୍ରଥମେ ମୁଖ୍ୟମନ୍ତ୍ରୀ ପରେ ବାଚସ୍ପତି ଏବେ ବିଧାୟକ ମଧ୍ୟ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୁଦ୍ଧରେ ଦୋଷାରୋପ କରିବାକୁ ପଛେଇ ନାହାଁନ୍ତି। ଦୀର୍ଘ ସମୟ ଧରି ଆମେ ଦାବି କରିଆସୁଛି ବର୍ତ୍ତମାନର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଉ। କାରଣ ସେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ହାତବାରିସି ଭାବେ କାର୍ଯ୍ୟ କରିବା ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟିଏମସି ବିଧାୟକ ତାପସ ରାୟ (TMC MLA Tapas Ray)।  

ଅନ୍ୟପଟେ ଶାସକ ଟିଏମସି ପକ୍ଷରୁ ରାଜ୍ୟପାଳଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛି ରାଜ୍ୟ ବିଧାନସଭାର ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ବିଜେପି (BJP)। ଏ ମାମଲାରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି ରାଜ୍ୟରେ ଦେଖାଯାଇଥିବା ଅରାଜକତା ବାବଦରେ ରାଜ୍ୟପାଳ ପର୍ଦ୍ଦାଫାଶ କରିଥିବାରୁ ଶାସକ ଦଳର ପ୍ରକୃତ ମୁଖା ଖୋଲିଯାଇଛି। ପୂର୍ବରୁ ସେମାନେ ରାଜ୍ୟପାଳଙ୍କ ବିରୁଦ୍ଧରେ ଏପରି ଭିତ୍ତିହୀନ ଅଭିଯୋଗ ଆଣିସାରିଛନ୍ତି।

Also Read: Political Violence ଘଟଣାରେ ଥରୁଛି West Bengal; ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ Governor

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Elelction 2021) ପୂର୍ବରୁ ଏବଂ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ। ଏପରିକି ବିନା ସରକାରୀ ସହାୟତାରେ ରାଜ୍ୟର ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ନିଜେ ପରିଦର୍ଶନ କରିଥିଲେ ସେ। ଏପରିକି ଚଳିତ ମାସ ୧୯ ତାରିଖ ଶନିବାର ଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଆଇନଶୃଙ୍ଖଳା ବାବଦରେ ଅବଗତ କରାଇଥିଲେ।