ବୁଲ୍ବୁଲ୍ କୋପ: ମାଟି କାନ୍ଥ ପଡି ବୃଦ୍ଧାଙ୍କ ମୃତ୍ୟୁ
ବାତ୍ୟା ବୁଲବୁଲ ପ୍ରଭାବରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇଥିଲା ।
Trending Photos
)
କୋଣାର୍କ: କୋଣାର୍କରେ ଅଭାବନୀୟ ଘଟଣା। ପୁରୀ ଜିଲ୍ଲା ଗୋପ ବିରତୁଙ୍ଗ ପଞ୍ଚାୟତ କଣ୍ଟି ଗ୍ରାମ ରେ ମାଟିକାନ୍ଥ ପଡି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ବାତ୍ୟା ବୁଲବୁଲ ପ୍ରଭାବରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇଥିଲା । କଣ୍ଟି ଗ୍ରାମର ଲୋକନାଥ ଦାସ (୬୫ବର୍ଷ )। ସେ ଏକ ମାଟିକାନ୍ଥ ଥିବା ଚାଳଘରେ ଶୋଇଥିଲେ । ବର୍ଷା ପାଣି ମାଡ଼ ହୋଇ କାନ୍ଥଟି ବୃଦ୍ଧାଙ୍କ ଉପରେ ପଡିଯାଇଥିଲା । ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣାକୁ ନେଇ ଗ୍ରାମରେ ଶୋକାକୋଳ ପରିବେଶ ସୃଷ୍ଟି ଦେଖା ଦେଇଛି ।
More Stories