ଉଚ୍ଛେଦ ହେଲା କଟକୀ ମଠ
Advertisement

ଉଚ୍ଛେଦ ହେଲା କଟକୀ ମଠ

ପୁଣି ଆଉ ଏକ ମଠରେ ଗଡିଛି ବୁଲଡ୍ରୋଜର ।

ଫାଇଲ ଫଟୋ

ସଞ୍ଜୟ ମହାପାତ୍ର, ପୁରୀ: ପୁଣି ଆଉ ଏକ ମଠରେ ଗଡିଛି ବୁଲଡ୍ରୋଜର । ପାଳି ପଡିଛି ଗଡ଼ନ୍ତୀ ଛକରେ ଥିବା କଟକୀ ମଠରେ । ତେବେ ମଠ ଉଚ୍ଛେଦ ପୂର୍ବରୁ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ମଠାଧୀଶ ବିଜୟ ରାମାନୁଜ ଦାଶ ମଠର ପ୍ରବେଶ ଦ୍ୱାରରେ ଦୀପ ଜାଳି , ଧୂପ ଦେଇ ମାଳ ପକାଇ ପୁଜା କରିଥିଲେ । ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରବେଶ ଦ୍ୱାର ମୁଖ୍ୟ ହୋଇଥିବାରୁ ତାହା ନିର୍ମାଣ ବେଳେ ଯେଭଳି ପୁଜାର୍ଚନା କରାଯାଇଥିଲା ସେହିଭଳି ଭଙ୍ଗାଯାଉଥିବାରୁ ତାହା ପୁଜ୍ୟ । କାରଣ ମଠର ବାସ୍ତୁଶାସ୍ତ୍ର ଅନୁସାରେ ପ୍ରବେଶ ଦ୍ୱାରରେ ଭଗବାନ ବିରାଜମାନ କରନ୍ତି । 

ତେଣୁ ଏକ ମହତ ଉଦ୍ଧେଶ୍ୟରେ ଉଚ୍ଛେଦ କରାଯାଉଥିବାରୁ ସେ ନେଇ କାହାର ଏଥିରେ ଭୁଲ ରହିବ ନାହିଁ କହି ମଠାଧୀଶ ଦୀପଦାନ କରିଥିଲେ । ତାପରେ ଆରମ୍ଭ ହୋଇଥିଲା ଉଚ୍ଛେଦ କାର୍ଯ୍ୟ । ଦୁଇଟି ଜେସିବି ଲଗାଇ ଦୁଇ ଜଣ ମାଜିଷ୍ଟ୍ରେଟ ଓ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇ ଉଚ୍ଛେଦ କରାଯାଇଛି । ସେପଟେ ଭଙ୍ଗା ଯାଇଥିବା କାକୁ଼ଡିଖାଇ ଛକର ବାଲିସାହି ପଟ ରାସ୍ତାରେ ଥିବା ନୃସିଂହ ଆଚାରୀ ମଠର ଉଚ୍ଛେଦ ପରେ ଭଘ୍ନାବଶେଷକୁ ହଟାଯାଉଛି  । ତାସହ ମଠ ଉପରଭାଗ ମୁଖ୍ୟ ମନ୍ଦିର ଫାଟିଥିବାରୁ ତାହାକୁ ପ୍ରଶାସନ ପକ୍ଷରୁ ମରାମତି କରାଯାଇଛି । 

ମଠର ନୀତିକାନ୍ତିରେ ଦେଖାଦେଇଛି ସମସ୍ୟା । ମଠର ରୋଷଘର ମଧ୍ୟ ଭାଙ୍ଗି ଯାଇଛି । ଭଗ୍ନାବଶେଷ ହଟାଯିବା ପରେ ଭୋଗ କରି ଦିଆଯିବ ବୋଲି କହିଛନ୍ତି ମଠର ପୂଜକ । ସେପଟେ କଟକୀ ମଠର ଗାଦି ଓ ରୋଷଘର ସହ ମଠାଧୀଶଙ୍କ ଆସ୍ଥାନକୁ ସୁରକ୍ଷିତ ରଖାଯାଇଛି । ତେବେ ୭୫ ମିଟର ସୁରକ୍ଷା ବଳୟରୁ ଉଛେଦକୁ ନେଇ କଟକୀ ମଠ ମହନ୍ତ ମାପଚୁପ ଅନୁସାରେ ନିଜେ ପୂର୍ବରୁ ମଠର କିଛି ଅଂଶକୁ ନିଜେ ଉଚ୍ଛେଦ କରିଛନ୍ତି । ତେଣୁ  ଉଚ୍ଛେଦ ପ୍ରକ୍ରିୟାରେ ତାଙ୍କ ସହମତିରେ କରାଯାଇଛି । ସେପଟେ ନୃସିଂହ ଆଚାରୀ ମଠରେ ଭଗ୍ନାବଶେଷକୁ ଦୁଇ ଦିନ ଭିତରେ ହଟାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଆହୁରି ପଢ଼ନ୍ତୁ; ମାଟିରେ ମିଶିଲା ନୃସିଂହ ଆଚାରୀ ମଠ