close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହା ହେଲା ମୃତଦେହ

 ପୁଣି ଶବକୁ ଅସମ୍ମାନ। ଗାଡିରେ ବୁହା ହେଲା ଶବ। ଗାଡିରେ ଶବ ବୋହିଛନ୍ତି ପରିବାର ଲୋକ। ପ୍ରାୟ ତିନି କିଲୋମିଟରରୁ ଅଧିକ ବାଟ  ଗାଡିରେ ବୋହି ନେଇଛନ୍ତି ଲୋକେ। ଶବ ନେବା ପାଇଁ ମେଡିକାଲ କର୍ତ୍ତୁପକ୍ଷଙ୍କୁ ପରିବାର ଲୋକଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ଗାଡି ଯୋଗାଇ ଦେଇନଥିଲେ। ଫଳରେ ବାଧ୍ୟ ହୋଇ ମୃତ ଦେହକୁ  ଗାଡିରେ ବୋହି ବୋହି ନେଇଥିଲେ ପରିବାର ଲୋକ। 

ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହା ହେଲା ମୃତଦେହ

ପୁରୀ: ପୁଣି ଶବକୁ ଅସମ୍ମାନ। ଗାଡିରେ ବୁହା ହେଲା ଶବ। ଗାଡିରେ ଶବ ବୋହିଛନ୍ତି ପରିବାର ଲୋକ। ପ୍ରାୟ ତିନି କିଲୋମିଟରରୁ ଅଧିକ ବାଟ  ଗାଡିରେ ବୋହି ନେଇଛନ୍ତି ଲୋକେ। ଶବ ନେବା ପାଇଁ ମେଡିକାଲ କର୍ତ୍ତୁପକ୍ଷଙ୍କୁ ପରିବାର ଲୋକଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ଗାଡି ଯୋଗାଇ ଦେଇନଥିଲେ। ଫଳରେ ବାଧ୍ୟ ହୋଇ ମୃତ ଦେହକୁ  ଗାଡିରେ ବୋହି ବୋହି ନେଇଥିଲେ ପରିବାର ଲୋକ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଏହା ପୁଣି କୌଣସି ଆଭ୍ୟନ୍ତରୀଣ ଅଞ୍ଚଳରେ ନୂହେଁ। ଖୋଦ୍ ରାଜଧାନୀ ଭୁବନେଶ୍ଵର ଠାରୁ ତିରିଶି କିଲୋମିଟର ଦୂର ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ରେ ଖବର ନେବାରୁ ଜଣା ପଡିଛି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ଉଦୟପୁର ଗ୍ରାମର ଅକୁର ଜେନା ବାରଣ୍ଡାରେ ବସିଥିବା ବେଳେ ହଠାତ୍ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଶବ କୁ ଡେଲାଙ୍ଗ ନେବା ପାଈଁ ମହାପ୍ରୟାଣ ଗାଡି ପାଇଁ କହି ଥିଲେ ହେଲେ ଡାକ୍ତରଖାନା କର୍ମଚାରୀ ମାନେ ଗାଡି ନଥିବା ମନା କରି ଦେଇଥିଲେ। ଅନ୍ୟପକ୍ଷରେ ସରକାରଙ୍କ 5T ଯୋଜନା  ରାଜଧାନୀରୁ ତିରିଶି କିଲୋମିଟର ଦୁରରରେ କାମ କରୁନଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ କିଭଳି କାମ କରୁଥିବ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।