ଖତ ଖାଉଛି ଲକ୍ଷାଧିକ ଟଙ୍କାର ମେଡ଼ିସିନ

ଷ୍ଟୋର ରୁମରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର ମେଡିସିନ। ସେଥିରେ ରହିଛି ସାଲାଇନ, ନବଜାତ ଶିଶୁଙ୍କ ପାଇଁ ଟୋପି ସହ ଅନ୍ୟାନ୍ୟ ସାମଗ୍ରୀ ତା ସହ ପଡି ପଡି ଅନେର ଔଷଧର ବି ଏକ୍ସପାୟାରି ହୋଇଗଲାଣି । 

ଖତ ଖାଉଛି ଲକ୍ଷାଧିକ ଟଙ୍କାର ମେଡ଼ିସିନ

ସଞ୍ଜୟ ମହାପାତ୍ର, ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ସଠିକ ଭାବେ ପ୍ରଦାନ ନ କରିବାରୁ ପ୍ରଥମେ କଟିଲା ଆଇଏସଓ ମାନ୍ୟତା । ତା ପରେ ଏବେ ମେଡିକାଲରେ ସମସ୍ୟା ସୁଧୁରିନଥିବା ବେଳେ ଷ୍ଟୋର ରୁମରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର ମେଡିସିନ। ସେଥିରେ ରହିଛି ସାଲାଇନ, ନବଜାତ ଶିଶୁଙ୍କ ପାଇଁ ଟୋପି ସହ ଅନ୍ୟାନ୍ୟ ସାମଗ୍ରୀ ତା ସହ ପଡି ପଡି ଅନେର ଔଷଧର ବି ଏକ୍ସପାୟାରି ହୋଇଗଲାଣି । 

ଅନେକ ମେଡିସିନର ଏକ୍ସପାୟାରି ୨୦୧୬ରୁ ସରିଥିବା ବେଳେ ଅନେକ ମେଡିସିନ ମଧ୍ୟ ୨୦୨୦ ଅକ୍ଟୋବର  ଅବଧି ରହିଥିଲେ ବି ଏବେବି ତାହା ଷ୍ଚୋରରେ ଖତ ଖାଉଛି । ଏଥି ସହିତ ସାଲାଇନ ପାଇପ , ଅପରେସନ ସୁତା, ସାଲାଇନ ଷ୍ଟାଣ୍ଡ ଏବଂ ବହୁ ପ୍ରକାରର ମେଡିକାଲ ସାମଗ୍ରୀ ପଡି ନଷ୍ଟ ହେବାକୁ ବସିଲାଣି । ଏକ୍ସପାଏରି  ଯାଇନଥିବା ଇଞ୍ଜେକ୍ସନ ଏବଂ ମେଡିସିନ ପାଣିରେ ପଡି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । କିନ୍ତୁ ଦୁଃଖର କଥା ଏହି ଷ୍ଟୋରରେ ଶହ ଶହ ମେଡିସିନ ଖତ ଖାଉଥିବା ବେଳେ ରୋଗୀଙ୍କୁ ଦିଆଯାଉନାହିଁ । 

ସେପଟେ ନବଜାତକ ଶିଶୁଙ୍କ ପାଇଁ ଆସୁଥିବା ଟୋପି, ଗ୍ଲୋବସ, ମୋଜା ଆଦି ଡ୍ରେସ ସାମଗ୍ରୀ ଆସିଥାଏ ବୋଲି ରୋଗୀଙ୍କ ସମ୍ପର୍କୀୟ କି ସାଧାରଣ ଲୋକେ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି । ହେଲେ ହଜାର ହଜାର  ଡ୍ରେସ ସାମଗ୍ରୀ ପ୍ୟାକେଟ ଫନିର ବର୍ଷାରେ ଓଦା ହୋଇ ସଢିଯାଇଛି । ଏଭଳି ଅବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ  ।

