ଜାଣନ୍ତୁ ଦ୍ରୌପଦୀ ମୁର୍ମୁ କିଏ? ଯାହାଙ୍କୁ NDA କରିଛି ରାଷ୍ଟ୍ରପତି ପ୍ରାର୍ଥୀ
Presidential Election 2022: ସେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଓଡିଶାର ପ୍ରଥମ ମହିଳା ତଥା ଆଦିବାସୀ ନେତା । ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଏହା ବ୍ୟତୀତ ସେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ ମଧ୍ୟ କରିପାରନ୍ତି ।
ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଏନଡିଏ (NDA) ନିଜର ପ୍ରାର୍ଥୀ ଘୋଷଣା କରିଛି । ଦଳ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ନିଜର ପ୍ରାର୍ଥୀ ଭାବେ ମନୋନୀତ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ୨୦ରୁ ଅଧିକ ନାମ ଉପରେ ଚର୍ଚ୍ଚା ହୋଇଛି । ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ହେବେ । ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଯାତ୍ରା ବିଷୟରେ ଆଲୋଚନା କରିବା ତ ସେ ଓଡ଼ିଶାରେ କାଉନସିଲର ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।
ମୟୂରଭଞ୍ଜ ଜିଲ୍ଲାର ଗର୍ବ ଦ୍ରୋପଦୀ ମୁର୍ମୁ ରାଇରଙ୍ଗପୁରରେ ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ । ଏହାପରେ ରମାଦେବୀ ବିଶ୍ଵ ବିଦ୍ୟାଳୟରେ ପାଠ ପଢା ପରେ ରାଜନୀତିରେ ପାଦ ଦେଇଥିଲେ । ପରେ ପରେ ରାଇରଙ୍ଗପୁର ବିଧାୟକ ଭାବେ ୨୦୦୦ ମସିହାଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ । ଏଥି ସହିତ ୨୦୧୫ ଠାରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ରାଜ୍ୟରେ ମହାମହିମ ରାଜ୍ୟପାଳ ଭାବରେ କାର୍ଯ୍ୟ ଭାର ସମ୍ଭାଳି ଥିଲେ ।
ଦ୍ରୌପଦୀ ମୁର୍ମୁ ଭାରତ ଜନତା ପାର୍ଟି (BJP) ଓ ବିଜୁ ଜନତା ଦଳ (BJD) ମେଣ୍ଟ ସରକାରରେ ୨୦୦୦–୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ପାଇଁ ସ୍ୱତନ୍ତ୍ର ପ୍ରଭାର ଓ ୬ ଅଗଷ୍ଟ ୨୦୦୨ରୁ ମେ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ରାଜ୍ୟ ମନ୍ତ୍ରୀ ଥିଲେ । ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି । ସେ କାଉନସିଲର ଭାବରେ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ, ପରେ ରାଇରଙ୍ଗପୁର ଜାତୀୟ ପରାମର୍ଶଦାତା ପରିଷଦର ଉପାଧ୍ୟକ୍ଷ ହୋଇଥିଲେ । ୨୦୧୩ରେ ସେ ଦଳର ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ପଦରେ ପହଞ୍ଚିଥିଲେ ।
ଏହା ବି ପଢ଼ନ୍ତୁ:-ଦେଶକୁ ମିଳିବ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି! ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲା ବିଜେପି
ଏହା ବି ପଢ଼ନ୍ତୁ:-ଭାରତରେ ଛାଡ଼ପତ୍ର ନେବାର କ'ଣ ରହିଛି ନିୟମ, ଜାଣନ୍ତୁ ପୁରା ପ୍ରକ୍ରିୟା
ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଗାଦିକୁ ଟଳମଳ କରାଇଥିବା ଏକନାଥ ସିନ୍ଦେ କିଏ? ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି...
ସେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଓଡିଶାର ପ୍ରଥମ ମହିଳା ତଥା ଆଦିବାସୀ ନେତା । ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଏହା ବ୍ୟତୀତ ସେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ ମଧ୍ୟ କରିପାରନ୍ତି ।
ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President's electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି ।