Advertisement
Article Detail0/zeeodisha/odisha665306
Zee OdishaPuriଚନ୍ଦନ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ

ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ

ବର୍ଷସାରା ବୁଡ଼ି ରହିଥିବା ପାଞ୍ଚଟି ଚାପ ଡଙ୍ଗାକୁ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ବାହାରକୁ ବାହାର କରାଯାଇଛି । ଭୋଇସେବକ, ମହାରଣା ଓ ନାଉରିଆମାନେ ଚାପଡଙ୍ଗାକୁ ଅତି କୌଶଳର ସହକାରେ ଗୋଟିଏ ପରେ ଗୋଟିଏ ଉପରକୁ ଉଠାଇଛନ୍ତି ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ କୁମାର ମହାପାତ୍ର, ପୁରୀ: ଆସନ୍ତା ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ତିଥି ଅବସରରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏ । ଆଉ ଏହି ଶୁଭ ମୁହୂର୍ତ୍ତରେ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଣୁ ଚନ୍ଦନ ଯାତ୍ରା ପାଇଁ ପରମ୍ପରା ମୁତାବକ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ପରମ୍ପରା ଅନୁସାରେ ପୂର୍ବବର୍ଷ ଚନ୍ଦନଚାପର ବାହାର ଚନ୍ଦନ ସରିବା ପରେ ନନ୍ଦା, ଭଦ୍ରା ଚାପ ସହ ବୈଜୟନ୍ତ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ାଇ ଦିଆଯାଇଥାଏ। 

ବର୍ଷସାରା ବୁଡ଼ି ରହିଥିବା ପାଞ୍ଚଟି ଚାପ ଡଙ୍ଗାକୁ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ବାହାରକୁ ବାହାର କରାଯାଇଛି । ଭୋଇସେବକ, ମହାରଣା ଓ ନାଉରିଆମାନେ ଚାପଡଙ୍ଗାକୁ ଅତି କୌଶଳର ସହକାରେ ଗୋଟିଏ ପରେ ଗୋଟିଏ ଉପରକୁ ଉଠାଇଛନ୍ତି । ଚନ୍ଦନ ଯାତ୍ରାରେ ମହାପ୍ରଭୁ ନନ୍ଦା ଓ ଭଦ୍ରା ଚାପରେ ନରେନ୍ଦ୍ରରେ ଚାପଖେଳିଥାନ୍ତି । ମହାପ୍ରଭୁଙ୍କ ଦୁଇ ଚାପକୁ ଆଗରେ ଆଗରେ ବାଟ କଢ଼ାଇ ନେଇଥାଏ ବୈଜୟନ୍ତ । ପରମ୍ପରା ଅନୁସାରେ ବାହାର ଚନ୍ଦନ ସରିଯିବା ପରେ ଚାପଡଙ୍ଗାଗୁଡିକୁ ନରେନ୍ଦ୍ର ପାଣିରେ ବୁଡାଇ ରଖାଯାଏ । ପୁଣି ଚନ୍ଦନ ଯାତ୍ରା ଆସିଲେ ଏହି ପବିତ୍ର ତିଥିରେ ଉପରକୁ ଉଠାଇବାର ପରମ୍ପରା ରହିଛି । ଆଉ ଉଠାଇବା ପରେ ପାଞ୍ଚଟି ଯାକ ଡଙ୍ଗାକୁ ମରାମତି ସହ ରଙ୍ଗ କରାଯାଇ ପ୍ରସ୍ତୁତ କରାଯାଏ। 

ଏହି ଚାପର ମଧ୍ୟ ବିଶେଷ କିମ୍ବଦନ୍ତୀ ରହିଛି । ନନ୍ଦା ଓ ଭଦ୍ରା ଚାପ ପ୍ରତିବର୍ଷ ବଦଳେ ନାହିଁ। କେବଳ ମହାପ୍ରଭୁଙ୍କ ନବକଳେବର ସମୟରେ ଏମାନଙ୍କର ମଧ୍ୟ ନବକଳେବର ହୋଇଥାଏ । ଏହି ଚାପ ଡଙ୍ଗାକୁ ମଧ୍ୟ ସାକ୍ଷାତ ପରମବ୍ରହ୍ମ ବୋଲି ବିଚାର କରାଯାଏ । ନନ୍ଦାରେ ଶ୍ରୀମଦନମୋହନ, ଶ୍ରୀଦେବୀ ଭୁଦେବୀ ବିଜେ କରନ୍ତି ସେହିପରି ଭଦ୍ରା ଚାପରେ ବିଜେ କରନ୍ତି ରାମକୃଷ୍ଣ ଓ ପଞ୍ଚମହାଦେବ ।

Add Zee News as a Preferred Source
About the Author