ପୁରୀ ଜିଲାର ହଜାର ହଜାର ରୋଗୀ ଦୈନିନ୍ଦନ ପୁରୀ ମେଡିକାଲକୁ ଚିକିତ୍ସା ପାଇଁ ଆସୁଛନ୍ତି । ପୁଣି ଚିକିତ୍ସାରେ ଅବହେଳା ସହ ରୋଗୀଙ୍କୁ ଉତ୍ତମ ସେବା ଓ ରୋଗୀଙ୍କୁ ସରକାରଙ୍କ ମାଗଣା ଔଷଧ ହେଉ କି ଅନ୍ୟାନ୍ୟ ଜିନିଷ ବି ଦିଆଯାଉନାହଁ । ସରକାରଙ୍କ ପକ୍ଷରୁ ନିରାମୟରେ ସମସ୍ତ ଔଷଧ ମେଡିକାଲରେ ମାଗଣାରେ ଦିଆଯିବ ବୋଲି କୁହାଯାଉଥିବା ବେଳେ ଏଭଳି ମାଗଣା ନାଁ ରେ ଔଷଧ ଖତ ହେବା ଓ ଏକ୍ସପାୟାରି ହୋଇ ଫୋପଡା ହେବା ବେଶ ନିନ୍ଦନୀୟ ଘଟଣା । ଜିଲ୍ଲାପାଳ  ଏ ନେଇ ପଦକ୍ଷେପ ନେଇ ତଦନ୍ତ କରନ୍ତୁ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅବହେଳାକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ବୁଦ୍ଧିଜିବୀ । ସେପଟେ ଯେଉଁ ଷ୍ଟୋରରେ ମେଡିସିନ ରହିଛି ତାହା  ଫନି ସମୟରେ ଭାଙ୍ଗି ଯାଇ ଆଜବେଷ୍ଟସ ଉଡିଯାଇଛି । ସେଥିରେ ବର୍ଷା ପାଣି ପଶି ସବୁ ନଷ୍ଟ ହୋଇଛି । ହେଲେ ଆଜକୁ  8  ମାସ ଫନିକୁ ବିତିଯାଇଥିଲେ ସୁଦ୍ଧା ମେଡିକାଲ କର୍ତୁପକ୍ଷ ମେଡିସିନକୁ ଅନ୍ୟତ୍ର ସ୍ଥାନାନ୍ତର ନ କରି ଫନି ଆଳରେ ଏଭଳି ସଫେଇ ଦେବା ଦୁର୍ଭାଗ୍ୟଜନକ । ଆମେ ଏ ବିଷୟରେ ସିଡିଏମଙ୍କୁ ଅବଗତ କଲାପରେ ତଦନ୍ତ କରାଯିବ ଓ ମେଡିସିନର ରକ୍ଷଣାବେକ୍ଷଣ ପାଇଁ ଆଉ ଗୋଟିଏ ସ୍ୱତନ୍ତ୍ର ଷ୍ଟୋର ରୁମ କରାଯିବ ବୋଲି କହିଛନ୍ତି ସିଡିଏମଓ  ।

ରୋଗୀଙ୍କୁ ଉତ୍ତମ ସେବା ସହ ସଠିକ ଚିକିତ୍ସା ସୁବିଧା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ 5ଟି ଅଧୀନକୁ ଅଣାଯାଇଛି । ହେଲେ ଚିକିତ୍ସା ସୁବିଧା ପରିବର୍ତ୍ତେ  ରୋଗୀଙ୍କୁ ଦିଆଯାଉଛି  ମାନସିକ ଯନ୍ତ୍ରଣା । ପୁଣି ଔଷଧ ନ ଦେଇ ତାହା ସବୁ ଖତ ଖାଉଛି ଷ୍ଟୋର ରୁମରେ । ସେପଟେ ଔଷଧ ଏକ୍ସପାୟାରି ହୋଇ ନଷ୍ଟ ହୋଇଛି ସରକାରଙ୍କ ଲକ୍ଷାଧିକ ଟଙ୍କା । ତେବେ ଦେଖାଯାଉ ଏ କ୍ଷେତ୍ରରେ 5ଟି ସଚିବଙ୍କର କଣ ରହୁଛି ଆକ୍ସନ  ।

Tags: