close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭାଇରାଲ ଉପରେ ଲଗାମ ନାହିଁ

ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ଭାଇରାଲ  ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । କୁମ୍ଭାରପଡ଼ାର ଦେବାଶିଷ ସିଂ ଓ ନୟାଗଡ଼ର ରାଜା ଦଳାଇକୁ ଅଟକ ରଖାଯାଇଛି । 

ଭାଇରାଲ ଉପରେ ଲଗାମ ନାହିଁ

ସଞ୍ଜୟ ମହାପାତ୍ର/ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ଭାଇରାଲ  ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । କୁମ୍ଭାରପଡ଼ାର ଦେବାଶିଷ ସିଂ ଓ ନୟାଗଡ଼ର ରାଜା ଦଳାଇକୁ ଅଟକ ରଖାଯାଇଛି । ରବିବାର ଦିନ ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଟୋରେ ଓଲିଉଡ ଅଭିନେତ୍ରୀ ଦିବ୍ୟା, ତାଙ୍କ ପରିବାର ଓ କିଛି ବନ୍ଧୁଙ୍କ ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଥିଲା । ଭାଇରାଲ ହୋଇଥିବା ଫଟୋ ସମ୍ପର୍କରେ ଅନୁସନ୍ଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସିଂହଦ୍ୱାର ଥାନାରେ କେସ୍ ନମ୍ବର ୮୮/୧୯ରେ ମାମଲା ରୁଜୁ ହୋଇଥିଲା । ନିତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ଏତଲାକ୍ରମେ ମାମଲା ରୁଜୁ ହୋଇଥିଲା । ତେବେ ଆଜି ଘଟଣାର ତଦନ୍ତ କରି ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।
ହେଲେ ଏହି ଫଟୋ କିଏ ଭାଇରାଲ କରିଛି ତାହା ଜଣା ପଡିନାହିଁ । ଶ୍ରୀମନ୍ଦିର ଭିତରକୁ ସୁରକ୍ଷା ଦୃଷ୍ଟିକୋଣରୁ ମୋବାଇଲ ନିଷେଧ କରାଯାଇଛି । ଏତେ ସୁରକ୍ଷାକର୍ମୀ ଥିବାବେଳେ ମନ୍ଦିର ଭିତରକୁ କିପରି ମୋବାଇଲ ନିଆଗଲା  ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ଫଟୋ ଭାଇରାଲ ହୋଇଥିଲା । ଏତେସବୁ ପରେ ସୁରକ୍ଷା ବ୍ୟବସ୍ଥା ତଥା ଯାଞ୍ଚ ବ୍ୟବସ୍ଥା ଉପରେ ସେପରି କିଛି ପରିବର୍ତ୍ତନ କରା ଯାଇନାହିଁ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ହିଁ ଜଣାପଡ଼ୁଛି ଶ୍ରୀମନ୍ଦିର ଭିତରକୁ ମୋବାଇଲା ଯାଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଶ୍ରୀମନ୍ଦିର ସୁରକ୍ଷା ପାଇଁ ତଥା ଯାଞ୍ଚ ପାଇଁ ଏତେ ସଂଖ୍ୟାରେ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି ତେବେ କିପରି ମୋବାଇଲ୍ କ୍ୟାମେରା ଭିତରକୁ ଯାଉଛି ? ମୋବାଇଲେ ଫଟୋ ଉଠିଲା ବେଳେ କଣ କାହାରି ନଜର ପଡ଼ୁନି ? ଶ୍ରୀମନ୍ଦିର ଭିତରକୁ ମୋବାଇଲ କଟକଣା ଥିଲେ ମଧ୍ୟ ବାରମ୍ବାର କେମିତି ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେଉଛି ? 
ପୂର୍ବରୁ ଜଣେ ସିଂହଦ୍ୱାର ଥାନା ଅଧିକାରୀ ଶ୍ରୀମନ୍ଦିରର ଫଟୋ ଭାଇରାଲ କରି ନିଲମ୍ବିତ ହୋଇଥିଲେ । ସେ ବାଇଶ ପାହାଚରେ ଛିଡ଼ା ହୋଇଥିବାବେଳର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ସେହିପରି ବେଙ୍ଗାଲୁରୁର ଜଣେ ମହିଳା ପର୍ଯ୍ୟଟକ ମେଘା ଲୁଥ୍ରା  ଶ୍ରୀମନ୍ଦିର ଭିତରର ଫଟୋ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମହିଳା ଜଣଙ୍କ ନିଜ ଫେସବୁକ ଆକାଉଣ୍ଟରୁ ଫଟୋକୁ  ଡିଲିଟ୍ କରି ଦେଇଥିଲେ । ଗତବର୍ଷ ଜୁନ୍ ମାସରେ ମଧ୍ୟ ଜଣେ ହାଇଦ୍ରାବାଦର ପର୍ଯ୍ୟଟକ ଶ୍ରୀମନ୍ଦିର ଭିତର ବେଢାର ଫଟୋ ସହ କୀର୍ତ୍ତନ ଚକଡାରୁ ସନ୍ଧ୍ୟା ସମୟରେ  ଫଟୋ ଉଠାଇ ନିଜ ଫେସବୁକ ଆକାଉଣ୍ଟରେ  ପୋଷ୍ଟ କରିଥିଲେ । 
ଫଟୋରେ ନାଟ୍ୟ ମଣ୍ଡପ ଓ ଜଗମୋହନ ବାହାରର ଚିତ୍ର ମଧ୍ୟ ରହିଥିଲା  । ହାଇଦ୍ରାବାଦର ଆନନ୍ଦ ଗିନ୍‌ କିଣ୍ଟାଲଙ୍କ ନାମକ ଜଣେ ପର୍ଯ୍ୟଟକ ଶ୍ରୀମନ୍ଦିର ଫଟୋ ଭାଇରାଲ କରିଥିଲେ ।  ଫେସବୁକରେ  କୋଇଲି ବୈକୁଣ୍ଠର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଗୁଜୁରାଟର ହିତେଶ ସୁନାନି ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ୍ ଆକାଉଣ୍ଟରେ ଅପଲୋଡ଼ କରିଥିଲେ ଫଟୋ । ମନ୍ଦିର ବାହାରେ ଅନେକ ପୋଲିସ ଯାଞ୍ଚ କରି ଭକ୍ତଙ୍କୁ ଭିତରକୁ ଛାଡୁଥିଲେ ମଧ୍ୟ କିଭଳି ମୋବାଇଲ କିମ୍ବା କ୍ୟାମେରା ମନ୍ଦିର ଭିତରକୁ ଯାଉଛି ସେ ନେଇ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ପ୍ରଶାସନ ନିଜ ଦାୟିତ୍ୱ ସୂଚାର ରୂପେ କରୁନାହିଁ ବୋଲି ଅନେକ ଜଗନ୍ନାଥପ୍ରେମୀ ଅଭିଯୋଗ କରିଛନ୍ତି ।