close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୀପାବଳି ଓ ପୟା ଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦୀପାବଳି ଓ ପୟା ଶ୍ରାଦ୍ଧ ପାଇଁ ଚଳଚଞ୍ଚଳ ହୋଇ ଉଠିଛି  ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ  ମା’ଶ୍ୟାମାକାଳୀ ପୀଠ। କାର୍ତ୍ତିକ ଅମାବାସ୍ୟା ବା ଦୀପାବଳି ଦିନ ପୁରୀ ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତି। ଲୋକବିଶ୍ୱାସ ରହିଛି ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ। ଏହାକୁ ପୟା ଶ୍ରାଦ୍ଧ କୁହାଯାଏ। କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରିଥିବା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଛି। 

ଦୀପାବଳି ଓ ପୟା ଶ୍ରାଦ୍ଧ ପାଇଁ  ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ପୟା ଶ୍ରାଦ୍ଧ

ପୁରୀ: ଦୀପାବଳି ଓ ପୟା ଶ୍ରାଦ୍ଧ ପାଇଁ ଚଳଚଞ୍ଚଳ ହୋଇ ଉଠିଛି  ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ  ମା’ଶ୍ୟାମାକାଳୀ ପୀଠ। କାର୍ତ୍ତିକ ଅମାବାସ୍ୟା ବା ଦୀପାବଳି ଦିନ ପୁରୀ ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତି। ଲୋକବିଶ୍ୱାସ ରହିଛି ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ। ଏହାକୁ ପୟା ଶ୍ରାଦ୍ଧ କୁହାଯାଏ। କାଉଁରିଆ କାଠି ଜଳାଇ ଧରାପୃଷ୍ଠକୁ ଅବତରଣ କରିଥିବା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡିଆ ଡାକ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଛି।  ଏନେଇ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଛି।  ପୁରୀ ଶ୍ରୀମନ୍ଦିର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

paya sradhaଏହି ଅବସରରେ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠ ଭାବେ ଜଣାଶୁଣା ପୁରୀର ବାଲିସାହିରେ ଥିବା ମା’ଶ୍ୟାମାକାଳୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ମା’ଙ୍କୁ ମହାସ୍ନାନ କରାଯିବା ପରେ ଚଣ୍ଡୀପାଠ କରାଯାଇଛି। 
ପିତୃପକ୍ଷରେ ବା ମହାଳୟା ତିଥିରେ ପିତୃପୁରୁଷଙ୍କ ଆବହାନ କରି ପିଣ୍ଡଦାନ କରାଯାଇଥାଏ। ସେହିପରି ଦୀପାବଳୀ ଅବସରରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗକୁ ଯିବା ପାଇଁ ବିଦାୟ ଦିଆଯାଇଥାଏ ।ଏଥିପାଇଁ ଦୀପାବଳୀରେ ଦୀପ ଓ କାଉଁରିଆ କାଠି ଜାଳି ବଡବଡୁଆଙ୍କ ଆଶିର୍ବାଦ କାମନା କରିଥାନ୍ତି ଲୋକେ। ଏଥିପାଇଁ ଆଜି ଲକ୍ଷାଧିକ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇ କାଉଁରିଆ ଜାଳି ଗାଇଛନ୍ତି, ବଡବଡ଼ିଆ ହୋ, ଗଙ୍ଗା ଯାଅ, ଗୟା ଯାଅ, ଅନ୍ଧାରରେ ଆସିଥିଲ, ଆଲୋକରେ ଯାଅ। ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ।

Tags: