ଶ୍ରୀସେତୁ ପାଇଁ ସାମାଜିକ ପ୍ରଭାବ ସର୍ବେକ୍ଷଣ ଆରମ୍ଭ
Advertisement

ଶ୍ରୀସେତୁ ପାଇଁ ସାମାଜିକ ପ୍ରଭାବ ସର୍ବେକ୍ଷଣ ଆରମ୍ଭ

ଶ୍ରୀକ୍ଷେତ୍ର ପାଇଁ ଶ୍ରୀସେତୁ

ଶ୍ରୀସେତୁ ପାଇଁ ସାମାଜିକ ପ୍ରଭାବ ସର୍ବେକ୍ଷଣ ଆରମ୍ଭ

ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀକ୍ଷେତ୍ର ହେବ ବିଶ୍ୱସ୍ତରୀୟ ଐତିହ୍ୟ ସହର । ବିକାଶ ପାଇଁ ଶ୍ରୀ ମନ୍ଦିର ଚର୍ତୁପାର୍ଶ୍ଵରୁ ଉଚ୍ଛେଦ  ସହ ସହରରେ ବଗଲା ଧର୍ମଶାଳା ଓ ଦୁଇ ଦୁଇଟି ପୁରାତନ ମାର୍କେଟକୁ ମଧ୍ୟ ଭଙ୍ଗାଯାଇସାରିଛି । ଆଉ ଏବେ ଶ୍ରୀସେତୁ ପାଇଁ ଆରମ୍ଭ ହୋଇଛି ଅଭିଯାନ । ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାମାଜିକ ପ୍ରଭାବ ସର୍ବେକ୍ଷଣ ବା ଏସଆଇଏ ସର୍ବେକ୍ଷଣ ଆରମ୍ଭ ହୋଇଛି । ଏ ନେଇ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ଅଧିସୁଚନା ବା ନୋଟିସ ଜାରି  ହୋଇଛି । ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ତହସିଲର ୪ଟି ମୌଜାର ସମଙ୍ଗ , ମାଟିତୋଟା , ମାର୍କଣ୍ଡେଶ୍ୱର ସାହି ନଂ୧ , ଦାଣ୍ଡିମାଳ ସାହି ସର୍ବମୋଟ ୩୪ ଏକର ୨୪୬ ଡିସିମିଲ ବେସରକାରୀ ଜମି ଓ ୩ ଏକର ୭୩୮ ଡିସିମିଲ ଜମି ଅଧିଗ୍ରହଣ କରାଯିବ । ତେବେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ନାଁରେ ନୋଟିସ ଜାରି  ହୋଇଛି । ତେଣୁ ସରକାର ସେମାନଙ୍କୁ ପ୍ରଥମେ ଥଇଥାନ କରି ପ୍ରକଳ୍ପ ଆରମ୍ଭ କରନ୍ତୁ ବୋଲି ଦାବି କରିଛନ୍ତି ବିସ୍ଥାପିତ ।

ଶ୍ରଦ୍ଧାଳୁମାନେ ଆଉ ସହର ଭିତରକୁ ଗାଡି ଧରି ନ ଆସି ସିଧାସଳଖ ମଙ୍ଗଳାଘାଟ ଛକରୁ ଜଗନ୍ନାଥ ବଲ୍ଲଭରେ ପହଞ୍ଚିବେ  ଶ୍ରୀସେତୁରେ । ଶ୍ରୀସେତୁ ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟ ସରକାର ଅବଢା ଯୋଜନାରେ ୧୯ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇସାରିଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀସେତୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ଜାରୀ ହୋଇଛି ବିଜ୍ଞପ୍ତି । ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ ଆରମ୍ଭ ହୋଇଛି । ଭୂମି ଅର୍ଜନ , ପୁନର୍ବାସ ଓ ଥଇଥାନରେ ଉଚିତ ମୁଲ୍ୟ ଏବଂ ସ୍ୱଛତା ଅଧିକାର ଆଇନ ୨୦୧୩ର ଧାରା ୪ ଅନୁଯାୟୀ ସର୍ବେକ୍ଷଣ କରାଯିବ । ପ୍ରକଳ୍ପ ପାଇଁ ବିଜ୍ଞପ୍ତି ପ୍ରକାଶିତ ଦିବସ ଠାରୁ ୪୫ ଦିନ ମଧ୍ୟରେ ଏସଆଇଏ ସର୍ବେକ୍ଷଣ ସମାପନ କରାଯିବ । ତାହାର ରିପୋର୍ଟକୁ ସ୍ଥାନୀୟ ଭାଷାରେ ୱାର୍ଡ , ପଞ୍ଚାୟତ  ଓ ଗ୍ରାମ ସ୍ତରରେ ପ୍ରକଶନ ହେବ । ସର୍ବସାଧାରଣ ଉଦ୍ଧେଶ୍ୟ ନିର୍ଧାରଣ ପ୍ରଭାବିତ ଅଞ୍ଚଳରେରେ କ୍ଷେତ୍ର ପରିଦର୍ଶନ , ପ୍ରଭାବିତ ବ୍ୟକ୍ତିଙ୍କ ସହ ଆଲୋଚନା କରି ଚୁଡାନ୍ତ ହେବା ପରେ ଭୁମି ଅଧିଗୃହୀତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଶତକଡା ୨୫ ଭାଗ ପ୍ରଭାବିତଙ୍କ ସହ ଗ୍ରାମସଭାରେ ଶୁଣାଣି  କରାଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି  ।

ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରଶାସନିକ ସ୍ତରରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଏବେ ସହର ଭିତରୁ ଉଚ୍ଛେଦ  ପରେ ସହର ବାହାରେ ଶ୍ରୀସେତୁ ପ୍ରକଳ୍ପକୁ ନେଇ ହେବ ଉଚ୍ଛେଦ  ପ୍ରକ୍ରିୟା । ତା ପରେ କାହାର ପାଳି ଓ କିଭଳି ଏତେ ସଂଖ୍ୟକ ବିସ୍ଥାପିତଙ୍କୁ ଥଇଥାନ କରାଯିବ । ନାଁ ପ୍ରକଳ୍ପକୁ ନେଇ ଦେଖାଦେଉଛି ଅସନ୍ତୋଷ । ତାହାକୁ ନେଇ ଏବେ ସହରରେ ଚର୍ଚ୍ଚା   ଜୋର ଧରିଛି ।