ପୁରୀ: ଚଳିତ ମାସ ଜୁନ ୨୪ ତାରିଖରେ ପାଳିତ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନ ଯାତ୍ରା। ଗତ ଥର ଭଳି ଚଳିତ ବର୍ଷ ମଧ୍ୟ ବିନାଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ଏନେଇ ପ୍ରଶାସନ ପକ୍ଷରୁ ଆପାତତଃ ହୋଇସାରିଛି ନିଷ୍ପତ୍ତି। ଏନେଇ ଏକ ସ୍ୱତନ୍ତ୍ର ବୈଠକରେ ନିସ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ସେପଟେ ଭଉଁରୀ ଦିନ ତିନିରଥର ନାହାକା ଅଖଚକ ଡେରା ନୀତି ଥିବାରୁ ଜୋରସୋରରେ ଚାଲିଛି ରଥକାର୍ଯ୍ଯ। 


COMMERCIAL BREAK
SCROLL TO CONTINUE READING

ସୋମବାର ରଥଖଳାରେ ଅଖ ଅନୁକୂଳ ହୋଇଥିବା ବେଳେ ଏବେ କୋଭିଡ୍ ସଂକ୍ରମଣ ମୁକ୍ତ ହୋଇଛନ୍ତି ରଥନିର୍ମାଣ ସେବକ। ଏଥର ବିନାଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ପ୍ରଶାସନିକ ସ୍ତରରେ ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏବର୍ଷ ମଧ୍ୟ କଟକଣା ଭିତ୍ତିରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ (Lord Jagannath) ସ୍ନାନ ଯାତ୍ରା (Snan Yatra 2021)। ଏନେଇ ଯଦିଓ ସ୍ୱତନ୍ତ୍ର  ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) ଜାରି ହୋଇନାହିଁ ତଥାପି ଏକ ସ୍ୱତନ୍ତ୍ର ବୈଠକରେ ହୋଇଥିବା ନିସ୍ପତ୍ତି ଅନୁଯାୟୀ ଭକ୍ତଶୂନ୍ଯ କଟକଣା ଭାବେ ଦେବସ୍ନାନ ପୂର୍ଣ୍ଣିମା (Deva Snana Purnima 2021)। 


Also Read: Rathyatra 2021: ପୂର୍ଣ୍ଣାଙ୍ଗ ଟିକାକରଣ ପାଇଁ ଦାବି ଜଣାଇଲେ ଶ୍ରୀମନ୍ଦିର ସେବାୟତ


ଏନେଇ ଜଣାଇଛନ୍ତି ପୁରୀ ଜିଲ୍ଲାପାଳ (Puri Collector) ସମର୍ଥ ବର୍ମା (Samarth Verma)। ସେପଟେ ଖାଲି ଦେବସ୍ନାନ ପୂର୍ଣ୍ଣିମା ନୁହେଁ ରଥଯାତ୍ରାକୁ (Rathyatra 2021) ମଧ୍ୟ ବିନାଭକ୍ତରେ କରାଯାଉ। ସମସ୍ତ ସେବାୟତ ନିଯୋଗ ଗତବର୍ଷ ଭଳି ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଛନ୍ତି ଛାମୁଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ।


ସେପଟେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଉଠିବ ତିନି ରଥର ଚାରି ନାହାକା। ଏନେଇ ଚଳଚଞ୍ଚଳ ହୋଇଉଠିଛି ରଥ ଖଳା। ଲକ ଡ଼ାଉନ (Lockdown) ସମୟରେ ସବୁଆଡେ ଶୂନ୍ୟତା ଥିବାବେଳେ ନିହଣ ମୁଗୁର ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି ବଡ଼ଦାଣ୍ଡ। ଆସନ୍ତା ଗୁରୁବାର ହେଉଛି ଶ୍ରୀକ୍ଷେତ୍ରେ ଭଉଁରୀ। ରଥଖଳାରେ ତିନି ରଥର ନାହାକା ଅଖ ଚକ (Chariots Axle-Wheel) ସଂଯୋଗ କରାଯିବ। ଏନେଇ ରଥଖଳାରେ ସିଙ୍ଗଡାବାଡିଆ ଅନୁକୂଳ ପରେ ଚାଲିଛି ପହି ସଂଯୋଗ ନୀତି। ଯାହାକୁ ରଥ ସଂହିତା ମୁତାବକ ବିଲେଇ ବାଡ଼ିଆ କୁହାଯାଏ। 


Also Read: ଗୁରୁବାର ଶ୍ରୀକ୍ଷେତ୍ର ଭଉଁରୀ; ତିନିରଥର କରାଯିବ ନାହାକା ଅଖ ଚକ ସଂଯୋଗ


 


ପ୍ରତି ଚକରେ ୧୬ ଅର ସହ ୪ ପହି ସଂଯୋଗ କରାଯାଉଛି। ରଥ ଖଳାରେ ବିଶ୍ୱକର୍ମା ମହାରଣା ଚିହ୍ନଟ କରି ମାପ ଦେବା ପରେ ସେହି ଅନୁସାରେ ଚାଲିଛି ପହି ସଂଯୋଗ ବିଧି। ଏପଟେ ନାହାକା ଅଖ ନିର୍ମାଣ ଅନୁକୂଳ ହୋଇଛି। ଏପରି ଭାବେ ୪୨ ଚକ ପାଇଁ ୨୧ ଅଖ ନିର୍ମାଣ କରାଯିବ। ସେପଟେ ରୂପକାର ସେବକ କୋଣଗୁଜରେ ସିଂହବିରାଳ ରୂପ ଖୋଦେଇ କାର୍ଯ୍ଯରେ ଲାଗିଥିବା ବେଳେ ବାକି ଗୁଜ ପାଇଁ ଗୁଜକାଠ ଚଉପଟ କରାଯାଉଛି। 


Also Read: ଅଘଟଣ ପରେ ଚେତିଲା ପ୍ରଶାସନ; ମହାପ୍ରସାଦ ଲାଗି ପାଇଁ ଜାରି ହେବ SOP


 


କମାର ଶାଳରେ ୩ ରଥର ୪୨ ଚକ ମଧ୍ୟରୁ ୩୩ ଚକର ୯୬୦ ଗୋଟି ଅରକଣ୍ଟା ପ୍ରସ୍ତୁତ ହୋଇଥିବା ବେଳେ ୬୦ଟି ପନ୍ଦାରି ନିର୍ମାଣ ଜାରି ରହିଛି ବୋଲି କହିଛନ୍ତି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା। ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ କରିବା ପାଇଁ ରଥନିର୍ମାଣ ସେବକ, ଶ୍ରୀମନ୍ଦିର ସେବାୟତ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପ୍ରଶାସନିକ ସ୍ତରରେ ହୋଇସାରିଛି ଆଲୋଚନା।