• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ବ୍ରହ୍ମପୁରରେ ଗୁଳିକାଣ୍ଡ । ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିମାଡ଼ ।
  • ଘଟଣାସ୍ଥଳରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତ୍ୟୁ ।
  • ତାଣ୍ଡବକୁ ନେଇ ମହାତାଣ୍ଡବ । ଟ୍ୱିଟରରେ ଟ୍ରେଣ୍ଡ କଲା #UNistal_Amazon ।
  • ପୁରୀରେ ସର୍ବସାଧାରଣ ଦର୍ଶନ ଆଡି ସାମୟିକ ବନ୍ଦ
  • ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ।
  • ରାତି ପାହିଲେ ଶପଥ ନେବେ ବାଇଡେନ ।
  • ବରିଷ୍ଠ ଟେଲି ଅଭିନେତା ରବି ମିଶ୍ରଙ୍କ ପରଲୋକ । ଆଜି ସକାଳେ ହୃଦଘାତ ଆସିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଆଜି ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିବେ ମହାବାହୁ

ଆଜି ହେଉଛି ମାର୍ଗଶିର ମାସ କୃଷ୍ଣ ଅମାବାସ୍ୟା ତିଥି। ଏହି ପବିତ୍ର ତିଥିରେ ଦେବ ଦୀପାବଳି ହୋଇଥାଏ । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତିକ୍ରାନ୍ତି ଅନୁଷ୍ଠିତ ହେଉଛି । ମହାପ୍ରଭୁ ଗତକାଲି ଅଦ୍ୱିତି ଓ କତ୍ସପଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବା ବେଳେ ଆଜି ପବିତ୍ର ଦେବ ଦୀପାବଳିର ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ।

ଆଜି ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିବେ ମହାବାହୁ
ଫାଇଲ ଫଟୋ

ପୁରୀ: ଆଜି ହେଉଛି ମାର୍ଗଶିର ମାସ କୃଷ୍ଣ ଅମାବାସ୍ୟା ତିଥି। ଏହି ପବିତ୍ର ତିଥିରେ ଦେବ ଦୀପାବଳି ହୋଇଥାଏ । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତିକ୍ରାନ୍ତି ଅନୁଷ୍ଠିତ ହେଉଛି । ମହାପ୍ରଭୁ ଗତକାଲି ଅଦ୍ୱିତି ଓ କତ୍ସପଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବା ବେଳେ ଆଜି ପବିତ୍ର ଦେବ ଦୀପାବଳିର ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ।

ଦୀପ ଆଲୋକରେ ଉଜ୍ଜ୍ୱଳମୟ ହୋଇଉଠିବ ଶ୍ରୀମନ୍ଦିର ପରିସର।  ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିଥାନ୍ତି । ଆଜି ଚତୁର୍ଦ୍ଦଶୀ ଭଳି ଅମାବାସ୍ୟାରେ ମଧ୍ୟ ଅନୁରୂପ ଭାବେ ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସଂନ୍ଧ୍ୟା ଧୂପ ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ସଂସ୍କାର ହୋଇଥିବା ତିନୋଟି ମହାଦ୍ୱୀପକୁ ଚୁନରା ସେବକଙ୍କୁ ଦିଆଯାଏ। 

ଚୁନରା ସେବକ ଏହି ତିନୋଟି ମହାଦ୍ୱୀପକୁ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପ ଉପରେ ଜାଳିଥାନ୍ତି । ରତ୍ନ ସିଂହାସନ ତଳେ ଅରୁଆ ଚାଉଳରେ ପ୍ରସ୍ତୁତ ଗଛଟିଏ ଓ  ୨୮ଟି ଦ୍ୱୀପ ସଂସ୍କାର ହୋଇ ରହିଥାଏ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗି ହୋଇଥାଏ। ନଅଟି ଦୀପ ବଳଭଦ୍ର, ଦଶଟି ଜଗନ୍ନାଥ ଓ ନଅଟି ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ଲାଗି ହୋଇଥାଏ। ସେହିପରି ଜୟବିଜୟ ଦ୍ୱାର ନିକଟରେ ମଧ୍ୟ ଚାଉଳ ଗଛ ସହ ଦୀପ ଦାନ କରାଯାଏ। ପରମ୍ପରା ଅନୁଯାୟୀ ଦେବ ଦୀପାବଳିର ଚତୁର୍ଦ୍ଦଶୀ ତୀଥିରେ ମହାପ୍ରଭୁ ଅଦ୍ୱିତି ଓ କତ୍ସପଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବା ବେଳେ ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାନ୍ତି ବ୍ରହ୍ମାଣ୍ଡ ନାଥ। 

ଆହୁରି ପଢନ୍ତୁ; ବିଜେପିକୁ 'ମହା' ଝଟକା ! ଆସନ୍ତାକାଲି ଫ୍ଲୋର ଟେଷ୍ଟ, ଗୁପ୍ତ ଭୋଟକୁ କୋର୍ଟଙ୍କ ନା