close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଜିଠୁ ଆରମ୍ଭ ହେଲା ପଞ୍ଚୁକ ବ୍ରତ; ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି

ଆଜି ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । 

ଆଜିଠୁ ଆରମ୍ଭ ହେଲା ପଞ୍ଚୁକ ବ୍ରତ; ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି

ପୁରୀ: ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ । ଏକାଦଶୀ ଠାରୁ ପୁର୍ଣ୍ଣମୀ ପର୍ଯ୍ୟନ୍ତ  ବ୍ରତଧାରୀ ମାନେ ନିଷ୍ଠାର ସହିତ ବ୍ରତ ପାଳନ କରିବେ। ପଞ୍ଚୁକରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତି ଅନୁଷ୍ଠିତ ହେବ। ଆଜିଠୁ ୫ଦିନ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଭକ୍ତଙ୍କ ଦର୍ଶନ ଦେବେ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା  ଗ୍ରହଣ କରାଯାଇଛି।

ଆଜି ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ପାଞ୍ଚ ଦିନରେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ପାଞ୍ଚଟି ବେଶ ଦର୍ଶନ କରି କେବଳ ହବିଷ୍ୟାଳି, ବ୍ରତଧାରି ଓ ସାଧାରଣ ଭକ୍ତ ପବିତ୍ର କାର୍ତ୍ତିକ ମାସକୁ ବିଦାୟ ଦେବେ ।