ବିଧାନସଭା ନିର୍ବାଚନ ପୂର୍ବରୁ ବଦଳି ଯିବକି ଏହି ରାଜ୍ୟର ନେତୃତ୍ୱ?
ଏହି ନିର୍ବାଚନରେ କଂଗ୍ରେସ ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚେକମେଟ ଦେବା ସହ ୧୫୦ ଆସନ ଦଖଲ କରିବା ଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି ଦଳ।
Assembly Election 2023: ଆସନ୍ତାବର୍ଷ ହେବାକୁ ଯାଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସ ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚେକମେଟ ଦେବା ସହ ୧୫୦ ଆସନ ଦଖଲ କରିବା ଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି ବିଜେପି।
ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ବିଳମ୍ବିତ ରାତ୍ରୀରେ ରାଜଧାନୀ ବେଙ୍ଗାଲୁରୁ ଠାରେ ପହଞ୍ଚିଛନ୍ତି। ତାଙ୍କର କର୍ଣ୍ଣାଟକ ଗସ୍ତକୁ ନେଇ ରାଜ୍ୟରେ ନେତୃତ୍ୱ ତଥା ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବାକୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।
ଗତ ଅପ୍ରେଲ ୧ ତାରିଖରେ କର୍ଣ୍ଣାଟକ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ସେ କର୍ଣ୍ଣାଟକ ବିଜେପି କୋର କମିଟି ବୈଠକରେ ଯୋଗ ଦେଇଥିଲେ। ଏହା ସହିତ ଆସନ୍ତାବର୍ଷ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳ କିପରି ୧୫୦ ଆସନ ହାତେଇବ ସେ ନେଇ ରାଜ୍ୟ ବିଜେପି ନେୃତୃତ୍ୱ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିଥିଲେ। ପ୍ରାୟ ବର୍ଷେ ପରେ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି କର୍ଣ୍ଣାଟକ ବିଜେପି।
Also Read: ପ୍ରୟୋଗଶାଳାରେ ବିଜେପି କୁ ମାତ୍ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ-ଆପ୍
ସଦ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକ ଗସ୍ତକୁ ସରକାରୀ ଗସ୍ତ ଭାବେ ଗ୍ରହଣ କରୁଛି ବିଜେପି। କାରଣ ମଙ୍ଗଳବାର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ସମ୍ମାନ ସମାରୋହ ସମେତ ଦ୍ୱାଦଶ ଶତାବ୍ଦୀର ସମାଜ ସୁଧାରକ ତଥା ଲିଙ୍ଗାୟକତ ସନ୍ଥ ବସବନ୍ନାଙ୍କ ଜୟନ୍ତୀ ଅବସରରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବେ ସେ। କର୍ଣ୍ଣାଟକ ରାଜନୀତିରେ ଲିଙ୍ଗାୟତ ସମ୍ପ୍ରଦାୟ ହେଉଛି ଶାସକ ବିଜେପି ଦଳର ପାରମ୍ପରିକ ଭୋଟ ବ୍ୟାଙ୍କ।
କର୍ଣ୍ଣାଚ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ପୁରୁଖା ଲିଙ୍ଗାୟତ ଚେହେରା ବି.ଏସ ୟେଦିୟୁରାପ୍ପାଙ୍କ ସମେତ ଅନ୍ୟାନ୍ୟ ବିଜେପି ନେତୃବୃନ୍ଦଙ୍କ ସହ ମିଶି ଆଗାମୀ ବିଧାନସଭା ନିର୍ବାଚନ ବାବଦରେ ରଣନୀତି ପ୍ରସ୍ତୁତ କରିବେ। ଅନ୍ୟପଟେ ମଙ୍ଗଳବାର ସନ୍ଧ୍ୟାରେ କର୍ଣ୍ଣାଟକ ବିଜେପି ମୁଖ୍ୟାଳୟ ଠାରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଶାହ।
ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କିମ୍ବା ସମ୍ପ୍ରସାରଣ କରିବାକୁ ନେଇ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ଲାଗି ଚାପ ବଢିଯାଇଛି। ପୂର୍ବରୁ ସେ ସଙ୍କେତ ଦେଇସାରିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶାହଙ୍କ ସହ ଚର୍ଚ୍ଚା କରିବେ।
Also Read: BJP: Assembly Election 2022 ସଫଳତା ପରେ କ'ଣ ରହିଛି ଆଗାମୀ ଯୋଜନା
କେନ୍ଦ୍ରମନ୍ତ୍ରୀ ଅମିକ ଶାହଙ୍କ କର୍ଣ୍ଣାଟକ ଗସ୍ତ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରାପ୍ପା କହିଛନ୍ତି ମୁଁ ତାଙ୍କ ତାଙ୍କ ଗସ୍ତ ଅବସରରେ ଭେଟିବି। ତାଙ୍କୁ ରାଜ୍ୟର ରାଜନୈତିକ ସ୍ଥିତି ବାଦରେ ଅବଗତ କରାଯିବ। ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶାହ ରାଜ୍ୟକୁ ପ୍ରାଥମିକତା ଦେବାକୁ ଘୋଷଣା କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଦଳ କିପରି ୧୫୦ ଆସନ ଦଖଲ କରିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଉଛି।