V. K. Pandian: ଘରେ ଘରେ ପ୍ରଶ୍ନ ପାଣ୍ଡିଆନ୍‍ଙ୍କ କ’ଣ ହେବ? ନବୀନଙ୍କ ପାଖରେ ରହିବେ ନା ରାଜନୀତି ଓ ରାଜ୍ୟ ଛାଡ଼ିବେ?
Advertisement
Article Detail0/zeeodisha/odisha2279942

V. K. Pandian: ଘରେ ଘରେ ପ୍ରଶ୍ନ ପାଣ୍ଡିଆନ୍‍ଙ୍କ କ’ଣ ହେବ? ନବୀନଙ୍କ ପାଖରେ ରହିବେ ନା ରାଜନୀତି ଓ ରାଜ୍ୟ ଛାଡ଼ିବେ?

V. K. Pandian(ଭୁବନେଶ୍ୱର) : ରାଜ୍ୟ ରାଜନୀତିରେ କୌଣସି ପ୍ରତିନିଧି ନହୋଇ ବା କୌଣସି ନିର୍ବାଚନ ନଲଢ଼ି ନେତାଙ୍କୁ ନିୟନ୍ତ୍ରଣ କରୁଥିବା ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କର କ’ଣ ହେବ। ତାଙ୍କ ଭବିଷ୍ୟତରେ ରାଜନୀତି ରହିବ ନା ନାହିଁ? ସେ ଓଡ଼ିଶାରେ ରହିବେ ନା ରାଜ୍ୟ ଛାଡ଼ି ନିଜ ରାଜ୍ୟକୁ ଫେରିଯିବେ? ଏମିତି ଅନେକ ପ୍ରଶ୍ନ ଏବେ ସାହିଠୁ ଆରମ୍ଭ କରି ଛକ ବଜାର ଯାଏ। ଗାଁଠୁ ଆରମ୍ଭ କରି ଖଟି ଯାଏ ସବୁଠାରେ ଶୁଣିବାକୁ ମିଳୁଛି। ସୋଶାଲା ମିଡିଆରେ ଅନେକ ମେମ୍‍ସ ଆଉ ରିଲ୍ସରେ ପାଣ୍ଡିଆନ୍‍ଙ୍କୁ ନେଇ ଅନେକ ବ୍ୟଙ୍ଗ ଭିଡିଓ ବି ପ୍ରସାରିତ ହେଉଛି। ବାସ୍ତବରେ ତାଙ୍କର ହେବ କ’ଣ?

ଭି କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ଆବିର୍ଭାବ ଓଡ଼ିଶା ରାଜନୀତିରେ ୨୦୧୪ ମସିହା ବେଳକୁ ହୋଇଥିଲା। ଏହି ସମୟରେ ପ୍ୟାରୀ ମୋହନଙ୍କ ଅପସାରଣ ହୋଇଥାଏ। ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ  ଟିକଟ ବଣ୍ଟନରେ ଜଣେ ପ୍ରମୁଖ ବ୍ୟକ୍ତି ସାଜିଥାଆନ୍ତି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଭାଜନ ହୋଇଥିବାରୁ ନେତାଙ୍କ ମୁହଁରେ ତାଲା ପଡ଼ିଥାଏ। ଅନ୍ୟ ପଟେ ଅଫିସର ବି ଭୟଭୀତ ହୋଇ ନିଜ ହାତରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରୁଥାଆନ୍ତି। ଏଭଳି ପରିସ୍ଥିତିରେ ସେ ଅନୁମୋଦନ କରୁଥିବା ପ୍ରାର୍ଥୀଙ୍କୁ ଟିକଟ ମିଳିବା ସ୍ୱଭାବିକ ଥିଲା। ଆଉ ପୁରୁଖା ନେତାଙ୍କୁ ଗୌଣ କରି ସେ ଅନଭିଜ୍ଞଙ୍କୁ ଜନ ପ୍ରତିନିଧି କରିବା ଆଳରେ ଟିକଟ ଦେଲେ। ତାଙ୍କୁ ନବୀନଙ୍କ ପ୍ରତିନିଧି କରିଲେ ଆଉ ନିର୍ବାଚନ ଜିତିଲେ। 

ଲୋକଙ୍କ ମନ ଭିତରେ ସେ ଏକ ମତବାଦ ପ୍ରଚାର କରିବାକୁ ଚାହିଁଲେ ଯେ, ଲୋକ ପ୍ରତିନିଧି ଯେଉଁମାନେ ହେଉଛନ୍ତି ସେମାନଙ୍କ ପାଖରେ କିଛି ନାହିଁ, ଯାହା ଅଛି ତାହା ହେଲା ନବୀନଙ୍କ ଲୋକପ୍ରିୟତା, ନବୀନଙ୍କ ଆଶୀର୍ବାଦ। ନବୀନଙ୍କୁ ଭଗବାନ, ନବୀନଙ୍କୁ ଓଡ଼ିଶାର ପରିଚୟ ବୋଲି ପ୍ରଚାର କରିଲେ। ତାଙ୍କରି ସେବକ ଭାବେ ଛାଇ ହୋଇ ରହିଲେ। ବିନା ପାଣ୍ଡିଆନଙ୍କ ଅନୁମତିରେ ନବୀନ ଅଦୃଶ୍ୟ, ଅସ୍ପୃଶ୍ୟ ହୋଇଗଲେ। 

ଏହାପରେ ୨୦୧୯ ନିର୍ବାଚନ ଆସିଲା। ନବୀନଙ୍କ ପାଖରେ ଛାଇ ହୋଇ ରହୁଥିବା ପାଣ୍ଡିଆନ୍‍ ଟିକଟ ବଣ୍ଟନର ପ୍ରମୁଖ ଭୂମିକା ନେଲେ। ଯଦିଓ କଳ୍ପତରୁ ଦାସଙ୍କ ଭଳି କିଛି ନେତାଙ୍କୁ ମୋହରା କରାଯାଇଥିଲା କିନ୍ତୁ ପ୍ରଚ୍ଛଦରେ ସେ ବିଭିନ୍ନ ଏଜେନ୍ସୀକୁ ଲଗାଇ ସଂଗ୍ରହ କରିଥିବା ରିପୋର୍ଟ ଆଧାରରେ ଟିକଟ ଦେଲେ। ତାଙ୍କୁ ସହାୟକ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡିଏସ୍‍ କୁଟ୍ଟେ। ଧୀରେ ଧୀରେ ଜଣେ ପରେ ଜଣେ ନେତାଙ୍କ ପକ୍ଷ ଛେଦନ ହେଲା। ତାଙ୍କୁ କୃତଘ୍ନ, ଦଳ ବିରୋଧୀ, ଜନ ବିରୋଧୀ ଆଖ୍ୟା ଦିଆଗଲା। ନେତାଙ୍କୁ ସମ୍ପତ୍ତି, ନିକଟବର୍ତ୍ତୀ ଲୋକଙ୍କୁ ହଇରାଣ କରାଗଲା। ପୁରୁଖା ନେତାଙ୍କୁ ମାଟିରେ ବିଲୀନ କରିବାକୁ ଚେଷ୍ଟା କରାଗଲା। କିଛି ପୁରୁଖା ନେତାଙ୍କ ଲୋକବଳ ନିୟନ୍ତ୍ରଣକୁ ଦେଖି ତାଙ୍କ ପୁଅ ଝିଅଙ୍କୁ ଟିକଟ ଲୋଭ ଦିଆଇ ଚୁପ କରିଦିଆଗଲା। କିନ୍ତୁ ବାସ୍ତବରେ ସେ ଥିଲେ କିଙ୍ଗ୍ ମେକର। ହାଇଟେକ୍‍ ବସରେ ପ୍ରଚାର କରାଗଲା। ନବୀନ ଲୋକଙ୍କଠୁ ଆହୁରି ଦୂରେଇଲେ। 

ନିଜେ ବହାରିଲେ ପ୍ରଚାରରେ। ଚାକିରିରେ ଥାଇ ଅଭିଯୋଗ ଗ୍ରହଣ କଲେ। ବିବାଦ ହେବାରୁ ଆଇଏଏସ୍‍ ଛାଡ଼ିଲେ। ଦଶହରା ସମୟରେ ରାଜନୀତିରେ ଯୋଗ ଦେଲେ। ଶ୍ରୀ ଜଗନ୍ନାଥଙ୍କ ସେବା କରିବେ ଏବଂ ନିର୍ବାଚନ ଲଢ଼ିବେ ନାହିଁ କହିଲେ।  ନବୀନଙ୍କ ଭଳି ତାଙ୍କର ଅଣ ଓଡ଼ିଆ ନୀତି, ଖଣ୍ଡି ଓଡ଼ିଆ କଥାରେ ଲୋକେ ଅଭିଭୂତ ହେବେ ବୋଲି ବିଚାରିଲେ। ମଞ୍ଚ ଉପରୁ ନେତାଙ୍କୁ ଅପସାରଣ କରିଲେ।  

୨୦୨୪ରେ ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦିଆଗଲା। ନେତା ଆଉ ରହିଲେ ନାହିଁ। ଯେଉଁ ନେତାଙ୍କ କଥା ଶୁଭିଲା ତାଙ୍କୁ କୌଣସି ନା କୌଣସି କାରଣ ଦର୍ଶାଇ ତଳକୁ ଦବାଇ ଦିଆଗଲା। ଆଉ ଭିତ୍ତି ନଥିବା ନବ ଜାତକଙ୍କୁ ପ୍ରତିନିଧି କରିବାକୁ ଚେଷ୍ଟା କରାଗଲା। ଅମଲାତାନ୍ତ୍ରିକ ଭାବେ ରାଜନୀତିକୁ ପରିଚାଳନା କଲେ ପାଣ୍ଡିଆନ୍‍। ଲୋକେ ଏହାକୁ ବୁଝିଗଲେ। ସେମାନଙ୍କ ଭୋଟର କିଛି ଲାଭ ନାହିଁ ବୋଲି ସେମାନେ ଜାଣିଗଲେ। ତାଙ୍କ ନେତା ପାଣ୍ଡିଆନ୍‍ଙ୍କ ଆଗରେ ଶୂନ ବୋଲି ବିଚାରିଲେ। ଯେତେବଳେ ଭୋଟ ଦେବା ପାଳି ଆସିଲା ସେତେବେଳେ କେହି କେବେ ଆକଳନ କରି ନଥିବା ମତ ଦେଲେ। ଏହା ଏକ ଅଣ୍ଡର କରେଣ୍ଟ ଭଳି ଥିଲା। ନବୀନ ପ୍ରତ୍ୟାଖ୍ୟାତ ହେଲେ। କହିବାକୁ ଗଲେ ପାଣ୍ଡିଆନ୍‍ ନବୀନଙ୍କ ଲୋକପ୍ରିୟତାକୁ ହ୍ରାସ କରିଲେ। ୫ଥରର ମୁଖ୍ୟମନ୍ତ୍ରୀ ବି ନିର୍ବାଚନ ହାରିଲେ। 

ଏବେ ପ୍ରଶ୍ନ ସେ କ’ଣ କରିବେ। ଏକ ନିର୍ବାଚନ ସଭାରେ ଶ୍ରୀ ପାଣ୍ଡିଆନ୍‍ କହିଥିଲେ, ନବୀନ ମୁଖ୍ୟମନ୍ତ୍ରୀ ନହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ? ସେ ବିଜେଡି ଛାଡ଼ିବେ ନା ନବୀନଙ୍କୁ ବି ଛାଡ଼ିବେ? ନବୀନ ତାଙ୍କୁ ପାଖରେ ରଖିବେ ନା ଦୂରେଇବେ? ପାଣ୍ଡିଆନ୍‍ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ବୋଲି କହିଥିଲେ ନବୀନ, ଏବେ କାହାକୁ ଉତ୍ତରାଧିକାରୀ କରିବେ, ନା ଦଳ ବିନା ଉତ୍ତରାଧିକରୀରେ ଆଗକୁ ଚାଲିବ। ଏମିତି ଅନେକ ପ୍ରଶ୍ନ, ଯାହାର ଉତ୍ତର କେବଳ ସମୟ ହିଁ କହିବ।

ନିର୍ବାଚନ ଗଣତି ଶେଷ ହେବା ସନ୍ଧ୍ୟାରେ ନବୀନ ଟ୍ୱିଟରରେ ବିଜେଡିର ନେତା ଓ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଦଳମତ ନିର୍ବିଶେଷରେ ବିଜୟୀ ପ୍ରାର୍ଥୀଙ୍କୁ ଅଭିବାଦନ ଦେଇଛନ୍ତି। କିନ୍ତୁ ଏଯାଏ ଜନମତକୁ ନେଇ କୌଣସି ପ୍ରତିକ୍ରିୟା ସେ ଗଣମାଧ୍ୟମରେ ବ୍ୟକ୍ତିଗତ ଭାବେ କହି ନାହାନ୍ତି। ଅପରପକ୍ଷେ ବିଜେପିର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ ତାଙ୍କ ସ୍ଥାନ ଜେଲରେ ବୋଲି କହିଛନ୍ତି। ଚିଟଫଣ୍ତ ଦୁର୍ନୀତିରେ ସେ ଜେଲ ଯିବେ ବୋଲି କହିଛନ୍ତି।