Maharashtra Politics: Shivsena ହାତ ଛାଡିବା ପରେ MNS ହାତ ଧରିବ କି BJP?
Advertisement
Article Detail0/zeeodisha/odisha959092

Maharashtra Politics: Shivsena ହାତ ଛାଡିବା ପରେ MNS ହାତ ଧରିବ କି BJP?

ବିଗତ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ଲାଗି ପରସ୍ପରକୁ ସାକ୍ଷାତ କରିଛନ୍ତି ଉଭୟ ଦଳର ଅଧ୍ୟକ୍ଷ। 

Maharashtra Politics: Shivsena ହାତ ଛାଡିବା ପରେ MNS ହାତ ଧରିବ କି BJP?

ମୁମ୍ବାଇ: ଶିବସେନା ହାତ ଛାଡି଼ବା ପରେ ମହାରାଷ୍ଟ୍ର ରାଜନୀତିରେ ନୂଆ ସହଯୋଗୀ ଖୋଜୁଛି କି ବିଜେପି? ଏପରି ଏକ ଚର୍ଚ୍ଚା ବିଭିନ୍ନ ସମୟରେ ହେଉଛି। ସଦ୍ୟ ଏହାକୁ ଖୋରାକ ଯୋଗାଇଛି ରାଜ୍ୟର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ହୋଇଥିବା ଭେଟଘାଟ। ଯାହାକୁ ନେଇ ଏବେ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। 

ଶୁକ୍ରବାର ମୁମ୍ବାଇ ଠାରେ ମହାରାଷ୍ଟ୍ର ନବ ନିର୍ମାଣ ସେନା ଏମଏନଏସ ଅଧ୍ୟକ୍ଷ ରାଜ ଠାକେରଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ। ରାଜ୍ୟ ରାଜଧାନୀରେ ଉଭୟ ଦଳର ମଙ୍ଗୁଆଳଙ୍କ ମଧ୍ୟରେ ହୋଇଥିବା ଭେଟଘାଟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି।   

Also Read: BJP ନେତାଙ୍କ ବୟାନକୁ ନେଇ ତେଜିଲା ବିବାଦ; ଜବାବ ରଖିଲା Shivsena 

ଶିବସେନା ସହ ମେଣ୍ଟ ଭାଙ୍ଗିବା ପରେ ତୃଣମୂଳ ସ୍ତରରେ ନିଜ ସଙ୍ଗଠନକୁ ବଢାଇବାରେ ଲାଗିଛି ବିଜେପି। ଏହା ସହିତ ଆଞ୍ଚଳିକ ଦଳଙ୍କ ସହଯୋଗ ନେଇ ଜନସମର୍ଥନ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି ଦଳ। ଉଭୟ ରାଜ ଠାକେର ଏବଂ ଚନ୍ଦ୍ରକାନ୍ତ ପାଟିଲଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ହୋଇଥିଲା। ଏହି ବୈଠକରେ ଅନେକ ଏମଏନଏସ ନେତା ଉପସ୍ଥିତ ଥିଲେ। ଏନେଇ କୁହାଯାଇଛି ଯେ ବିଜେପି-ଏମଏନଏସ ମଧ୍ୟରେ ମେଣ୍ଟ ହୋଇପାରେ। 

ବିଗତ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ଲାଗି ପରସ୍ପରକୁ ସାକ୍ଷାତ କରିଛନ୍ତି ଉଭୟ ଦଳର ଅଧ୍ୟକ୍ଷ। ଶୁକ୍ରବାର ମୁମ୍ବାଇରେ ହୋଇଥିବା ଭେଟଘାଟ ପୂର୍ବରୁ ନାସିକ ଠାରେ ପରସ୍ପରକୁ ଭେଟିଥିଲେ ସେମାନେ। 

Also Read: Crackdown in MVA; ବଡ଼ ଘୋଷଣା କଲେ Maharastra Congress President

ମୁମ୍ବାଇ ଓ ପୁଣେ ମହାନଗର ନିର୍ବାଚନକୁ ନେଇ ଉଭୟ ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଗଠନ କରିବାକୁ ନେଇ ଆଲୋଚନା ହେଉଛି। ଏମଏନଏସ ଅଧ୍ୟକ୍ଷଙ୍କ ସହ ହୋଇଥିବା ଭେଟଘାଟକୁ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି। ଆସନ୍ତା ବର୍ଷ ହେବାକୁ ଯାଉଛି ମୁମ୍ବାଇ ମହାନଗର ନିଗମ ବିଏମସି ନିର୍ବାଚନ ଲାଗି ବିଜେପି-ଏମଏନଏସ ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Also Read: Hindutva ପ୍ରସଙ୍ଗକୁ ନେଇ ମୁହାଁମୁହିଁ BJP-Shivsena

ଏମଏନଏସ ସହ ମେଣ୍ଟ କରିବାକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ରାଜ ଠାକରେଙ୍କୁ ଉତ୍ତର ଭାରତ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହେବ।