ଏହି ରାଜ୍ୟରେ ବିଜେପି ବଞ୍ଚାଇ ପାରିବ କି ନିଜ ସରକାର, ନା କଂଗ୍ରେସ ନେବ ପ୍ରତିଶୋଧ ?

ବିଜେପି ରାଜ୍ୟ ଅଧ୍ୟକ୍ଷ ଏସ ଟିକେନ୍ଦ୍ର ସିଂ କହିଛନ୍ତି ଯେ, ୩୦ରୁ ଅଧିକ ସଦସ୍ୟଙ୍କ ସମର୍ଥନ ହାସଲ କରି ସରକାର ଆସ୍ଥା ଭୋଟ ଜିତିବେ ବୋଲି ସେ ନିଶ୍ଚିତ ଅଛନ୍ତି । ତେବେ ଗୃହରେ ମେଣ୍ଟ ସରକାର ପାଖରେ କେବଳ ୨୯ ଜଣ ସଦସ୍ୟଙ୍କ ସମର୍ଥନ ରହିଛି ।

ଏହି ରାଜ୍ୟରେ ବିଜେପି ବଞ୍ଚାଇ ପାରିବ କି ନିଜ ସରକାର, ନା କଂଗ୍ରେସ ନେବ ପ୍ରତିଶୋଧ ?

ତମାଲ ବାକଚିନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛି, ତାହା ବିଜେପି ନେତୃତ୍ୱରେ ମଣିପୁର(Manipur)ରେ ଚାଲିଥିବା ଏନ ବିରେନ ସିଂ ସରକାରଙ୍କ ସହ ମଧ୍ୟ ଘଟୁଛି । ଏଠାରେ ରାଜ୍ୟ ସରକାର ବିଦ୍ରୋହର ସମ୍ମୁଖୀନ ହେଉଛନ୍ତି । ସୋମବାର ମଣିପୁରରେ ଏକ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଯେଉଁଠାରେ ସିଏମ୍ ଏନ ବିରେନ ସିଂ(N Biren Singh) ବିଶ୍ୱାସ ମତ ପ୍ରସ୍ତାବ ଉପସ୍ଥାପନ କରିବେ ।  ଆସ୍ଥା ଭୋଟ୍‌ରେ ରାଜ୍ୟରେ ବିଜେପି(BJP) ନେତୃତ୍ୱାଧୀନ ସରକାରଙ୍କ ଭାଗ୍ୟ ସ୍ଥିର ହେବ । ବିଧାନସଭାରେ ଉପସ୍ଥିତ ରହିବାକୁ ଏବଂ ପାର୍ଟି ଲାଇନ ଅନୁଯାୟୀ ଭୋଟ୍ ଦେବାକୁ ବିଜେପି ନିଜର ୧୮ ବିଧାୟକ ଓ କଂଗ୍ରେସ(Congress) ନିଜର ୨୪ ଜଣ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ତିନିଜଣ ବିଧାୟକଙ୍କ ଇସ୍ତଫା ଏବଂ ଦଳ ବଦଳ ଆଇନ ଅନୁଯାୟୀ ଚାରିଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ଗୃହରେ ବର୍ତ୍ତମାନ ୫୩ ଜଣ ବିଧାୟକ ଅଛନ୍ତି ।

ବିଜେପି ରାଜ୍ୟ ଅଧ୍ୟକ୍ଷ(BJP state president ) ଏସ ଟିକେନ୍ଦ୍ର ସିଂ(S Tikendra Singh) କହିଛନ୍ତି ଯେ, ୩୦ରୁ ଅଧିକ ସଦସ୍ୟଙ୍କ ସମର୍ଥନ ହାସଲ କରି ସରକାର ଆସ୍ଥା ଭୋଟ ଜିତିବେ ବୋଲି ସେ ନିଶ୍ଚିତ ଅଛନ୍ତି । ତେବେ ଗୃହରେ ମେଣ୍ଟ ସରକାର ପାଖରେ କେବଳ ୨୯ ଜଣ ସଦସ୍ୟଙ୍କ ସମର୍ଥନ ରହିଛି । କଂଗ୍ରେସ ଜୁଲାଇ ୨୮ରେ ସରକାରଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲା । କଂଗ୍ରେସ ବିଧାୟକ(Congress MLA) କେଶମ ମେଘଚନ୍ଦ୍ର ସିଂ(Kesham Meghchandra Singh ) ଏହି ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଦ୍ୱାରା ଉପସ୍ଥାପିତ ବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଗୃହରେ ତାଲିକାଭୁକ୍ତ ହୋଇଛି ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?

ସେ କହିଛନ୍ତି, 'ଗୃହର କାର୍ଯ୍ୟ ନିୟମରେ ଏହା ସ୍ପଷ୍ଟ ଯେ ଯଦି ସମାନ ପ୍ରସଙ୍ଗରେ ଦୁଇଟି ଭିନ୍ନ ପ୍ରସ୍ତାବ ଉପସ୍ଥାପନ କରାଯାଇଛି ଯଥା ଗୋଟିଏ ବିରୋଧୀ ଦଳ ଏବଂ ଗୋଟିଏ ସରକାର ଦ୍ୱାରା ତେବେ ପ୍ରାଥମିକତା ସରକାର ଦେଇଥିବା ପ୍ରସ୍ତାବ ଉପରେ ଦିଆଯିବା ଉଚିତ୍ । ତେଣୁ କଂଗ୍ରେସ ଏହି ଆଲୋଚନାରେ ଭାଗ ନେବ ।

ଅଧିକ ପଢ଼ନ୍ତୁ:-ସଚିନ ହେଲେ 'ଆଉଟ୍', ତ କଂଗ୍ରେସ ପାଇଁ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଲେ ବୈଭବ

ଜୁନ୍ ୧୭ରେ ୬ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଥିବାରୁ ରାଜ୍ୟ ସରକାରଙ୍କ ଆଗରେ ରାଜନୈତିକ ସଙ୍କଟ ଦେଖାଦେଇଥିବାବେଳେ ତିନିଜଣ ବିଜେପି ବିଧାୟକ(BJP MLA) ଦଳ ଛାଡି କଂଗ୍ରେସ(Congress)ରେ ଯୋଗ ଦେଇଥିଲେ । ତେବେ ବିଜେପିର ବରିଷ୍ଠ ନେତା ଓ ମେଘାଳୟର ମୁଖ୍ୟମନ୍ତ୍ରୀ(Meghalaya CM) କୋନରାଡ କେ ସାଙ୍ଗମାଙ୍କ ହସ୍ତକ୍ଷେପ ପରେ ଚାରିଜଣ ନ୍ୟାସନାଲ ପିପୁଲ୍ସ ପାର୍ଟି(NPP) ବିଧାୟକ ମେଣ୍ଟକୁ ଫେରିଥିଲେ । ସାଙ୍ଗମା ହେଉଛିନ୍ତି ଏନପିପିର ସୁପ୍ରିମୋ ।