ଆଜି ଦିଶୁନି ଶ୍ରୀକ୍ଷେତ୍ର ନୀଳଚକ୍ର !
ଶ୍ରୀକ୍ଷେତ୍ରରେ ଘନ କୁହୁଡିର ଆସ୍ତରଣ । ପୁରୀ ଗଳିକନ୍ଦି, ସହର ବଜାର ସହ ଶ୍ରୀମନ୍ଦିର ଓ ବଡଦାଣ୍ଡ ଆଜି ଘନକୁହୁଡିର ଆସ୍ତରଣରେ ଲୁଚିଯାଇଛି। ଏହି ଘନ କୁହୁଡି ମଧ୍ୟର ଶ୍ରୀମନ୍ଦିର, ଜଗମୋହନ, ନାଟମଣ୍ଡପ ଆଉ ଭୋଗମଣ୍ଡପ ମଧ୍ୟ ଦେଖାଯାଉନାହିଁ ।
Trending Photos
)
ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ରରେ ଘନ କୁହୁଡିର ଆସ୍ତରଣ । ପୁରୀ ଗଳିକନ୍ଦି, ସହର ବଜାର ସହ ଶ୍ରୀମନ୍ଦିର ଓ ବଡଦାଣ୍ଡ ଆଜି ଘନକୁହୁଡିର ଆସ୍ତରଣରେ ଲୁଚିଯାଇଛି। ଏହି ଘନ କୁହୁଡି ମଧ୍ୟର ଶ୍ରୀମନ୍ଦିର, ଜଗମୋହନ, ନାଟମଣ୍ଡପ ଆଉ ଭୋଗମଣ୍ଡପ ମଧ୍ୟ ଦେଖାଯାଉନାହିଁ ।
ଚାଲିଛି ଧର୍ମମାସ ମାର୍ଗଶିର । ଏହି ସମୟରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ଇଚ୍ଛା ଥାଏ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବା ମାତ୍ରେ ବଡଦେଉଳର ନୀଳଚକ୍ରକୁ ପ୍ରଥମେ ଆଖିପୁରାଇ ଦେଖିନେବା । ମହାପ୍ରଭୁଙ୍କୁ ପ୍ରଣାମ କରି ଆଶିର୍ବାଦ ନେବାକୁ ଚାହେଁ ଭକ୍ତ । ମାତ୍ର କୁହୁଡିର ଘନ ଅନ୍ଧକାର ଯୋଗୁଁ ହଜାର ହଜାର ଭକ୍ତ, ଦର୍ଶନାର୍ଥୀ, ପର୍ଯ୍ୟଟକ ଆଜି ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି ।
ସେପେଟେ ସହର ଭିତରେ ଗାଡି ମଟରରେ ଲାଇଟ ଲଗାଇ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳୁଛି। ପାଦଚଲା ରାସ୍ତା ବି ଠିକ୍ ନଥିଲା । ସିଂହଦ୍ଵାର ସହିତ ତିନିଦ୍ୱାରର ଗୁମୁଟ ମଧ୍ୟ ବାହାରକୁ ଦୃଶ୍ୟମାନ ହେଉନାହିଁ। କେବଳ ଶ୍ରୀମନ୍ଦିର କି ବଡଦାଣ୍ଡ ନୁହେଁ, ସମ୍ପୁର୍ଣ୍ଣ ଶ୍ରୀକ୍ଷେତ୍ରରେ ଦେଖାଯାଇଥିଲା ଘନ କୁହୁଡି। ଗାନ୍ଧୀ ପାର୍କରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ଆହୁରି ପଢନ୍ତୁ; ଡିସେମ୍ବର ୧ ନୁହେଁ, ଆସନ୍ତାକାଲିଠୁ ଠାକରେ ସରକାର