WB Assembly Election 2021: TMC ମାରିଲା Hat Trick, କିଏ ହେବେ ମୁଖ୍ୟମନ୍ତ୍ରୀ?
Advertisement

WB Assembly Election 2021: TMC ମାରିଲା Hat Trick, କିଏ ହେବେ ମୁଖ୍ୟମନ୍ତ୍ରୀ?

ପଶ୍ଚିମବଙ୍ଗର ବିଧାନସଭାରେ ସରକାର ଗଠନ କରିବା ଲାଗି ୧୪୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 

WB Assembly Election 2021: TMC ମାରିଲା Hat Trick, କିଏ ହେବେ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଶେଷ ହୋଇଯାଇଛି ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଆଉ ଆସିଯାଇଛି ଏହି ନିର୍ବାଚନର ଚୂଡାନ୍ତ ଫଳାଫଳ। ଏଥରର ନିର୍ବାଚନରେ ଶାସକ ଟିଏମସି ହ୍ୟାଟ୍ରିକ ମାରିଛି। ଅର୍ଥାତ ଦଳ ଏଥରର ନିର୍ବାଚନରେ ବାଜିମାତ କରିବା ସହ ରାଜ୍ୟରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। 

୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ (West Bengal Assembly Elelction 2021) ଶାସକ ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ପାଇଛି ଜବରଦସ୍ତ ସଫଳତା। ଏଥର ଦଳ ରାଜ୍ୟର ମୋଟ ବିଧାନସଭା ଆସନରୁ ଦୁଇ-ତୃତୀୟାଂଶ ଦଖଲ କରିନେଇଛି। ଟିଏମସି ଏଥର ୨୧୩ ସିଟ ଅକ୍ତିଆର କରିଛି। ଅନ୍ୟପଟେ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପିକୁ (BJP) ୭୭ ଆସନ ମିଳିଛି। ସ୍ୱାଧିନ ପ୍ରାର୍ଥୀ ଏବଂ ରାଷ୍ଟ୍ରୀୟ ସେକ୍ୟୁଲାର ମଜଲିସ ପାର୍ଟି-ଆରଏସଏମପି (Rashtriya Secular Majlis Party-RSMP) ଦଳକୁ ଗୋଟିଏ ଲେଖାଁଏ ଆସନ ମିଳିଛି।         

ମୋଟ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗର ବିଧାନସଭାରେ ସରକାର ଗଠନ କରିବା ଲାଗି ୧୪୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏଥରର ଶାସକ ଟିଏମସି ୨୧୩ ଆସନ ହାତେଇଛି। ଯାହା ରାଜ୍ୟ ବିଧାନସଭାର ମୋଟ ଆସନର ଦୁଇ-ତୃତୀୟାଂଶ ଭାଗରୁ ଅଧିକ। ଯଦିଓ ଏଥର ତୃଣମୂଳ କଂଗ୍ରେସ  ସରକାର ଗଠିତ ହେବାକୁ ଯାଉଛି ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ରହିଛି ନଜର।

Also Read: Assam Assembly Elelction 2021: ପୁଣି କଂଗ୍ରେସ ମୁକ୍ତ ହୋଇଗଲା ପୂର୍ବୋତ୍ତର ଭାରତ

କାରଣ ଚଳିତ ବିଧାନସଭା ନିର୍ବାଚନରେ ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee) ନନ୍ଦିଗ୍ରାମ ଆସନରୁ (Nandigram Assembly Constituency) ତାଙ୍କ ପ୍ରତିଦ୍ୱନ୍ଦୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ (Suvendu Adhikari) ଠାରୁ ପାଖାପାଖି ୨ ହଜାର ଭୋଟରେ ପରାସ୍ତ ହୋଇଛନ୍ତି। 

ନିଜେ ମମତା ବାନାର୍ଜୀ ନିର୍ବାଚନ ହାରିବା ପରେ ଟିଏମସି ପକ୍ଷରୁ ଦଳୀୟ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହି ତାଲିକାରେ ସର୍ବାଗ୍ରେ ଅଛନ୍ତି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ (Abhishek Banerjee)। ଅନ୍ୟପଟେ ନିର୍ବାଚନ ଫଳାଫଳ ଆସିବା ପରେ ମେ ୩ ତାରିଖ ସୋମବାର ସେ ବିଧାୟକ ଦଳ ବୈଠକ ଡାକିଥିଲେ। 

ବର୍ତ୍ତମାନ ଉଭୟ ଟିଏମସି ମୁଖିଆ ଏବଂ ତାଙ୍କ ପୁତୁରାର ସ୍ଥିତି ସମାନ ରହିଛି। କାରଣ ମମତା ବାନାର୍ଜୀ ନିଜେ ନନ୍ଦିଗ୍ରାମ ଆସନରୁ ପରାସ୍ତ ହୋଇଛନ୍ତି। ଅନ୍ୟପଟେ ଅଭିଷେକ ବାନାର୍ଜୀ ଏବେ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଲୋକସଭା ଆସନରୁ (Diamond Harbour Loksabha) ସାଂସଦ ଅଛନ୍ତି। ସେ ଗତ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଲେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲଢିନଥିଲେ।    

Also Read: Tamilnadu Assembly Election 2021: ରାଜ୍ୟ ରାଜନୀତିରେ ଉଦୟ ହେବ ଅସ୍ତଗାମୀ ସୂର୍ଯ୍ୟ

ମମତା ବାନାର୍ଜୀ ଅଥବା ଅଭିଷେକ ବାନାର୍ଜୀ ହୁଅନ୍ତୁ ଉଭୟଙ୍କ ମଧ୍ୟରେ ଜଣେ କେହି ବିଧାୟକ ଭାବେ ନିର୍ବାଚିତ ନହୋଇ ସର୍ବାଧିକ ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିପାରିବେ। ହେଲେ ଏହି ସମୟସୀମା ମଧ୍ୟରେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ବିଧାନସଭା (Legislative Assembly) ଅଥବା ବିଧାନ ପରିଷଦ (Legislative Council) ସଦସ୍ୟ ହିସାବରେ ନିର୍ବାଚିତ ହେବାକୁ ପଡିବ। 

ପଶ୍ଚିମବଙ୍ଗରେ ବିଧାନସଭା ରହିଛି ହେଲେ ବିଧାନ ପରିଷଦ ନାହିଁ। ଯେତେବେଳେ ଗତ ୨୦୧୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେତେବେଳେ ସେ କୋଲକାତା ଲୋକସଭା ଆସନରୁ (Kolkata Parliamentary Constituency) ପ୍ରତିନିଧିତ୍ୱ କରୁଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାର ୬ ମାସ ମଧ୍ୟରେ ସେ ରାଜ୍ୟର ଭବାନୀପୁର ଆସନରୁ (Bhabanipur Assembly Constituency) ରାଜ୍ୟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 

Also Read: Kerala Assembly Election 2021: ବାଜିମାରିନେଲା LDF, ପୁଣି UDF ହତାଶ

ହେଲେ ଏଥର ସେ ଭବାନୀପୁର ପରିବର୍ତ୍ତେ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଛନ୍ତି। ଅନ୍ୟପଟେ କୋଲକାତ ଲୋକସଭା ଅଧିନସ୍ଥ ଭବାନୀପୁର ସିଟରୁ ଟିଏଏମସି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଶୋଭନଦେବ ଚଟ୍ଟୋପାଧ୍ୟାୟ ପାଖାପାଖି ୩୦ ହଜାର ଭୋଟରେ ବାଜିମାତ କରିଛନ୍ତି। ଦେଖିବାକୁ ବାକି ରହିଥିଲା ମମତା ବାନାର୍ଜୀ ତୃତୀୟ ଇନିଂସ ଆରମ୍ଭ କରିବା ଅବସରରେ  ରାଜ୍ୟ କେଉଁ ଆସନରୁ ନିର୍ବାଚନ ଲଢି   ରାଜ୍ୟ ବିଧାନସଭାରେ ପ୍ରବେଶ କରୁଛନ୍ତି।