ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଥମ ଥର ଶ୍ରୀଜିଉଙ୍କୁ ଦର୍ଶନ କଲେ ଶାହ

ଆଜି ସକାଳ ୮ଟା ୧୦ ମିନିଟରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ ଅମିତ ଶାହ । 

ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଥମ ଥର ଶ୍ରୀଜିଉଙ୍କୁ ଦର୍ଶନ କଲେ ଶାହ
ଫଟୋ ସୌଜନ୍ୟ: ଏଏନଆଇ

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଯଦିଓ ପୂର୍ବରୁ ବହୁଥର ଓଡ଼ିଶାକୁ ଶାହ ଆସିଛନ୍ତି, ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଆଜି ଦ୍ୱିତୀୟ ଦିନରେ ଜଗନ୍ନାଥ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଶାହଙ୍କୁ ସ୍ୱାଗତ କରାଯାଇଛି । 

ଆଜି ସକାଳ ୮ଟା ୧୦ ମିନିଟରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ ଅମିତ ଶାହ । ଏହା ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା । ଦର୍ଶନ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଦୁଇ ଓଡ଼ିଶା କେନ୍ଦ୍ରମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି, ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ସ୍ଥାନୀୟ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।  

ଆହୁରି ପଢ଼ନ୍ତୁ; ତାହିର ହୁସେନ ସହ କପିଲ ମିଶ୍ରାଙ୍କ ତୁଳନା କରାଯାଇପାରିବ ନାହିଁ: ଆଇନ ମନ୍ତ୍ରୀ