'ଆପଣ ଭଗବାନ ଶ୍ରୀରାମଙ୍କୁ କାହିଁକି ଏତେ ଘୃଣା କରୁଛନ୍ତି?', କଂଗ୍ରେସକୁ ଟାର୍ଗେଟ କଲେ ହାର୍ଦ୍ଦିକ
Advertisement

'ଆପଣ ଭଗବାନ ଶ୍ରୀରାମଙ୍କୁ କାହିଁକି ଏତେ ଘୃଣା କରୁଛନ୍ତି?', କଂଗ୍ରେସକୁ ଟାର୍ଗେଟ କଲେ ହାର୍ଦ୍ଦିକ

କଂଗ୍ରେସ (Congress) ଛାଡିଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ (Hardik Patel) ପୁଣି ଥରେ ଦଳର ହାଇକମାଣ୍ଡକୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସେ ପ୍ରଶ୍ନ କରିଛନ୍ତି ଯେ, କଂଗ୍ରେସ  କାହିଁକି ହିନ୍ଦୁ ଓ ଭଗବାନ ଶ୍ରୀ ରାମ (Lord Sri Ram) ଙ୍କୁ ଏତେ ଘୃଣା କରେ?

'ଆପଣ ଭଗବାନ ଶ୍ରୀରାମଙ୍କୁ କାହିଁକି ଏତେ ଘୃଣା କରୁଛନ୍ତି?', କଂଗ୍ରେସକୁ ଟାର୍ଗେଟ କଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: କଂଗ୍ରେସ (Congress) ଛାଡିଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ (Hardik Patel) ପୁଣି ଥରେ ଦଳର ହାଇକମାଣ୍ଡକୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟରେ ସେ ପ୍ରଶ୍ନ କରିଛନ୍ତି ଯେ, କଂଗ୍ରେସ  କାହିଁକି ହିନ୍ଦୁ ଓ ଭଗବାନ ଶ୍ରୀ ରାମ (Lord Sri Ram) ଙ୍କୁ ଏତେ ଘୃଣା କରେ? ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭରତସିଂ ସୋଲାଙ୍କି (Bharatsinh Solanki) ଙ୍କ ସେହି ବୟାନକୁ ନିନ୍ଦା କରିଛନ୍ତି, ଯେଉଁଥିରେ ସେ କହିଥିଲେ ଯେ ରାମ ନାମରେ ଧୋକା ଦିଆଯାଇଛି ଓ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବ୍ୟବହୃତ ଇଟା ଉପରେ କୁକୁରମାନେ ପରିସ୍ରା କରୁଛନ୍ତି ।

ହାର୍ଦ୍ଦିକ ପଟେଲ ଟ୍ୱିଟରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭାରତସିଂ ସୋଲଙ୍କିଙ୍କ ସେହି ବୟାନକୁ ନିନ୍ଦା କରିଛନ୍ତି, ଯେଉଁଥରେ ସେ କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ଇଟାରେ କୁକୁରମାନେ ପରିସ୍ରା କରୁଛନ୍ତି । ଭରତସିଂ ସୋଲଙ୍କି ଏକ ସଭାରେ କହିଥିଲେ ଯେ, ରାମଙ୍କ ନାମରେ ଲୋକମାନେ ଧୋକା ଦେଇଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ସଂଗୃହିତ ପଥର ଉପରେ କୁକୁରମାନେ ପରିସ୍ରା କରନ୍ତି ।

