Advertisement
Article Detail0/zeeodisha/odisha695849

ରଥଯାତ୍ରା ପାଇଁ ମିଳିଛି ଗ୍ରୀନ ସିଗନାଲ, କିନ୍ତୁ ରଥ ଟାଣିବେ କିଏ ?

ହାତୀ କିମ୍ବା ମେସିନ ନିୟୋଜନ ଭଳି  ବିକଳ୍ପ ବ୍ୟବସ୍ଥା ଦ୍ୱାରା ରଥ ଟାଣିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ରହିଛି ପ୍ରସ୍ତାବ । ଯଦିଓ ହାଇକୋର୍ଟ ହାତୀ କିମ୍ବା ମେସିନ ସ୍ପଷ୍ଟ ଭାବେ କହିନାହାନ୍ତି କିନ୍ତୁ ରଥ ଟଣା ପାଇଁ  ଏହାର ବିକଳ୍ପ ଭାବେ କିଛି ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ପୂର୍ବରୁ ହାତୀ ଦ୍ୱାରା ରଥ ଟଣା ଯିବାର ନଜିର ରହିଛି ।

ଫାଇଲ ଫଟୋ
ଫାଇଲ ଫଟୋ

ପୁରୀ: ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନର ଗ୍ରୀନ ସିଗନାଲ ପରେ ଏବେ ବିନା ଭକ୍ତରେ ରଥଯାତ୍ରା ହେଲେ ରଥ ଟାଣିବେ କିଏ ? ତାହାକୁ ନେଇ ଚାଲିଛି ଅଙ୍କକଷା । ସେପଟେ ଶ୍ରୀମନ୍ଦିର ସେବାୟତ ନିଯୋଗ ପକ୍ଷରୁ କିଛି ସେମାନଙ୍କ ସେବାୟତ ସଦସ୍ୟଙ୍କର ତାଲିକା ଦେବାକୁ ପ୍ରସ୍ତୁତ ହେଲେଣୀ ।  ତେବେ ପୂର୍ବ ପରମ୍ପରାରେ ହାତୀ ଟାଣିବା ନେଇ ନଜିର ରହିଛି  । ଏବେ ତାହା ଉପଯୋଗ କଲେ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଶୁଦ୍ଦ ସୁଆର ନିଯୋଗ ସମ୍ପାଦକ । ତେବେ ରଥକୁ ହାତୀ ଦ୍ୱାରା ବା କୌଣସି ଯନ୍ତ୍ର ଦ୍ୱାରା ଟାଣିବାକୁ ନେଇ ବିଶ୍ୱକର୍ମା ମହାରଣା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ ହାତୀ ଟାଣିବା ଓ ମେସିନ ଟାଣିବା ଆଦି ପ୍ରସଙ୍ଗ ଚର୍ଚ୍ଚା ନ କରି ସେବାୟତ ଓ ରଥ ନିର୍ମାଣ ସେବକ ରଥ ଟାଣିବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ସେବାୟତ ଓ ରଥ ନିର୍ମାଣ ସେବକ ।

ହାତୀ କିମ୍ବା ମେସିନ ନିୟୋଜନ ଭଳି  ବିକଳ୍ପ ବ୍ୟବସ୍ଥା ଦ୍ୱାରା ରଥ ଟାଣିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ରହିଛି ପ୍ରସ୍ତାବ । ଯଦିଓ ହାଇକୋର୍ଟ ହାତୀ କିମ୍ବା ମେସିନ ସ୍ପଷ୍ଟ ଭାବେ କହିନାହାନ୍ତି କିନ୍ତୁ ରଥ ଟଣା ପାଇଁ  ଏହାର ବିକଳ୍ପ ଭାବେ କିଛି ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ପୂର୍ବରୁ ହାତୀ ଦ୍ୱାରା ରଥ ଟଣା ଯିବାର ନଜିର ରହିଛି । ପ୍ରତି ରଥକୁ ଦୁଇଟି ଲେଖାଏଁ ହାତୀ ନିୟୋଜିତ କରାଯାଇ ସେମାନେ ରଥକୁ ପଛରୁ ଠେଲିବା ପାଇଁ ରହିଥାନ୍ତି  । ବଡଦାଣ୍ଡରେ ପୂର୍ବରୁ ବାଲି ଥିବାରୁ ରଥ ଚକ ବାଲରେ ପୋତି ହୋଇଯାଏ । ସେଥିପାଇଁ ହାତୀମାନେ ରଥକୁ ପଛରୁ ପେଲି ଗୁଣ୍ଡିଚା ମନ୍ଦିର ପଟକୁ ନେଇଥାନ୍ତି  । ସେହି ସମୟରେ ହାତୀର ଆବଶ୍ୟକତା ରହିଥିଲା । ଏବେ ଯଦି  ହାତୀ ରଥ ଟାଣିଲେ ତାହା ସ୍ୱାଗତଯୋଗ୍ୟ ମାତ୍ର ମେସିନ ଦ୍ୱାରା ରଥଟଣା ଗ୍ରହଣୀୟ ନୁହେଁ ଓ ପରମ୍ପରା ବିରୋଧୀ ବୋଲି କହିଛନ୍ତି ସେବାୟତ । ବର୍ତ୍ତମାନ ସ୍ଥିତିରେ ହାତୀ ଆଣିବା ଓ ରଥ ଟଣାଯିବା କଷ୍ଟସାଧ୍ୟ । ତେଣୁ ସେବାୟତମାନେ ରଥ ଟାଣିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଏ ନେଇ ନିଯୋଗମାନେ ସେମାନଙ୍କର ରଥ ଟାଣିବା ପାଇଁ ସଦସ୍ୟଙ୍କ ତାଲିକା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଛନ୍ତି  । ପ୍ରଥମେ ପୁଜାପଣ୍ଡା , ସିଂହାରୀ ଦାଖଲ କରିଥିବା ବେଳେ ଏବେ ଶୁଦ୍ଧ ସୁଆର, ମୁଦାଲି ଓ ସୁଆର ମହାସୁଆର ନିଯୋଗ ପକ୍ଷରୁ ତାଲିକା ଦାଖଲ ହୋଇଛି ।

ରଥଯାତ୍ରାକୁ ନେଇ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ । ହେଲେ ରଥ ଟାଣିବା ପାଇଁ ସେବାୟତମାନେ ପ୍ରସ୍ତୁତ ହେଉଥିବା ବେଳେ ରଥନିର୍ମାଣ ସେବକ ମଧ୍ୟ ପ୍ରସ୍ତୁତ ହେଇଛନ୍ତି । ରଥ ଖଳାରେ ୨ ଶହରୁ ଅଧିକ ରଥ ନିର୍ମାଣ ସେବକ ରହୁଥିବା ବେଳେ ରଥ କିଭଳି ଟଣାଯିବ ସେ ନେଇ ଭୋଇ ଓ ମହାରଣାମାନେ ବେଶ ଅଭିଜ୍ଞ ରହିଛନ୍ତି । ତେଣୁ ପ୍ରତିରଥରେ ୪ଟି ଦଉଡି ଲଗାଯାଉଥିବା ବେଳେ ରଥର ଓଜନ ଅନୁସାରେ ଗୋଟେ ରଥରେ ୫ଶହ ଲୋକ ରହିଲେ ରଥ ଟଣା ଯାଇପାରିବ । ସମୁଦାୟ ତିନି ରଥ ଟାଣିବା ପାଇଁ ଦେଢ ହଜାର ଲୋକଙ୍କର ଆବଶ୍ୟକତା ରହିଥିବା କହିଛନ୍ତି ଭୋଇ ସର୍ଦ୍ଧାର । ପୁଣି ରଥ ଉପରେ କମ ସଂଖ୍ୟକ ସେବାୟତ ମଧ୍ୟ ରହିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ସେପଟେ ରଥକୁ ଟାଣିବା ପାଇଁ ପ୍ରଶାସନ ପାଖରେ ଅନେକ ସାଧନ ରହିଛି । ତେଣୁ ସେ ଯେମିତି ଚାହିଁବ ସେମିତି କରଥ ଟାଣିବ । ହେଲେ ମହାପ୍ରଭୁଙ୍କ ରଥ ଟଣାରେ ଆମ୍ଭମାନଙ୍କ ସହଯୋଗ ଚାହିଁଲେ ତାହା ଦବାକୁ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଧାର ।

Add Zee News as a Preferred Source

ସେପଟେ ରଥ ଟାଣିବା ପାଇଁ ପୂଜାପଣ୍ଡା ଓ ସିଂହାରୀ ୧୫୦ ଲେଖାଏଁ ସଦସ୍ୟଙ୍କ ତାଲିକା ଦେଇଥିବା ବେଳେ ଶୁଦ୍ଧ ସୁଆର ୫୦, ମୁଦାଲି ୧୫ ଜଣ, ସୁଆର ମହାସୁଆର ୩୫୦ରୁ ଉର୍ଦ୍ଧ ତା ସହ ଦଇତାପତି ୧୫୦ ଜଣ, ମହାରଣା ଓ ଭୋଇ ୩୫୦ ଜଣ ଏହିଭଳି ଆହୁରି ନିଯୋଗ ସେମାନଙ୍କର ତାଲିକା ଦେବା ପରେ ୨ ହଜାର ସେବାୟତ ନିୟୋଜିତ ରହିବେ ରଥଟଣାରେ । ସେପଟେ ରଥଯାତ୍ରାର ନୀତି ନିର୍ଘଣ୍ଟ ରହିଥିବା ବେଳେ ଏଯାଏଁ ସରକାରଙ୍କ ପକ୍ଷରୁ ଆସିନାହିଁ ସ୍ରଷ୍ଟୀକରଣ ।

About the Author