ନାଗାର୍ଜୁନ ବେଶର ହୋଇପାରେ ଅନଲାଇନ ପ୍ରସାରଣ,ନିଷ୍ପତ୍ତି ନେବ ଶ୍ରୀମନ୍ଦିର ପ୍ରଶାସନ
Advertisement

ନାଗାର୍ଜୁନ ବେଶର ହୋଇପାରେ ଅନଲାଇନ ପ୍ରସାରଣ,ନିଷ୍ପତ୍ତି ନେବ ଶ୍ରୀମନ୍ଦିର ପ୍ରଶାସନ

ଏଥର ଭକ୍ତ ଏହି ଚମତ୍କାର ବେଶ ଦର୍ଶନ କରିପାରିବେ ନାହିଁ। ଏମିତିକି ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ନଥିବାରୁ ପତିତପାବନ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରିବା ଉପରେ ମଧ୍ୟ ରୋକ ଲାଗିଛି। 

ନାଗାର୍ଜୁନ ବେଶର ହୋଇପାରେ ଅନଲାଇନ ପ୍ରସାରଣ,ନିଷ୍ପତ୍ତି ନେବ ଶ୍ରୀମନ୍ଦିର ପ୍ରଶାସନ

ସଞ୍ଜୟ ମହାପାତ୍ର,ପୁରୀ: ଦୀର୍ଘ ୨୬ବର୍ଷ ପରେ ପଡୁଛି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ (Nagarjuna Besha) । ପୁରୀର ଜାଗା ଆଖାଡାରେ ହେଉଥିବା ନାଗା ବେଶ ଭଳି ଶୃଙ୍ଗାର ହେବେ ମହାପ୍ରଭୁ। ମସ୍ତକରେ ହାଣ୍ଡିଆ, ଶରୀରରେ ବାଘଛାଲ, ପଶ୍ଚାତ ଭାଗରେ ତାଟି, ଅଣ୍ଟାରେ ପଟି ପରିଧାନ ସହ ଧାରଣ କରିବେ ଷୋଳ ଆୟୁଧ। ମହାପ୍ରଭୁଙ୍କ ସମସ୍ତ ବେଶ ମଧ୍ୟରେ ଏହା ଅତୀବ ଦୁର୍ଲଭ ବେଶ। 
ଗତ ୧୯୯୩ ଏବଂ ୧୯୯୪ ମସିହାରେ ଲକ୍ଷ ଲକ୍ଷ ଭକ୍ତ ଏହି ବେଶ ଦର୍ଶନ କରି କୃତାର୍ଥ ହୋଇଥିଲେ। 

ମାତ୍ର ଚଳିତବର୍ଷ କୋଭିଡ୍ କଟକଣା (Corona Restriction) ଭକ୍ତଙ୍କୁ ନିରାଶ କରିଛି। ଏଥର ଭକ୍ତ ଏହି ଚମତ୍କାର ବେଶ ଦର୍ଶନ କରିପାରିବେ ନାହିଁ। ଏମିତିକି ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ନଥିବାରୁ ପତିତପାବନ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରିବା ଉପରେ ମଧ୍ୟ ରୋକ ଲାଗିଛି। ସେପଟେ ଏହାକୁ ନେଇ ଉଦବେଗ ପ୍ରକାଶ  କରିଛନ୍ତି ଭକ୍ତ। ଚର୍ମଚକ୍ଷୁରେ ନହେଉ ପଛେ ଅନଲାଇନରେ ଦର୍ଶନ କରିବାକୁ ସୁଯୋଗ ଦିଅନ୍ତୁ ବୋଲି ଦାବି କରିଛନ୍ତି ଭକ୍ତଙ୍କ ସେବାୟତ।

fallback

ଶ୍ରୀମନ୍ଦିରକୁ ମୋବାଇଲ ଯାଉଛି। ବିଭିନ୍ନ ପ୍ରକାର ଆଧୁନିକ ଉପକରଣ ଲାଗୁଛି। ସେଥିରେ ପରମ୍ପରା ନଷ୍ଟ ହେଉନାହିଁ। ହେଲେ ଭକ୍ତଙ୍କ ପାଇଁ ଅନଲାଇନ ଦର୍ଶନ ବ୍ଯବସ୍ଥା କରାଇଲେ ପରମ୍ପରା ନଷ୍ଟ ହେବ। ଏହା କିଭଳି ପ୍ରକାରର ମାନସିକତା। ମହାପ୍ରଭୁଙ୍କ ସମସ୍ତ ବେଶ ମଧ୍ୟରେ ନାଗାର୍ଜୁନ ବେଶ ଅତୀବ ଦୁର୍ଲଭ ବେଶ। ଦୀର୍ଘ ୨୬ ବର୍ଷ ପରେ ପଡୁଥିବାରୁ ଭକ୍ତଙ୍କୁ ବଞ୍ଚିତ କରନ୍ତୁ ନାହିଁ। ଏଭଳି ଆବେଗ ଭରା କଣ୍ଠରେ ପ୍ରଶାସନକୁ ନିବେଦନ କରିଛନ୍ତି ଭକ୍ତ। 

Also Read: ୨୬ ବର୍ଷ ପରେ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ, ଜାଣନ୍ତୁ ଏହାର ବିଶେଷତ୍ୱ

କେହି କେହି ନିଜର କୋହ ସମ୍ବରଣ କରିପାରିନାହାନ୍ତି। କାହିଁକି ସରକାର ଭକ୍ତଙ୍କ ପ୍ରତି କଠୋର। ଆଉ ସମୟ ନାହିଁ। ଖୁବଶୀଘ୍ର ଅନଲାଇନ ବ୍ଯବସ୍ଥା ପାଇଁ ଦୃଢ ପଦକ୍ଷେପ ନିଅନ୍ତୁ। ଦେଶର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟରେ ମହାରାଷ୍ଟ୍ରର ସବୁ ମନ୍ଦିର ଖୋଲିଛି ଏପରିକି ଶିରିଡି ସାଇଙ୍କ (Shridi Sai)ମନ୍ଦିର ମଧ୍ୟ ଖୋଲିଛି। ଶ୍ରୀମନ୍ଦିର (Srimandir) କାହିଁକି ଖୋଲିବନି ବୋଲି ପ୍ରଶ୍ନ ଉଠିଛି। 

fallback

 ଏଥର କୋଭିଡ୍ ଯୋଗୁଁ ଚର୍ମଚକ୍ଷୁରେ ନଦେଖିଲେ ମଧ୍ୟ  ଅନଲାଇନ ମାଧ୍ୟମରେ ନାଗାର୍ଜୁନ ବେଶ ଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ସେବାୟତ। ସେପଟେ ଅନଲାଇନ ଦର୍ଶନ (Online Darshan) ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରଶାସନିକ ସ୍ତରରୁ ଆସିଥିଲା ପ୍ରସ୍ତାବ। ବେଶ ସରିବା ପରେ ଜୟବିଜୟ ଦ୍ୱାର ଖୋଲିଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣେ ଅଧିକୃତ କ୍ଯାମେରାମ୍ୟାନଙ୍କ ସହାୟତାରେ ଅଧ ଘଣ୍ଟା ସୁଟିଂ କରି ଅନଲାଇନ ପ୍ରସାରଣ (Online Broadcast) କରିବାକୁ ନେଇ ହୋଇଥିଲା ଆଲୋଚନା। ଆଲୋଚନା ବେଳେ ଖୋଦ ଗଜପତି ମହାରାଜା ମଧ୍ୟ ଉପସ୍ଥିତ ଥିଲେ। 

fallback

ହେଲେ ବୈଠକରେ ନିସ୍ପତ୍ତି ହୋଇନପାରିବାରୁ ଗଲା ଛତିଷା ନିଯୋଗକୁ। ସେଠି ମଧ୍ୟ ଏଭଳି ପ୍ରସ୍ତାବ କାଟଖାଇଲା। ଅନଲାଇନ୍ ଦର୍ଶନ ବ୍ୟବସ୍ଥାକୁ ନେଇ ଛତିଷା ନିଯୋଗରେ ସହମତି ମିଳିଲା ନାହିଁ। ସେପଟେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ପତିତପାବନଙ୍କ ନାଗାର୍ଜୁନ ବେଶ ହୋଇଥିବା ନେଇ କିଛି ଉଲ୍ଲେଖ ନଥିବାରୁ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଲା ନାହିଁ। ସେପଟେ ନାଗାର୍ଜୁନ ବେଶ ଦିନ କରାଯିବ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା (Three Tiered Security System) । 

fallback

ସେବାୟତଙ୍କ ବ୍ଯତୀତ କେହିବି ଅନଧିକୃତ ବ୍ଯକ୍ତି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ। ଯିଏ ଯିବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ ଭାବେ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅନଲାଇନ ମାଧ୍ୟମରେ ନାଗାର୍ଜୁନ ବେଶ ଦର୍ଶନ କରାଇବାକୁ ଉଭୟ ଭକ୍ତ, ସେବାୟତ ଦାବି କରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration)  ଏହାକୁ ନେଇ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛି ସେହି ସମୟକୁ ଅପେକ୍ଷା।