ଖଡ୍ଗ ପରେ ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣ ଜିଭି ଦାନ ଦେଲେ ଭକ୍ତ
Advertisement

ଖଡ୍ଗ ପରେ ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣ ଜିଭି ଦାନ ଦେଲେ ଭକ୍ତ

ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପଦ୍ମଚରଣ ପାତ୍ର ପୂର୍ବରୁ ସୁବର୍ଣ୍ଣ ନିର୍ମିତ ୩ ହଳ ସୂର୍ଯ୍ୟ, ଚନ୍ଦ୍ର ଦାନ କରିଛନ୍ତି।

ଖଡ୍ଗ ପରେ ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣ ଜିଭି ଦାନ ଦେଲେ ଭକ୍ତ

ପୁରୀ: ଖଡ୍ଗ ପରେ ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣ ଜିଭି ପ୍ରଦାନ କରିଛନ୍ତି ଜଣେ ଭକ୍ତ। ସେ ହେଉଛନ୍ତି ଭୁବନେଶ୍ୱର ଅଞ୍ଚଳର ପଦ୍ମଚରଣ ପାତ୍ର। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ, ଅନ୍ୟ ପ୍ରଶାସକ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଭଗବାନଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି ସେ।         

ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପଦ୍ମଚରଣ ପାତ୍ର ପୂର୍ବରୁ ସୁବର୍ଣ୍ଣ ନିର୍ମିତ ୩ ହଳ ସୂର୍ଯ୍ୟ, ଚନ୍ଦ୍ର (Gold made Sun-Moon) ଦାନ କରିଥିବା ବେଳେ ଏବେ ୩ଟି ସୁନା ଜିଭି (Gold made Tongue Cleaner) ପ୍ରଦାନ କରିଛନ୍ତି। ଏହାର ନିର୍ମାଣରେ ୯୦ ଗ୍ରାମ ୩୩୦ ମିଲିଗ୍ରାମ ସୁନା ବ୍ୟବହୃତ ହୋଇଛି। ପ୍ରତି ଦିନ ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସୁବର୍ଣ୍ଣ ଜିଭଛେଲା ବ୍ୟବହାର କରାଯାଏ।

ଏହା ପୂର୍ବରୁ ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ମୋତୁରୀ ଶ୍ରୀନିବାସ ପ୍ରସାଦ ତାଙ୍କ ସହ ତିରୁପତି ବାଲାଜୀଙ୍କୁ ଦେଖା କରିବା ପରେ ତିରୁମାଲା ତିରୁପତି ଦେବସ୍ଥାନମ୍ ଟିଟିଡି ଅଧିକାରୀଙ୍କୁ ଏହି ସୁବର୍ଣ୍ଣ ଖଣ୍ଡା ଦେଇଥିଲେ। ଗତ ଏକ ବର୍ଷ ଧରି ଖଣ୍ଡା ହସ୍ତାନ୍ତର କରିବାକୁ ଚାହୁଁଥିଲେ ହେଲେ କୋରୋନା କାରଣରୁ ଏହା ସମ୍ଭବ ହୋଇନଥିଲା।

Also Read: ସୁନା ବେଶ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦେଲେ ଦାତା

ଏହି ସୁନା ନିର୍ମିତ ଖଣ୍ଡା 'ସୂର୍ଯ୍ୟ କାଟାରୀ' ତାମିଲନାଡୁର କୋଏମ୍ବାଟୁରରେ ବିଶେଷଜ୍ଞ ଜୁଏଲର୍ସ ଶ୍ରୀନିବାସ ଦମ୍ପତିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ତିଆରି କରିବାକୁ ପ୍ରାୟ ୬ ମାସ ସମୟ ଲାଗିଲା। ସାଢେ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସୁନା ଖଣ୍ଡା ତିଆରି କରାଯାଇଥିଲା। ଏହା ପରେ ଏହାର ମୂଲ୍ୟ ପ୍ରାୟ ୧.୮ କୋଟି ଟଙ୍କା ଥିଲା। ହେଲେ ବର୍ତ୍ତମାନ ଏହାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା।

ତାମିଲନାଡୁର ଟେନିସ୍ଥିତ ଜଣେ ଜଣାଶୁଣା କପଡା ବ୍ୟବସାୟୀ ଥାଙ୍ଗା ଦୋରାଇ ୨୦୧୮ରେ ତିରୁମାଲାର ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ୧.୭୫ କୋଟି ଟଙ୍କା ମୂଲ୍ୟର ସୁନା ଖଣ୍ଡା ଦାନ କରିଥିଲେ। ସୁନା ଖଣ୍ଡା କିମ୍ବା 'ସୂର୍ଯ୍ୟ କାଟାରୀ' ତିଆରି ପାଇଁ ପ୍ରାୟ ଛଅ କିଲୋଗ୍ରାମ ସୁନା ବ୍ୟବହୃତ ହୋଇଥିଲା।