କ'ଣ ପାଇଁ କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ନିଜେ କହିଲେ ଏହାର କାରଣ?
Advertisement

କ'ଣ ପାଇଁ କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ନିଜେ କହିଲେ ଏହାର କାରଣ?

କଂଗ୍ରେସରେ ଯୋଗଦେବା ପରେ କହ୍ନେୟା କୁମାର କହିଛନ୍ତି ଯେ ସେ କାହିଁକି ଏହି ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ?

କ'ଣ ପାଇଁ କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ନିଜେ କହିଲେ ଏହାର  କାରଣ?

ନୂଆଦିଲ୍ଲୀ: Kanhaiya Kumar Joins Congress: ପୂର୍ବତନ ଜେଏନୟୁ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର (Kanhaiya Kumar) ଓ ଗୁଜରାଟର ଭଡଗାମରୁ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଭାନୀ (Jignesh Mevani) କଂଗ୍ରେସ (Congress) ରେ ଯୋଗ ଦେଇଛନ୍ତି । ରାହୁଲ ଗାନ୍ଧୀ (Rahul Gandhi) କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରାଇଥିବା ବେଳେ ଜିଗ୍ନେଶ କିଛି କାରଣରୁ ପରେ କଂଗ୍ରେସରେ ଔପଚାରିକ ଭାବେ ଯୋଗ ଦେବେ । ବର୍ତ୍ତମାନ ସେ କଂଗ୍ରେସ ପାଇଁ କାମ କରିବେ । କଂଗ୍ରେସରେ ଯୋଗଦେବା ପରେ କହ୍ନେୟା କୁମାର କହିଛନ୍ତି ଯେ ସେ କାହିଁକି ଏହି ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ?

ଗଣମାଧ୍ୟମ ସହ କଥାବାର୍ତ୍ତା କରି କହ୍ନେୟା କୁମାର କହିଛନ୍ତି ଯେ, "ମୁଁ କଂଗ୍ରେସ ଦଳରେ ଯୋଗ ଦେଉଛି କାରଣ ମୁଁ ଅନୁଭବ କରୁଛି ଯେ ଏହି ଦେଶର କିଛି ଲୋକ କେବଳ ସେମାନେ ଲୋକ ନୁହଁନ୍ତି, ସେମାନେ ଏକ ଚିନ୍ତାଧାରା । ସେମାନେ ନା କେବଳ ଏହି ଦେଶର କ୍ଷମତାରେ ଅଛନ୍ତି, ବରଂ ଏହି ଦେଶର ଚିନ୍ତନ ପରମ୍ପରା, ସଂସ୍କୃତି, ଏହାର ମୂଲ୍ୟବୋଧ, ଏହାର ଇତିହାସ, ଏହାର ବର୍ତ୍ତମାନ ଏବଂ ଭବିଷ୍ୟତକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ... ଆମେ ଏହା ଚୟନ କରିଛୁ ଯେ ଆମେ ଦେଶର ସବୁଠାରୁ ପୁରାତନ ଦଳ, ସବୁଠାରୁ ଗଣତାନ୍ତ୍ରିକ ଦଳରେ ଏଥିପାଇଁ ଯୋଗଦେବାକୁ  ଚାହୁଁଛୁ କାରଣ ଆମକୁ ଲାଗୁଛି ଓ ଏହି ଦେଶର ଲକ୍ଷ ଲକ୍ଷ ଦେଶର ଲୋକମାନେ ଅନୁଭବ କରିବା ଆରମ୍ଭ କରିଛନ୍ତି ଯେ ଯଦି କଂଗ୍ରେସ ବଞ୍ଚିବ ନାହିଁ ତ ଏହି ଦେଶ ବଞ୍ଚିବ ନାହିଁ ।"

କହ୍ନେୟା କୁମାର କହିଛନ୍ତି ଯେ ଦେଶ ୧୯୪୭ ପୂର୍ବର ପରିସ୍ଥିତିକୁ ଚାଲିଯାଇଛି ।  କଂଗ୍ରେସ ହେଉଛି ସେହି ଦଳ ଯାହା ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ନେଇ ଆଗକୁ ଚାଲିବ । ଲୋକସଭାରେ ୫୪୫ଟି ଆସନ ଅଛି, ସେଥିମଧ୍ୟରୁ ପ୍ରାୟ ୨୦୦ ଆସନ ଅଛି ଯେଉଁଠାରେ ବିଜେପି ଆଗରେ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । କଂଗ୍ରେସ ଏକ ବଡ଼ ଜାହାଜ, ଯଦି ଏହି ଦଳ ବଞ୍ଚିବ ତେବେ ଏହି ଦେଶର ଲକ୍ଷ ଲକ୍ଷ କୋଟି କୋଟି ଯୁବକଙ୍କ ଆକାଂକ୍ଷା ବଞ୍ଚିବ । ଭଗତ ସିଂଙ୍କ ସ୍ୱପ୍ନର ଭାରତ ବଞ୍ଚିବ ଏବଂ ବାବାସାହେବଙ୍କ ପରି ଭାରତ ଗଠନ ସମ୍ଭବ ହେବ । ଏହା ସହିତ ସେ ତାଙ୍କର ପୁରୁଣା ପାର୍ଟି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

କ’ଣ କହିଲେ ଜିଗ୍ନେଶ ମେଭାନୀ?

ଜିଗ୍ନେଶ ମେଭାନୀ (Jignesh Mevani) କହିଛନ୍ତି, "ଆଇନଗତ କାରଣରୁ ମୁଁ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇପାରିଲି ନାହିଁ । ମୁଁ ଜଣେ ସ୍ୱାଧୀନ ବିଧାୟକ, ଯଦି ମୁଁ କୌଣସି ଦଳରେ ଯୋଗ ଦେବି, ମୁଁ ବିଧାୟକ ଭାବରେ ରହିପାରିବି ନାହିଁ... ମୁଁ ଆଦର୍ଶଗତ ଭାବରେ କଂଗ୍ରେସର ଅଂଶ, ଆଗାମୀ ଗୁଜୁରାଟ ନିର୍ବାଚନରେ ​​କଂଗ୍ରେସର ଦଳୀୟ ଚିହ୍ନରେ ଲଢିବି ।"

ଏହା ସହ ସେ କହିଛନ୍ତି ଯେ, "ଗଣତନ୍ତ୍ର ତଥା ଭାରତର ବିଚାରକୁ ବଞ୍ଚାଇବା ପାଇଁ ମୋତେ ସେହି ଦଳ ସହ ରହିବାକୁ ପଡିବ ଯିଏ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲା ଏବଂ ବ୍ରିଟିଶମାନଙ୍କୁ ଦେଶରୁ ବାହାର କରି ଦେଇଥିଲା । ସେଥିପାଇଁ ମୁଁ ଆଜି କଂଗ୍ରେସ ସହିତ ଅଛି ।"

ଅଧିକ ପଢ଼ନ୍ତୁ:-ଖାଇବା ତେଲର ଦାମ୍ ହେବ କମ୍! କେନ୍ଦ୍ର ସରକାର ନେଲା ଏହି ବଡ଼ ପଦକ୍ଷେପ

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ସାମିଲ ହେଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଭାନୀ

ଅଧିକ ପଢ଼ନ୍ତୁ:-ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