Advertisement
Article Detail0/zeeodisha/odisha2825279
Zee OdishaPuriSrimandir Ratna Bhandar: ରତ୍ନଭଣ୍ଡାର କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି, କହିଲେ- ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି

Srimandir Ratna Bhandar: ରତ୍ନଭଣ୍ଡାର କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି, କହିଲେ- ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି

Srimandir Ratna Bhandar: ଗୁରୁବାର ଦିନ ଗଜପତି ଦିବ୍ୟ ସିଂହ ଦେବ ରତ୍ନଭଣ୍ଡାର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ରତ୍ନ ଭଣ୍ଡାର କାର୍ଯ୍ୟ ନେଇ ସନ୍ତୁଷ୍ଟ ଥିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। 

ରତ୍ନଭଣ୍ଡାର କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି
ରତ୍ନଭଣ୍ଡାର କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି

Srimandir Ratna Bhandar: ଗୁରୁବାର ଦିନ ଗଜପତି ଦିବ୍ୟ ସିଂହ ଦେବ ରତ୍ନଭଣ୍ଡାର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ରତ୍ନ ଭଣ୍ଡାର କାର୍ଯ୍ୟ ନେଇ ସନ୍ତୁଷ୍ଟ ଥିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ଗଜପତି ମଜହାରାଜ କହିଛିନ୍ତି, "୮୦୦ ବର୍ଷ ରୁ ଅଧିକ ପୁରାତନ ଶ୍ରୀମନ୍ଦିର। ପୂର୍ବରୁ ରତ୍ନ ଭଣ୍ଡାର କେବେ ମରାମତି ହୋଇନାହିଁ। ସ୍ଥିତି ଦୁର୍ବଳ ଥିବାରୁ ମରାମତି ନିତ୍ୟାନ୍ତ ଆବଶ୍ୟକ। ମରାମତି ହୋଇନଥିଲେ ସମସ୍ୟା ହୋଇଥାନ୍ତା। ଏ ଏସ ଆଇ ର ଟିମ୍ ୧୧ ମାସ ଧରି ବାହାର ଓ ଭିତର ଭଣ୍ଡାର ମରାମତି କାର୍ଯ୍ୟ ଜାରି ରଖିଛନ୍ତି । ନୀଳାଦ୍ରି ବିଜେ ପୂର୍ବରୁ ସମ୍ପୂର୍ଣ୍ଣ କାର୍ଯ୍ୟ ସାରିବାକୁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛୁ ।"

ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଗକୁ କହିଛନ୍ତି, "ଏବେ ସଂପୂର୍ଣ୍ଣ ସୁରକ୍ଷିତ ରହିଛି ରତ୍ନଭଣ୍ଡାର। ମନ୍ଦିର ନିର୍ମାଣ ଶୈଳୀରେ ପଥର ଗୁଡ଼ିକ ପ୍ରତିସ୍ଥାପନ ବା ରିପ୍ଲେସ କରାଯାଇଅଛି। ଆସନ୍ତା ୨,୩ ଦିନ ମଧ୍ୟରେ ଅର୍ଥାତ୍ ନୀଳାଦ୍ରି ବିଜେ ପୂର୍ବରୁ ସରିବ ଭଣ୍ଡାର ମରାମତି କାର୍ଯ୍ୟ। ଆସନ୍ତା ଶହ ଶହ ବର୍ଷ ଧରି ରତ୍ନ ଭଣ୍ଡାର ସୁରକ୍ଷିତ ରହିବ ଭଳି କାର୍ଯ୍ୟ କରାଯାଇଅଛି।"

ଅନ୍ୟପଟରେ ମରାମତି କାର୍ଯ୍ୟ ସରିବା ପରେ ବାହାର ଷ୍ଟ୍ରଙ୍ଗ ରୁମ୍ ରେ ଥିବା ରତ୍ନ ଅଳଙ୍କାର ଭିତର ଭଣ୍ଡାରକୁ ଯିବ। ପରେ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଗଣତି ମଣତି କାର୍ଯ୍ୟ ହେବ ବୋଲି ସେ କହିଛନ୍ତି। ୧୧ ମାସ ହେଲା କାର୍ଯ୍ୟ ଚାଲିଥିଲା। ନିଳାଦ୍ରୀ ବିଜେ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେ। ସମ୍ପୁର୍ଣ୍ଣ ସଂରକ୍ଷଣ ୧୦୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ବୋଲି ଗଜପତି ମହାରାଜ କହିଛନ୍ତି।

Add Zee News as a Preferred Source

ରତ୍ନ ଭଣ୍ଡାର ସମୀକ୍ଷା ପରେ ମୁଖ୍ୟ ପ୍ରଶାସକ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ବାହାର ରତ୍ନ ଭଣ୍ଡାର କାଠଦ୍ଵାରକୁ ପରିବର୍ତ୍ତନ କରି stainless gate ଲଗା ଯାଇସାରିଛି। ବର୍ମାଟିକ କାଠ ଦ୍ଵାର ଲଗାଯାଉଛି। ରତ୍ନ ଭଣ୍ଡାରର ବାହାର କାଠର ଦ୍ଵାରକୁ ରୂପା ଓ ଭିତର ଦ୍ୱାରକୁ ସ୍ଵର୍ଣ୍ଣ ଆଚ୍ଛାଦିତ କରାଯିବ। ଗର୍ଭଗୃହ ମରାମତି ସଂରକ୍ଷଣ କାର୍ଯ୍ୟ ହୋଇଛି। ନୀଳାଚଳ ଉପବନ, ଉତ୍ତର ଦ୍ଵାର ରାମ୍ପ୍ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି ନିଜେ ଗଜପତି ମହାରାଜା। ଜୁଲାଇ ୧୪ ,୨୦୨୪ ରେ ରତ୍ନ ଭଣ୍ଡାର ଖୋଲାଯିବା ପରେ ଡିସେମ୍ବରରେ ସଂରକ୍ଷଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ କୃପାରୁ ନୀଳାଦ୍ରି ବିଜେ ପୂର୍ବରୁ ଶେଷ ହେବ ମରାମତି କାର୍ଯ୍ୟ।"

ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ନୀଳାଦ୍ରି ବିଜେ ଆଗରୁ ସରିବ। ବର୍ତ୍ତମାନ ସୁଦ୍ଧା ନବେ ଭାଗ ମୁଖ୍ୟ ମରାମତି କାର୍ଯ୍ୟ ଶେଷ ହୋଇଛି। ୧୪ ବିମ ରୁ ୧୨ ଟି ପରିବର୍ତ୍ତନ ହୋଇ ନୂତନ ବୀମ ଲାଗି ସରିଛି। ଏ ଏସ ଆଇ ଆଉ ଦୁଇଟି ବିମ ସ୍ଥାପନ କାର୍ଯ୍ୟ ଆଜି ସନ୍ଧ୍ୟା ସୁଦ୍ଧା ସାରିବାକୁ ଲକ୍ଷ ରଖିଛି। ୬ ତାରିଖ ସୁଦ୍ଧା କାର୍ଯ୍ୟ ସାରିବାକୁ ରହିଛି ଲକ୍ଷ୍ୟ। କେବଳ ଫିନିଶିଂ କାର୍ଯ୍ୟ ବାକି ରହିଛି ।

କ୍ଲିନିଂ ପଏଣ୍ଟିଂ କାର୍ଯ୍ୟ ନୀଳାଦ୍ରି ବିଜେ ପୂର୍ବରୁ ଶେଷ ହେବ। ସାଇନ୍ସ ବ୍ରାଞ୍ଚ ଦ୍ଵାରା ହେବ କେମିକାଲ କ୍ଳିନିଂ କାର୍ଯ୍ୟ ।ପରେ ସ୍ଥାୟୀତ୍ବ ଦୃଷ୍ଟି କୋଣରୁ  ଏକ ପ୍ରିଜରଭେଟିଭ ଦିଆଯିବ। ପ୍ରାୟ ୬୦୦ଟି ପଥର ରିପ୍ଲେଶ ବା ପ୍ରତିସ୍ଥାପନ କାର୍ଯ୍ୟ ହୋଇଛି। କାନ୍ଥରେ ଥିବା vertical cracks ମରାମତି ସହ ବେଲ୍ଟ, ଵିମ୍ , ପକେଟ୍ ଚଟାଣ ର ମେଜର କାର୍ଯ୍ୟ ଗୁଡ଼ିକ ହୋଇଛି। ୮୦ ରୁ ଅଧିକ ଲୋକ ମରାମତି କାର୍ଯ୍ୟ ଜାରି ରଖିଛନ୍ତି।ଚଟାଣରେ ବ୍ଲାକ ଗ୍ରାନାଇଟ କାର୍ଯ୍ୟ ବିଛା ଯାଇଛି। କନକ ମୁଣ୍ଡି ରେ ଥିବା କାଠ ଜାଲି ପରିବର୍ତ୍ତନ କରାଯାଇ ଷ୍ଟେନଲେଶନ ଷ୍ଟିଲ ଜାଲି ଲଗାଯିବାକୁ ବ୍ୟବସ୍ଥା ହୋଇଛି ।

About the Author