)
Devyani Rana: ଜମ୍ମୁ କାଶ୍ମୀରର ନଗ୍ରୋଟା ବିଧାନସଭା ଆସନ ଉପନିର୍ବାଚନରେ ଦେବଯାନୀ ରାଣା ବିଜେପି ବିଜୟୀ ହୋଇଛି। ବିଜେପି ଏହି ମହିଳା ପ୍ରାର୍ଥୀଙ୍କ ଉପରେ ଭରସା ରଖି ତାଙ୍କୁ ପ୍ରାର୍ଥୀ କରିଥିଲା। ଦେବଯାନୀ ୨୪୬୪୭ ଭୋଟରେ ବିଜୟୀ ହୋଇଛନ୍ତି ଓ ମୋଟ ୪୨୩୫୦ ଭୋଟ ପାଇଥିଲେ। ଜେକେଏନପିର ହର୍ଷ ଦେବ ସିଂହ ଦ୍ୱିତୀୟ ସ୍ଥାନରେ ଥିଲେ ଏଂବ ସେ ମାତ୍ର ୧୭୭୦୩ ଭୋଟ ପାଇଥିଲେ। ନ୍ୟାସନାଲ କନଫରେନ୍ସ ତୃତୀୟ ସ୍ଥାନରେ ଥିଲା। ଏନସି ପ୍ରାର୍ଥୀ ମାତ୍ର ୧୦୮୭୨ ଭୋଟ ପାଇଥିଲେ। ଏହି ଉପନିର୍ବାଚନରେ ଦେବଯାନୀଙ୍କ ବିଜୟ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ତାଙ୍କ ବିଜୟ ପରେ ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ତେବେ ଏଠାରେ ଜାଣନ୍ତୁ ତାଙ୍କ ବିଷୟରେ...
ଦେବଯାନୀ ରାଣା କିଏ?
ଦେବଯାନୀ ରାଣା ଜମ୍ମୁ କାଶ୍ମୀରରେ ବିଜେପି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ମଧ୍ୟ। ବିଜେପି ତାଙ୍କୁ ଏହି ଦାୟିତ୍ୱରେ ଚଳିତ ବର୍ଷ ଫେବୃଆରୀରେ ନିଯୁକ୍ତ କରିଥିଲା। ଦେବଯାନୀଙ୍କ ପିତା ଦେବେନ୍ଦ୍ର ସିଂହ ରାଣା ଦୀର୍ଘ ଅସୁସ୍ଥତା ପରେ ଗତ ବର୍ଷ ଅକ୍ଟୋବର ୩୧ ତାରିଖରେ ଫରିଦାବାଦରେ ଦେହାନ୍ତ କରିଥିଲେ। ରାଣା କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସାନ ଭାଇ ଥିଲେ। ତାଙ୍କୁ ଥରେ ଓମାର ଅବଦୁଲ୍ଲାଙ୍କ ବହୁତ ନିକଟତର ବୋଲି ବିବେଚନା କରାଯାଉଥିଲା। ସେ ନ୍ୟାସନାଲ କନଫରେନ୍ସ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯଦିଓ ପରେ ସେ ଅଲଗା ହୋଇଯାଇଥିଲେ। ସେ ମଧ୍ୟ ଜମ୍ମୁର ଭଏସ୍ ଭାବରେ ମଧ୍ୟ ଜଣାଶୁଣା।
I thank the people of Nagrota in Jammu and Kashmir as well as Nuapada in Odisha for blessing the BJP with spectacular victories in the by-polls. Congratulations to the newly elected MLAs Devyani Rana Ji and Jay Dholakia Ji. Wishing them the very best in serving the people.…
— Narendra Modi (@narendramodi) November 14, 2025
ଦେବଯାନୀ ରାଣା ଲସ୍ ଆଞ୍ଜେଲସର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପାଠପଢ଼ିଛନ୍ତି। ସେ ଅର୍ଥନୀତିରେ ବିଏ ଡିଗ୍ରୀ ହାସଲ କରିଛନ୍ତି। ଏହା ସେ ୨୦୦୬ ମସିହାରେ ହାସଲ କରିଥିଲେ। ନିଜ ନିର୍ବାଚନ ଶପଥପତ୍ରରେ ଦେବଯାନୀ ରାଣା ତାଙ୍କ ବୟସ ୩୦ ବର୍ଷ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ପିତାଙ୍କ ପରି ଦେବଯାନୀ ନାମାଙ୍କନ ଦାଖଲ କରିବା ପୂର୍ବରୁ ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦ ନେଇଥିଲେ ଏବଂ ତାଙ୍କର ଏକ ଫଟୋ ସେୟାର କରିଥିଲେ।