close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପବିତ୍ର କାର୍ତ୍ତିକ ବ୍ରତ ପାଇଁ ଖୋଲିଲା ସରକାରଙ୍କ ହବିଷ୍ୟାଳି କ୍ୟାମ୍ପ

ଆସନ୍ତା କାଲି ଠାରୁ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ବ୍ରତ। ପୁର୍ବବର୍ଷ ମାନଙ୍କ ଭଳି ଦିଆଯିବ ସୁବିଧା। ପ୍ରତି ଶିବିରରେ ଗଦି ତକିଆ,ବେଡସିଟ ସହ ରହିଛି ପାଇଖାନା ଓ ଗାଧୁଆ ଘର। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ କରାଯାଇଛି ସ୍ୱତନ୍ତ୍ର  ବ୍ୟବସ୍ଥା ।

ପବିତ୍ର କାର୍ତ୍ତିକ ବ୍ରତ ପାଇଁ ଖୋଲିଲା ସରକାରଙ୍କ ହବିଷ୍ୟାଳି କ୍ୟାମ୍ପ

ପୁରୀ: କାର୍ତ୍ତିକ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ବ୍ରତ। ଏଣୁ  ପୁରୀରେ ହବିଷ୍ୟାଳି ଭିଡ ଲାଗିବ।  ହଜାର ହଜାର  ହବିଷ୍ୟାଳି କିଏ ବିଭିନ୍ନ ମଠରେ ଅବସ୍ଥାନ କରି ବ୍ରତ ରଖିବେ ତ ଆଉ କିଏ ସରକାରଙ୍କ ହବିଷ୍ୟାଳିଙ୍କ  ଲାଗି ପ୍ରସ୍ତୁତ ଶିବିରରେ ରହି ବ୍ରତ କରିବେ।  ସେପଟେ କାଲିଠାରୁ ସରକାରଙ୍କ  ହବିଷ୍ୟାଳି  ଶିବିର ଖୋଲାଯାଇଛି।
ଏଥର ସରକାରଙ୍କ ଟାର୍ଗେଟ ପ୍ରାୟ ତିନିହଜାର ହବିଷ୍ୟାଳିଙ୍କ ପାଇଁ କରାଯାଇଛି ପ୍ରସ୍ତୁତି। ପୁର୍ବବର୍ଷ ମାନଙ୍କ ଭଳି ଦିଆଯିବ ସୁବିଧା। ପ୍ରତି ଶିବିରରେ ଗଦି ତକିଆ,ବେଡସିଟ ସହ ରହିଛି ପାଇଖାନା ଓ ଗାଧୁଆ ଘର। ଏମିତିକି ସ୍ନାନ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ସ୍ୱତନ୍ତ୍ର ତୁଠର ବ୍ୟବସ୍ଥା  କରାଯାଇଛି। ପୁଣି ମହାପ୍ରସାଦ ଓ ଦୁଇଓଳି ଚାହାପାନର ବ୍ୟବସ୍ଥା  ସହ ବ୍ରତପୂଜା ଲାଗି ପୂଜା ସାମଗ୍ରୀ ସାଙ୍ଗକୁ ତୁଳସୀ ଚଉଁରା ଆଉ ଆକାଶ ଦ୍ୱିପ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ କରାଯାଇଛି ସ୍ୱତନ୍ତ୍ର  ବ୍ୟବସ୍ଥା । ଭାଗବତ ପାରାୟାଣ ସାଙ୍ଗକୁ ରହିଛି ଏକମାସ ଧରି ଧର୍ମଚର୍ଚ୍ଚା। ସେପଟେ ପ୍ରତିବର୍ଷ ସରକାର ହବିଷ୍ୟାଳିଙ୍କ ଲାଗି କରୁଥିବା ବ୍ୟବସ୍ଥା  ନେଇ ଖୁସିବ୍ୟକ୍ତ  କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ  ଆଶିର୍ବାଦ ଜଣାଇଛନ୍ତି ହବିଷ୍ୟାଳି । 

Kartik brata ସେପଟେ ବିଭିନ୍ନ ଜିଲ୍ଲାରୁ ହବିଷ୍ୟାଳିଙ୍କ  ନାମ ତାଲିକା ଆସିନଥିଲେ ମଧ୍ୟ ପୁରୀରେ ୨୨୦୦ ହବିଷ୍ୟାଳି ପଞ୍ଜିକରଣ କରିଛନ୍ତି। ହବିଷ୍ୟାଳିଙ୍କ  ଲାଗି ୧୨ଜଣ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁ ସହାୟତା କରିବା ଲାଗି ୪୦ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା,ପୁଲିସ ସେବା ଆଦି ଯୋଗାଇଦିଆଯିବ। ତେବେ ହବିଷ୍ୟାଳିଙ୍କ  ଲାଗି ପୁର୍ବବର୍ଷ ଭଳି ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଆସନ୍ତା କାଲି  ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ହବିଷ୍ୟାଳି  ଶିବିରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।