ରାଜ୍ୟରେ ନୂଆପଡ଼ା ଉପ ନିର୍ବାଚନ ଲାଗି କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି। ଏକମାସରୁ କମ୍ ସମୟ ରହିଥିଲେ ବି ଦୁଇ ପ୍ରମୁଖ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ବରଂ ପ୍ରାର୍ଥୀ ଚୋରି ବା ହାଇଜାକ୍ ଅଭିଯୋଗ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ହାଇଜାକ୍ ଅଧ୍ୟାୟରେ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଜୟ ଡୋଲକିଆ ବିଜେପିରେ ଯୋଗ ଦେଇଛନ୍ତ
Trending Photos
)
ରାଜ୍ୟରେ ନୂଆପଡ଼ା ଉପ ନିର୍ବାଚନ ଲାଗି କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି। ଏକମାସରୁ କମ୍ ସମୟ ରହିଥିଲେ ବି ଦୁଇ ପ୍ରମୁଖ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ବରଂ ପ୍ରାର୍ଥୀ ଚୋରି ବା ହାଇଜାକ୍ ଅଭିଯୋଗ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ହାଇଜାକ୍ ଅଧ୍ୟାୟରେ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଜୟ ଡୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। ହେଲେ ତାଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିନାହିଁ ଦଳ। ଅପରପକ୍ଷେ ଜୟଙ୍କ ବିଜେପିରେ ଯୋଗଦାନକୁ ରାଜନୀତିକ ସମୀକ୍ଷକମାନେ ସାଧାରଣ ଯୋଗଦାନ ବୋଲି ନକହି ବିଜେଡିର ସମର୍ପଣ ବୋଲି କହିଛନ୍ତି। ବିଜେଡି ଜୟଙ୍କ ମାଧ୍ୟମରେ ନୂଆପଡ଼ାକୁ ସମର୍ପଣ କରିଛି ବୋଲି ଆଲୋଚନା ହେଉଛି। କିନ୍ତୁ କାହିଁକି?
ଏହି ବିଷୟକୁ ତିନୋଟି ପ୍ରମୁଖ ବିନ୍ଦୁରେ ଆଲୋଚନା କରାଯାଇପାରେ। ପ୍ରଥମ ହେଉଛି ବିଜେଡିରେ ଆତ୍ମବିଶ୍ୱାସର ଅଭାବ। ଯଦିଓ ଗତଥର ନୂଆପଡ଼ାକୁ ବିଜେଡି ଜିତିଥିଲା ଏବଂ ଏଥର ଅନୁକମ୍ପାମୂଳକ ଭୋଟ ପାଇବ ବୋଲି ସମ୍ଭାବନା ରହିଥିଲା କିନ୍ତୁ ବିଜେଡି ଜୟଙ୍କ ଉପରେ ନିର୍ଭରଶୀଳ ହୋଇପାରୁ ନଥିଲା। ଏହାର କାରଣ ପଛରେ ଦିବଂଗତ ରାଜେନ୍ଦ୍ର ଢୋଲକିଆଙ୍କ ବ୍ୟକ୍ତିଗତ ସମ୍ପର୍କକୁ ଉଲ୍ଲେଖ କରାଯାଉଛି। ରାଜେନ୍ଦ୍ର ଢୋଲକିଆ ଜଣେ ଦରଦୀ ଓ ସାମାଜିକ କଲ୍ୟାଣରେ ବ୍ୟସ୍ତ ଥିବା ନେତା ଥିଲେ। ଦଳୀୟ ରାଜନୀତି ଅପେକ୍ଷା ସେ ସମାଜ ଅଧିକ କଲ୍ୟାଣକୁ ଗୁରୁତ୍ୱ ଦେଇ ଆସୁଥିଲେ। ସେଥିଲାଗି ୨୦୦୪ ନିର୍ବାଚନରେ ସେ କୌଣସି ଦଳୀୟ ଟିକଟ ବିନା ନିର୍ଦ୍ଦଳୀୟ ପ୍ରାର୍ଥୀଭାବେ ଜିତିଥିଲେ। ଜଣେ ଅଣ ଆଦିବାସୀ ତଥା ଓଡ଼ିଶାରେ ରହୁଥିବା ମାରଓ୍ୱାଡ଼ି ସମ୍ପ୍ରଦାୟର ହୋଇଥିଲେ ବି ସେ ଜିତିବାରେ ସକ୍ଷମ ହୋଇଥିଲେ। ଏହାପରେ ତାଙ୍କ ଭିତରେ ଥିବା ସକ୍ଷମତାକୁ ଦେଖି ୨୦୦୯ ନିର୍ବାଚନରେ ବିଜେଡି ତାଙ୍କୁ ଟିକଟ ଦେଇଥିଲା। ସେ ବର୍ଷ ବିଧାୟକ ହେଲେ, ୨୦୧୯ ବିଧାୟକ ହେଲେ ଆଉ ୨୦୨୪ରେ ମଧ୍ୟ ବିଜେଡିରୁ ବିଧାୟକ ହୋଇପାରିଥିଲେ। ଏହାର ଅର୍ଥ ରାଜେନ୍ଦ୍ରଙ୍କ ଲୋକପ୍ରିୟତା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗଙ୍କ ଭିତରେ ଅନେକ ରହିଥିଲା। ଯାହାଦ୍ୱାରା ସେମାନେ ଜାତି ଭାବନାଠୁ ଉର୍ଦ୍ଧ୍ୱକୁ ଉଠି ରାଜେନ୍ଦ୍ରଙ୍କୁ ଭୋଟ ଦେଇଥିଲେ।
ଦ୍ୱିତୀୟରେ ନୂଆପଡ଼ାର ଦାଦନ ଶ୍ରମିକ ଓ ଜାତିଭିତ୍ତିକ ତାରତମ୍ୟ। ଏବେ ନୂଆପଡ଼ାର ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨ଲକ୍ଷ ୪୮ ହଜାର ୨୫୬। ଏଥିରୁ ପ୍ରାୟ ୩୩% ଅନୁସୂଚିତ ଜନଜାତି ଭେଟର ହୋଇଥିବା ବେଳେ ପ୍ରାୟ ୧୩% ଅନୁସୂଚିତ ଜାତି ଏବଂ ପ୍ରାୟ ୪୫ ପ୍ରତିଶତ ହେଉଛନ୍ତି ଅନ୍ୟ ପଛୁଆ ଜାତି। ସାଧାରଣ ବର୍ଗ କହିଲେ ମାତ୍ର ୫-୭%। ପୁଣି ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଏକ ବଡ଼ ଭାଗ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଦାଦନ ଖଟିବା ଲାଗି ଯାଇଥାଆନ୍ତି। ଏମାନଙ୍କ ହାରାହାରି ସଂଖ୍ୟା ମୋଟ ଭୋଟରଙ୍କ ୧୦-୧୨% ହେବ। ଏହି ଭୋଟରଙ୍କୁ ନିଜ ଖର୍ଚ୍ଚରେ ଏଠାକୁ ଆଣି ସେମାନଙ୍କ ଖାତିରଦାରି କରି ତାଙ୍କ ଭୋଟକୁ ନିଜ ପକ୍ଷରେ କରାଇ ପୁଣି ଫେରାଇବା ଏକ ବଡ କାର୍ଯ୍ୟ ହୋଇଥିଲେ ବି ସଫଳତା ଆଣିଥାଏ। ବିଜେଡି ସରକାରରେ ଥିବା ସମୟରେ ଏଏକ କାର୍ଯ୍ୟକୁ ବେଶ୍ ଭଲ ଭାବେ ରୂପାୟନ କରି ଆସୁଥିଲା। ଏବେ ସରକାରରୁ ବିରୋଧୀ ଦଳକୁ ଯାଇଥିବାରୁ କ୍ଷମତାରେ ଥିବା ବିଜେପି ଏ ପ୍ରକ୍ରିୟାକୁ ହାତେଇବାରେ ଶ୍ରମ ନିବେଶ କରିଛି। ଏଣୁ ବିଜେଡି ପାଖରେ ପ୍ରାର୍ଥୀ ଓ ନିଶ୍ଚିତ ୮ରୁ ୧୦ ହଜାର ଭୋଟ ଖସିଯିବାର ଆଶଙ୍କା ରହିଛି। ଆଉ ଗତ ନିର୍ବାଚନରେ ବିଜୟର ମାର୍ଜିନ ୧୧ ହଜାରରୁ କମ୍ ବ୍ୟବଧାନ ଥିଲା। ଅନ୍ୟ ଭାଷାରେ କହିଲେ ବିଜେଡି ଜାଣିଛି ଯେ ଏହି ଦାଦନଙ୍କ ଭୋଟ ଯଦି ନ ଆସେ ତେବେ ନୂଆପଡ଼ା ଜିତିବା କାଠିକର ପାଠ ହେବ ବୋଲି ବିଜେଡି ଜାଣିଥିଲା। ଆଉ ଦାଦନଙ୍କୁ ଆଣିବାରେ ସରକାରୀ କଳ ଯେତିକି ସକ୍ଷମ ହେବ ତାହା ଏକ ବିରୋଧୀ ଦଳ କରିପାରିବ ନାହିଁ। ଏହିକ୍ରମରେ ବିଜେପିକୁ ଏ ଯୁଦ୍ଧଭୂମି ସମର୍ପିତ କରିଦେଲେ ଆଗକୁ ହେବାକୁ ଥିବା ବିଭିନ୍ନ ରାଜନୀତିକ ରଣଭୂମିରେ ବିଜେଡିକୁ ଫାଇଦା ମିଳିପାରେ। ଏଣୁ ପାଣ୍ଡିଆନ୍ ଏବଂ ତାଙ୍କ ସହଯୋଗୀ ଏଭଳି ଏକ ଡିଲ୍ ବିଜେଡି ପକ୍ଷରୁ କରିବା ପାଇଁ ସଭାପତିଙ୍କୁ ବୁଝାଇବାରେ ସଫଳ ହୋଇଥିବା ନେଇ ଚର୍ଚ୍ଚା ହେଉଛି।
ସଭାପତି ମଧ୍ୟ ନିଜର ଦୃଢ଼ ସମର୍ଥକ ପାଣ୍ଡିଆନ୍ ଓ ତାଙ୍କ ଟିମ୍ର ସୁରକ୍ଷା ପାଇଁ ଏହି ପ୍ଲାନକୁ ହଁ କରିଥିବା କୁହାଯାଉଛି। ଏହି ସୁରକ୍ଷା ଖୋଜିବା ହିଁ ସମର୍ପଣର ତୃତୀୟ ତଥା ଗୁରୁତ୍ୱପୂର୍ଣ୍ଣ କାରଣ ଭାବେ ଗ୍ରହଣ କରାଯାଉଛି। ଏବେ ବିରୋଧୀ ଦଳ ନେତାଙ୍କ ମୁଖ୍ୟ ସହଯୋଗୀ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ ନିଜକୁ ଅସୁରକ୍ଷିତ ମନେ କରୁଥିବା କୁହାଯାଏ। କାରଣ ପୂର୍ବ ସରକାର ସମୟରେ ସେ ଯେଉଁ ପ୍ରକାର ନିଷ୍ପତ୍ତିସବୁ ଗ୍ରହଣ କରିଛନ୍ତି ତାହା ଏବେ ପୂର୍ବ ସକରାରର ଦୁର୍ନୀତି ବୋଲି ସରକାର ଗ୍ରହଣ କରିଛନ୍ତି। ଫଇଭ୍ ଟି ନାମରେ ଯେତେବି ପ୍ରକଳ୍ପ ସେ ଖଣିଜ ଅଞ୍ଚଳର ବିକାଶ ହେଉ ବା ଶିକ୍ଷା, ଜଳସେଚନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାସ୍ତା ନିର୍ମାଣ ପ୍ରକଳ୍ପ ସବୁଥିରେ ଦୁର୍ନୀତି ରହିଥିବା ପୂର୍ବରୁ ବିଜେପି ଅଭିଯୋଗ କରି ଆସିଛି। ତାଙ୍କ ନିଜ ଦଳର ନେତାମାନେ ବି ଏ କଥା କହି ଦଳରୁ ବାହାରିଛନ୍ତି। କିନ୍ତୁ ନବୀନଙ୍କ ନାଁରେ କାର୍ତ୍ତିକେୟଙ୍କର କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ସମ୍ପର୍କ ତାଙ୍କ କୁର୍ସିକୁ ଏଯାଏ ବଞ୍ଚାଇ ଚାଲିଛି। ଏଭଳି ଏକ ମୁହୂର୍ତ୍ତରେ ନୂଆପଡ଼ା ନିର୍ବାଚନରେ ବିଜେଡିକୁ ମିଳିବାକୁ ଥିବା ଅନୁକମ୍ପାମୂଳକ ଭୋଟକୁ ନିଜ ଆଡ଼କୁ ଆଣିବା ଲାଗି ବିଜେପି ବିଜେଡିର ପ୍ରାର୍ଥୀଙ୍କୁ ନିଜ ଦଳକୁ ଆଣିବା ଲାଗି ଡିଲ କରିଥିବା ଚର୍ଚ୍ଚା ହେଉଛି। ଅର୍ଥାତ୍ ଦିବଂଗତ ବିଧାୟକ ରାଜେନ୍ଦ୍ର ଡୋଲକିଆଙ୍କ ପୁଅ ଜୟଙ୍କ ବିଜେପିରେ ମିଶିବା ନିଷ୍ପତ୍ତି ତାଙ୍କ ନିଜସ୍ୱ ନୁହେଁ, ବରଂ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ଙ୍କ ନିଷ୍ପତ୍ତି। ଆଉ ନିଜର ଗୁମର ଛୁପାଇବାକୁ ଏପରି ଏକ ନିଷ୍ପତ୍ତି ସେ ନେଇଥିବା କୁହାଯାଏ। ସ୍ପଷ୍ଟ ଭାବେ କହିବାକୁ ଗଲେ ପାଣ୍ଡିଆନ୍ ଆଉ ବିଜେଡିକୁ ବଞ୍ଚାଇବା ପାଇଁ ନୁହେଁ ବରଂ ବିଜେପିର ଏଜେଣ୍ଟ ସାଜିଥିବା ବି କୁହାଯାଉଛି।
ତେବେ ପ୍ରଶ୍ନ ଏ ସମର୍ପଣ ଓ ଅସୁରକ୍ଷିତ ଭାବ ବିଜେଡିକୁ ଶକ୍ତି ଦେବ ନା ଅଧିକ ଦୁର୍ବଳ କରିବ? କେତେଦିନ କେନ୍ଦ୍ରୀୟ ବିଜେପି ନେତାଙ୍କ ଶରଣରେ ବିଜେଡି ନିଜର ଶକ୍ତିକୁ