ଭକ୍ତଙ୍କୁ ମକର ଚଉରାଶି ବେଶରେ ଦର୍ଶନ ଦେଲେ ମହାପ୍ରଭୁ
Advertisement

ଭକ୍ତଙ୍କୁ ମକର ଚଉରାଶି ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଭୋର ୪ଟା ୦୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା

 ଭକ୍ତଙ୍କୁ ମକର ଚଉରାଶି ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ସଞ୍ଜୟ ମହାପାତ୍ର, ପୁରୀ:  ଆଜି ପବିତ୍ର ମକର ସଂକ୍ରାନ୍ତି । ଏହାକୁ ଓଡିଆର ଘରେଘରେ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ବେଶ୍ ଧୁମଧାମରେ  ପାଳନ କରାଯାଏ । ଶ୍ରୀମନ୍ଦିର ନିତି ପରମ୍ପରାରେ ମଧ୍ଯ ମକର ନିତିର ରହିଛି ବେଶ୍ ସ୍ୱତନ୍ତ୍ରତା । ମହାପ୍ରଭୁ ଏହି ପବିତ୍ର ମକର ସଙ୍କ୍ରାନ୍ତି ଅବସରରେ ରତ୍ନସିଂହାସନରେ ଭକ୍ତଙ୍କୁ ମକର ଚଉରାଶି ବେଶରେ ଦର୍ଶନ ଦେଇଛନ୍ତି  । ଏଥିରେ ମହାପ୍ରଭୁ ମକର ଚୁଳ ଧାରଣ କରିବା ସହ ହଳମୁଷଳ ଓ ଶଙ୍ଖ ଚକ୍ର ଧାରଣ କରିଥାନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାଲକ୍ଷ୍ମୀ ପିତ୍ରାଳୟରୁ ଗତକାଲି ଶ୍ରୀମନ୍ଦିରକୁ ଫେରିଆସିଛନ୍ତି । ଆସିବା ବେଳେ ପିତ୍ରାଳୟରୁ ସଙ୍ଗରେ ଆଣିଛନ୍ତି ମକର ଚାଉଳ, କ୍ଷୀର,ଦହି , ଛେନା, ସର ଆଦି ଜିନିଷ । ଠାକୁରାଣୀ ଆଣିଥିବା ଏହି ସାମଗ୍ରୀ ଭୋଗମଣ୍ଡପରେ ଅଧିବାସିତ ହୋଇ ରହିଥାଏ । ମଧ୍ଯାନ୍ନ ଧୁପରେ ମହାପ୍ରଭୁଙ୍କ ନିକଟରେ ପ୍ରସ୍ତୁତ ହୋଇଥିବା ମକର ଚାଉଳ ପ୍ରସାଦ ଲାଗି ହୋଇଥାଏ । ମକର ନିତି ନିର୍ଘଣ୍ଟ ପୁର୍ବକ ଭୋର ୪ଟା ୦୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ନିତି ଅନୁଷ୍ଠିତ ହୋଇଥିଲା । ତାପରେ ୪ଟା ୫୫ରେ ମଙ୍ଗଳଆଳତୀ ସହ ମହାପ୍ରଭୁଙ୍କ ଦର୍ଶନ ମଧ୍ଯ ଆରମ୍ଭ ହୋଇଥିଲା । ନଅଟା ମଧ୍ଯରେ ସକାଳ ଧୂପ ଓ ତାପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ଘଣ୍ଟଛତା ସର୍ବାଙ୍ଗ ହୋଇ ମହାପ୍ରଭୁଙ୍କୁ ନୂଆଲୁଗା ଲାଗି ହୋଇ ମକରବେଶ ଅନୁଷ୍ଠିତ ହୋଇଥିଲା ।ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରିଥିଲେ ଭକ୍ତ । ତେବେ ପ୍ରବଳ ଘନ କୁହୁଡି ଯୋଗୁଁ ଆଜି ଭୋରୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ ।

fallback 

ଶ୍ରୀମନ୍ଦିରରେ ମକର ନିତିକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଥାଏ । ଏଣୁ ମକର ସଂକ୍ରାନ୍ତି ପୁର୍ବ ଦିନରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ପରମ୍ପରା ଅନୁଯାୟୀ ଗତକାଲି ଆଲାମଚଣ୍ଡି ମନ୍ଦିରରୁ ପାଞ୍ଚଟି ମକର ତାଡ ଆସି ଭୋଗମଣ୍ଡପରେ ଅଧିବାସିତ ହୋଇ ରହିଥିଲା । ଏହି ମକର ତାଡରେ ମକର ଚାଉଳ ଭୋଗ ଲାଗି ହେବାର ବିଧି ରହିଛି । ସେପଟେ ସୂର୍ଯ୍ୟ ଦେବ ଆଜିଠାରୁ ଉତ୍ତରାୟଣ ଅର୍ଥାତ ଧନୁରାଶିରୁ ମକରକୁ ଯାତ୍ରା କରୁଥିବାରୁ ମକର ସଂକ୍ରାନ୍ତି ନିତି ଅନୁଷ୍ଠିତ ହେଉଥିବା ଗବେଷକ ମତ ଦେଇଛନ୍ତି । ତେବେ ଭକ୍ତଙ୍କ ଗହଳିକୁ ଲକ୍ଷ୍ୟ କରି ଶ୍ରୀମନ୍ଦିରରେ ଦର୍ଶନ ବ୍ଯବସ୍ଥା ଓ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି । ମହାପ୍ରଭୁଙ୍କର ମକର ଚଉରାଶି ବେଶ ଦର୍ଶନ କଲେ ପରିବାରର ମଙ୍ଗଳ ହେବାସହ ଭକ୍ତଜନ ପୁଣ୍ଯ ଲଭିଥାନ୍ତି ବୋଲି ବିଶ୍ୱାସ ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମାନେ ମତ ଦେଇଥାନ୍ତି।