ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦେବ ଦୀପାବଳି

ଆଜି ହେଉଛି ମାର୍ଗଶିର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ । 

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦେବ ଦୀପାବଳି
ଫାଇଲ ଫଟୋ

ପୁରୀ: ଆଜି ହେଉଛି ମାର୍ଗଶିର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ । 

ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି । ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସନ୍ଧ୍ୟା ଧୂପ ପରେ ତିନୋଟି ମହାଦୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିଥାଏ । ରତ୍ନ ସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବ। 

ଜୟବିଜୟ ଦ୍ୱାର ନିକଟରେ ମଧ୍ୟ ଚାଉଳ ଗଛ ସହ ଦୀପ ସମର୍ପଣ କରାଯାଏ । ଆଜି ଦେବ ଦୀପାବଳିର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଅଦିତି ଓ କତ୍ସପଙ୍କ ଉଦ୍ଦେଶ୍ୟରେ ପିଣ୍ଡ କରିଥାନ୍ତି । ସେହିଭଳି ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କୁ ପିଣ୍ଡଦାନ କରିଥାନ୍ତି ।  

ଆହୁରି ପଢନ୍ତୁ; ଜାକର୍ତ୍ତାରେ ଚମକିଲେ ଓଡ଼ିଆ ଝିଅ