ବିଜେପି (BJP) ରେ ଯୋଗଦେବା କଳ୍ପନାଜଳ୍ପନା ମଧ୍ୟରେ ହାର୍ଦ୍ଦିକ ପଟେଲ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଏହା ପୂର୍ବରୁ ମଧ୍ୟ କହିଛି ଯେ ଲୋକଙ୍କ ଭାବନାକୁ ଆଘାତ କରିବା ପାଇଁ କଂଗ୍ରେସ ଦଳ କାର୍ଯ୍ୟ କରେ, ହିନ୍ଦୁ ଧର୍ମର ଲୋକଙ୍କ ଆସ୍ଥାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ । ମୁଁ କଂଗ୍ରେସ ଓ ଏହାର ନେତାମାନଙ୍କୁ ପଚାରିବାକୁ ଚାହେଁ ଯେ ପ୍ରଭୁ ଶ୍ରୀ ରାମଙ୍କ ସହିତ ଆପଣଙ୍କର ଶତ୍ରୁତା କାହିଁକି? ହିନ୍ଦୁମାନଙ୍କୁ ଏତେ ଘୃଣା କାହିଁକି? ଶତାବ୍ଦୀ ପରେ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ଏକ ମନ୍ଦିର ମଧ୍ୟ ନିର୍ମାଣ କରାଯାଉଛି, ତଥାପି କଂଗ୍ରେସ ନେତାମାନେ ପ୍ରଭୁ ଶ୍ରୀ ରାମଙ୍କ ବିରୋଧରେ ବୟାନ ଜାରି ରଖିଛନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି, ଗୁଜୁରାଟରେ ଆସନ୍ତା କିଛି ମାସ ମଧ୍ୟରେ ବିଧାନସଭା ନିର୍ବାଚନ ହେବ । ଆନୁଷ୍ଠାନିକ ଭାବେ ଇସ୍ତଫା ଦେବା ପୂର୍ବରୁ ମଧ୍ୟ ହାର୍ଦ୍ଦିକ ପଟେଲ କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରିଛନ୍ତି । ଦଳରେ କାମ କରିବାର ସ୍ୱାଧୀନତାର ଅଭାବକୁ ନେଇ ସେ ଅଭିଯୋଗ କରିଥିଲେ ଓ କହିଥିଲେ ଯେ ତାଙ୍କ କ୍ୟାରିୟର ବର୍ଷ ବର୍ଷ ଧରି ସବୁଠାରୁ ପୁରାତନ ଦଳ ବର୍ବାଦ କରିଦେଇଛି ।

ଏହା ବି ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷା ଗଠନ କଲେ ୩ଟି କମିଟି, ସଚିନ ସମେତ ଜି-୨୩ର ଅନେକ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଏହା ବି ପଢ଼ନ୍ତୁ:-ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦ, ସର୍ଭେରେ ଆଖପାଖରେ ବି ନାହାଁନ୍ତି ରାହୁଲ ଗାନ୍ଧୀ

ଏହା ବି ପଢ଼ନ୍ତୁ:-NATO କୁ କାହିଁକି ଏତେ ଚିଡ଼େ ଋଷ, ଜାଣନ୍ତୁ ଉଭୟଙ୍କ ମଧ୍ୟରେ କିଏ କେତେ ଶକ୍ତିଶାଳୀ?

ସୂଚନାଯୋଗ୍ୟ, ହାର୍ଦ୍ଦିକ ପଟେଲ ୨୦୧୫ରେ ପାଟିଦାରଙ୍କ ପାଇଁ ସଂରକ୍ଷଣ ଦାବି କରି ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ୨୦୧୯ରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ । ଜୁଲାଇ ୨୦୨୦ରେ ତାଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷର ଦାୟିତ୍ୱ ଦିଆଯାଇଥିଲା । ବିଗତ ଦିନରେ ହାର୍ଦ୍ଦିକ ପଟେଲ ନିଜକୁ ରାମ ଭକ୍ତ ବୋଲି କହିଥିଲେ । ନିଜକୁ ରାମ ଭକ୍ତ ବୋଲି କହି ହାର୍ଦ୍ଦିକ କହିଥିଲେ ଯେ, ସେ ଜଣେ ହିନ୍ଦୁ ହୋଇଥିବାରୁ ଗର୍ବିତ । ହାର୍ଦ୍ଦିକ ପଟେଲ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଚାରି ହଜାର ଭାଗବତ ଗୀତା ବଣ୍ଟନ ବିଷୟରେ କହିଥିଲେ ଓ କହିଥିଲେ ଯେ ଆମେ ହିନ୍ଦୁ ଧର୍ମରୁ ଆସିଛୁ ଏବଂ ହିନ୍ଦୁ ହୋଇଥିବାରୁ ଆମେ ଗର୍ବିତ । ଏହା ପରେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ମଧ୍ୟ ହାର୍ଦ୍ଦିକ ପଟେଲଙ୍କୁ ପ୍ରଶଂସା କରିଛନ୍ତି । ଯେଉଁଥିପାଇଁ ହାର୍ଦ୍ଦିକଙ୍କ ବିଜେପି ଯିବାର କଳ୍ପନାଜଳ୍ପନା ଜୋର ଧରିଛି ।