ଶାହ ଦେବେ ମମତାଙ୍କୁ ଆଉ ଏକ ଝଟକା, ବିଜେପିରେ ସାମିଲ ହେବେ ଟିଏମସିର ଏହି ବଡ଼ ନେତା!
Advertisement

ଶାହ ଦେବେ ମମତାଙ୍କୁ ଆଉ ଏକ ଝଟକା, ବିଜେପିରେ ସାମିଲ ହେବେ ଟିଏମସିର ଏହି ବଡ଼ ନେତା!

ଅଧିକାରୀଙ୍କ ସହଯୋଗୀ ତଥା ବିଜେପି ନେତାମାନେ (BJP Leaders) ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ଯେ ଶୁଭେନ୍ଦୁଙ୍କୁ ବିଜେପରେ ମିଶାଇବା ପାଇଁ ପ୍ରସ୍ତୁତି ଚାଲିଛି ।

ଶାହ ଦେବେ ମମତାଙ୍କୁ ଆଉ ଏକ ଝଟକା, ବିଜେପିରେ ସାମିଲ ହେବେ ଟିଏମସିର ଏହି ବଡ଼ ନେତା!

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଆଉ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । କେବେ ମମତାଙ୍କ ନିକଟତମ ନେତାଙ୍କ ମଧ୍ୟରୁ ଅନ୍ୟତମ ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ (Suvendu Adhikari) ବିଦ୍ରୋହ ପରେ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗଦେବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ନିକଟରୁ ଜେଡ୍ ପ୍ଲସ୍  ସୁରକ୍ଷା ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ଦୁଇ ଦିନିଆ ଗସ୍ତ ସମୟରେ ଶୁଭେନ୍ଦୁ ବିଜେପିର ହାତ ଧରିବେ ବୋଲି ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ:-'ଦିଦି'ଙ୍କ ଖୋଲା ଚ୍ୟାଲେଞ୍ଜ, 'ଦମ୍ ଅଛି ତ ଜାତୀୟ ସଙ୍ଗୀତ ପରିବର୍ତ୍ତନ କରିଦେଖାଉ ବିଜେପି'

ଅଧିକାରୀଙ୍କ ସହଯୋଗୀ ତଥା ବିଜେପି ନେତାମାନେ (BJP Leaders) ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ଯେ ଶୁଭେନ୍ଦୁଙ୍କୁ ବିଜେପରେ ମିଶାଇବା ପାଇଁ ପ୍ରସ୍ତୁତି ଚାଲିଛି । ଟିଏମସି (TMC) ନେତୃତ୍ୱ ସହ ଶୁଭେନ୍ଦୁ ଆଧିକାରୀଙ୍କ ବିଦ୍ରୋହ ଏବଂ ମତଭେଦ ଦୂର କରିବାର ଚେଷ୍ଟା ଅସଫଳ ହେବା ପରେ ସେ ଗେରୁଆ ଶିବିରରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି ।

ଅମିତ ଶାହ ଡିସେମ୍ବର ୧୯ ଓ ୨୦ରେ ବଙ୍ଗଳାରେ ରହିବେ । ସେ ପୂର୍ବ ମେଦିନାପୁର ସମେତ ଅତି କମରେ ତିନୋଟି ଜିଲ୍ଲାରେ ଜନସଭାକୁ ସମ୍ବୋଧିତ କରିବେ ଯେଉଁଠାରେ ଅଧିକାରୀ, ତାଙ୍କ ପିତା ଏବଂ ଦୁଇ ଭାଇ ଦୁଇଟି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଗୋଟିଏ ବିଧାନସଭା ଆସନର ପ୍ରତିନିଧିତ୍ୱ କରୁଛନ୍ତି । ନାଗରିକ ସଂସ୍ଥାର ପ୍ରତିନିଧିତ୍ୱ ମଧ୍ୟ ଅଧିକାରୀ ପରିବାର ପାଖରେ ରହିଛି । ଶୁଭେନ୍ଦୁ ନନ୍ଦିଗ୍ରାମ ଆସନରୁ ବିଧାୟକ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ କଂଗ୍ରେସକୁ ଲାଗିଲା ବଡ଼ ଝଟକା, ବିଜେପି ଜିତିଲା ୪୯ରୁ ୩୩ଟି ଆସନ

ଟିଏମସିରୁ ବିଦ୍ରୋହ ପରେ ଗତ ମାସରେ ମମତା କ୍ୟାବିନେଟରୁ ଇସ୍ତଫା ଦେଇଥିବା ୫୦ ବର୍ଷୀୟ ନେତା ଶୁଭେନ୍ଦୁ ଅଧିକାରୀ ଗୁରୁବାର ଦିଲ୍ଲୀ ଯାଇ ବିଜେପି ଜାତୀୟ ନେତୃତ୍ୱ ସହ ଆଲୋଚନା କରିପାରେ । ଟିଏମସିର ବରିଷ୍ଠ ନେତାମାନେ ବ୍ୟକ୍ତିଗତ ଭାବେ କହିଛନ୍ତି ଯେ ଅଧିକାରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ମଙ୍ଗଳବାର ସକାଳେ ଏକ ଅଣ-ରାଜନୈତିକ କାର୍ଯ୍ୟକ୍ରମରେ ଅଧିକାରୀ କହିଛନ୍ତି ଯେ, "ଯେଉଁମାନେ ମୋତେ ଅପମାନିତ କରିଛନ୍ତି, ଆଗାମୀ ନିର୍ବାଚନରେ ସେମାନଙ୍କ ଅବସ୍ଥା ସେମିତି ହେବ, ଯେମିତି ​​ଅନିଲ ବସୁ, ବେନୋଇ କୋନାର ଏବଂ ଲକ୍ଷ୍ମଣ ସେଠଙ୍କ ହୋଇଥିଲା । ଏହା ମନେ ରଖିବା ଉଚିତ ଯେ ନନ୍ଦିଗ୍ରାମରେ ଜମି ଆନ୍ଦୋଳନ ଏକ ଜନ ଆନ୍ଦୋଳନ ଥିଲା, କୌଣସି ବ୍ୟକ୍ତିଙ୍କ ଦଳ ନୁହେଁ ।" ତାଙ୍କର ଏହି ବୟାନ ଗୁରୁତ୍ୱପୂର୍ଣ୍ଣ କାରଣ ଅଧିକାରୀ ଜମି ଅଧିଗ୍ରହଣ ବିରୋଧରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ । ୧୪ ମାର୍ଚ୍ଚ ୨୦୦୭ରେ, ପୋଲିସ୍ ଗୁଳିରେ ନନ୍ଦିଗ୍ରାମରେ ୧୪ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିଲା ।