close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଟିକ୍‌ଟକ୍‌ରେ ଭାଇରାଲ ହେଲା ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ

 ପୂର୍ବରୁ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେଉଥିଲା। ହେଲେ ଏବେ ସୋସିଆଲ ମଡିଆରେ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରଲ  ହେବା ପରେ ଚହଳ ସୃଷ୍ଟି ହୋଇଛି।

ଟିକ୍‌ଟକ୍‌ରେ ଭାଇରାଲ ହେଲା ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ

ପୁରୀ: ପୂର୍ବରୁ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେଉଥିଲା। ହେଲେ ଏବେ ସୋସିଆଲ ମଡିଆରେ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରଲ  ହେବା ପରେ ଚହଳ ସୃଷ୍ଟି ହୋଇଛି।

ଶ୍ରୀମନ୍ଦିର ଭୋଗମଣ୍ଡପ ସମ୍ମୁଖ ଭାଗ ଓ ଆନନ୍ଦ ବଜାରର ,ବେଢ଼ା ଭିତରର, ଭୋଗ ମଣ୍ଡପ ସମ୍ମୁଖର ଭିଡିଓ ଭାଇରାଲ ହୋଇଛି।ଏହି ଭିଡିଓ କେହି ଜଣେ ଟିକଟକରେ ବ୍ୟବହାର କରିଛନ୍ତି । ଯେଉଁଥିରେ ଭଜନ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏହି ଭିଡିଓ କିଏ ଏବଂ କିପରି ଭାବେ ନେଇଛି ? ତାହା ସ୍ପଷ୍ଟ ହୋଇନଥିବା ବେଳେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ଏଯାଏ କୌଣସି ଏତଲା ହୋଇ ନଥିବା ସୂଚନା ମିଳିଛି । 

ସୂଚନାଯୋଗ୍ୟ,କିଛି ଦିନ ତଳେ ଆନନ୍ଦ ବଜାରରେ କିଛି ଲୋକ ପ୍ରସାଦ ସେବନ କରୁଥିବାର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏବେ ପୁଣି ଥରେ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।