• କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଚାରିପାଖରେ ଓ ରଥଦାଣ୍ଡରେ ୧୪୪ ଧାରା ଲାଗୁ
  • ସ୍ନାନ ପୂର୍ଣ୍ଣିମା ପାଇଁ ଶୁକ୍ରବାର ସକାଳ ୭ ଯାଏ କଟକଣା
  • ସ୍ନାନପୂର୍ଣ୍ଣିମା ଛେରାପହଁରା ନୀତି କରିବାକୁ ଆସିବେନି ଗଜପତି ଦିବ୍ୟସିଂହ ଦେବ
  • ପରମ୍ପରା ଅନୁଯାୟୀ ମୁଦିରସ୍ତ କରିବେ ଛେରାପହଁରା
  • ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା: ହାଇକୋର୍ଟ
  • ହାଇକୋର୍ଟଙ୍କ ଅନିଚ୍ଛା ପ୍ରକାଶ ପରେ ସୁପ୍ରିମକୋର୍ଟ ଯିବ ରଥଯାତ୍ରା ମାମଲା
  • ‘ସବୁ ଜୀବନ ମୂଲ୍ୟବାନ’ : ମୁଖ୍ୟମନ୍ତ୍ରୀ
  • ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ୧୦% ରିହାତି
  • ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଗିରଫ
  • ଆତଙ୍କବାଦୀ ହାଫିଜ ସୟିଦ ଘର ନିକଟରେ ବିସ୍ଫୋରଣ, ୨ ମୃତ

West Bengal Assembly: ମୁଖ୍ୟମନ୍ତ୍ରୀଙ୍କ ପରେ ଶପଥ ନେଲା ରାଜ୍ୟ ମନ୍ତ୍ରୀମଣ୍ଡଳ

ରାଜଭବନ ପରିସରରେ ମୁଖମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୦ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। 

West Bengal Assembly: ମୁଖ୍ୟମନ୍ତ୍ରୀଙ୍କ ପରେ ଶପଥ ନେଲା ରାଜ୍ୟ ମନ୍ତ୍ରୀମଣ୍ଡଳ

କୋଲକାତା: ଚଳିତ ବର୍ଷ ମେ ୧୦ ତାରିଖ ସୋମବାର ରାଜଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ। ଏହା ପୂର୍ବରୁ ଗତ ମେ ୫ ତାରିଖ ବୁଧବାର କ୍ରମାଗତ ଭାବେ ତୃତୀୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ସେ।    

ରାଜଭବନ ପରିସରରେ ପଶ୍ଚିମବଙ୍ଗ ମୁଖମନ୍ତ୍ରୀ (West Bengal Chief Minister) ମମତା ବାନାର୍ଜୀଙ୍କ (CM Mamata Banerjee) ସମେତ ତାଙ୍କ କ୍ୟାବିନେଟର ୪୦ ଜଣ ମନ୍ତ୍ରୀ (CM Mamata Banerjee Third Ministry) ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ୩ ଜଣ ମନ୍ତ୍ରୀ ଭର୍ଚ୍ୟୁଆଲ ବ୍ୟବସ୍ଥା ମାଧ୍ୟମରେ ଶପଥ ନେଇଛନ୍ତି। ଏଥରର ମନ୍ତ୍ରୀମଣ୍ଡଳରେ ଦଳର ୧୫ ଜଣ ନୂଆ ନେତାଙ୍କୁ ସ୍ଥାନ ଦେଇଛନ୍ତି ଶାସକ ତୃଣମୂଳ କଂଗ୍ରେସ (Trinamool Congress-TMC) ଟିଏମସି ସୁପ୍ରିମୋ (TMC Supremo)।

Also Read: ମେ ୫ ତାରିଖରେ Third Innings ଆରମ୍ଭ କରିବେ Mamata Banerjee

ପଶ୍ଚିମବଙ୍ଗ ରାଜ୍ୟପାଳ (West Bengal Governor) ଜଗଦୀପ ଧନକଡଙ୍କ (Jagdeep Dhankhar)। ଉପସ୍ଥିତିରେ ଆୟୋଜିତ ହୋଇଥିବା ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହରେ ନିଜେ ଉପସ୍ଥିତ ରହିଥିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। କୋରୋନା ଆକ୍ରାନ୍ତ ହୋଇଥିବା ବ୍ରାତ୍ୟା ବସୁ, ରଥିନ ଘୋଷ ଏବଂ ନିର୍ବାଚନରେ ନଲଢି ମନ୍ତ୍ରୀ ହୋଇଥିବା ଡ.ଅମିତ ମିତ୍ରା ଭର୍ଚ୍ୟୁଆଲ ବ୍ୟବସ୍ଥା ମାଧ୍ୟମରେ ଶପଥ ଗ୍ରହଣ କରିଛନ୍ତି।

ରାଜଭବନରେ ଶପଥ ନେଇଥିବା ମନ୍ତ୍ରୀ ହେଉଛନ୍ତି ସୁବତ୍ର ମୁଖାର୍ଜୀ, ପାର୍ଥ ଚାଟାର୍ଜୀ, ଫିରହାଦ ହକିମ, ଜ୍ୟୋତି ପ୍ରିୟା ମଲ୍ଲିକ, ମଳୟ ଘଟକ, ଅରୂପ ବିଶ୍ୱାସ, ଶଶି ପାଞ୍ଜା, ଜାଭେଦ ଅହମ୍ମଦ ଖାନ। ଭର୍ଚ୍ୟୁଆଲ ଶପଥ ନେଇଥିବା ଅମିତ ମିତ୍ରା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ସରକାରର ବିଗତ ୨ଟି କାର୍ଯ୍ୟକାଳରେ ଅର୍ଥ ବାଣିଜ୍ୟ, ଉଦ୍ୟୋଗ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। 

Also Read: WB Assembly Election 2021: TMC ମାରିଲା Hat Trick, କିଏ ହେବେ ମୁଖ୍ୟମନ୍ତ୍ରୀ?

 

ଯେଉଁ ୧୫ ଜଣ ନୂଆ ଚେହେରାଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି ସେମାନେ ହେଉଛନ୍ତି ପୂର୍ବତନ ଆଇପିଏସ ଅଧିକାରୀ ହୁମାଁୟୁ କବୀର, ବଙ୍ଗଳା ରଣଜୀ ଟିମର ପୂର୍ବତନ ଅଧିନାୟକ ମନୋଜ ତିୱାରୀ ଏବଂ ସିଓଲି ସାହା ପ୍ରମୁଖ ସାମିଲ ଅଛନ୍ତି। ଚଳିତ ଥରର କ୍ୟାବିନେଟରେ ୧୦ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (Minister of State) ସ୍ୱାଧିନ ଦାୟିତ୍ୱ (Independent Charge) ଏବଂ ୯ ଜଣଙ୍କୁ କେବଳ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି। ଖୁବଶୀଘ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯିବ।