Corona Alert: ପ୍ରବାସୀଙ୍କ ଆଗମନକୁ ନେଇ ଜଳପଥ ଉପରେ ପ୍ରଶାସନର ସତର୍କ ନଜର
Advertisement

Corona Alert: ପ୍ରବାସୀଙ୍କ ଆଗମନକୁ ନେଇ ଜଳପଥ ଉପରେ ପ୍ରଶାସନର ସତର୍କ ନଜର

ରାଜ୍ଯରେ ଲକ୍ ଡାଉନ, ସଟଡାଉନ ଲାଗୁ ହେବାକୁ ନେଇ ଅସ୍ତବ୍ୟସ୍ତ ହେଲେଣି ପ୍ରବାସୀ ଶ୍ରମିକ।

Corona Alert: ପ୍ରବାସୀଙ୍କ ଆଗମନକୁ ନେଇ ଜଳପଥ ଉପରେ ପ୍ରଶାସନର ସତର୍କ ନଜର

ପୁରୀ: ସ୍ଥଳପଥ ଉପରେ ଲକ୍ ଡାଉନ ଜାରି ହେବା ପରେ ମୁକୁଳା ଜଳପଥକୁ ସାହାରା କରୁଛନ୍ତି ପ୍ରବାସୀ ଶ୍ରମିକ। ଏଣୁ କେତେବେଳେ ମଧ୍ୟ ପୁରୀ ଜିଲ୍ଲାକୁ ପୂର୍ବ ବର୍ଷ ଭଳି ମାଡିଆସିପାରେ କୋରୋନା ବିପଦ। ଏବେ ଜିଲ୍ଲାର ପେଣ୍ଠକଟା, ଚନ୍ଦ୍ରଭାଗା ଅଞ୍ଚଳକୁ ଆନ୍ଧ୍ରପ୍ରଦେଶରୁ କିଛି ପ୍ରବାସୀ ଜଳପଥ ଦେଇ ଆସିଥିବା କୁହାଯାଉଛି। ଯାହା ପ୍ରଶାସନର ଚିନ୍ତା ବଢାଇଦେଇଛି। 

ପ୍ରବାସୀ ଶ୍ରମିକଙ୍କ (Migrant Worker) ଅବାଧ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲାର ୪ଟି ସାମୁଦ୍ରିକ ଥାନାକୁ (Marine Police Station) ଦିଆଯାଇଛି ନିର୍ଦ୍ଦେଶ। ଥାନାଧିକାରୀ (Police Station Officer), ବିଡିଓ (BDO), ତହସିଲଦାରଙ୍କୁ (Tahasildar) ନେଇ ଗଠନ କରାଯାଇଛି ସ୍ୱତନ୍ତ୍ର ସ୍କ୍ୱାର୍ଡ (Special Squard)। ଭାରତୀୟ ଟତରକ୍ଷା ବାହିନୀ  ଅର୍ଥାତ କୋଷ୍ଟଗାର୍ଡ (Indian Coast Guard) ସହ ସମନ୍ୱୟ ରଖାଯାଇଥିବା କହିଛନ୍ତି ପୁରୀ ଏସପି (Puri SP)। ଆସନ୍ତାକାଲି ଠାରୁ ଆନ୍ଧ୍ର ପ୍ରଦେଶ (Andhra Pradesh) ସହ ଯୋଗାଯୋଗରେ ରହୁଥିବା ମତ୍ସ୍ୟଜୀବୀ (Fisherman) ଅଞ୍ଚଳରେ କୋଭିଡ୍ ଟେଷ୍ଟ (Covid Test) କରିବାକୁ ଦାବି କରିଛି ମତ୍ସ୍ୟଜୀବୀ ସଂଘ (Fisherman Association)।

Also Read: କୋରୋନା ମୁକାବିଲା: ପିପିପି ମୋଡରେ ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ

ରାଜ୍ଯରେ ଲକ୍ ଡାଉନ (Lockdown), ସଟଡାଉନ (Shutdown) ଲାଗୁ ହେବାକୁ ନେଇ ଅସ୍ତବ୍ୟସ୍ତ ହେଲେଣି ପ୍ରବାସୀ ଶ୍ରମିକ। ଆନ୍ଧ୍ରରେ ଫସି ରହିଥିବା କିଛି ଓଡିଆ ଏବେ ଲୁଚି ଲୁଚି ପଳାଇ ଆସୁଛନ୍ତି। ସ୍ଥଳପଥ (Landline) ବଦଳରେ ମୁକୁଳା ଜଳପଥରେ (Waterway) ଘର ବାହୁଡାକୁ ମାଧ୍ୟମ କରିଛନ୍ତି। ଲୁଚାଛପାରେ ସମୁଦ୍ରପଥରେ ଚେନ୍ନାଇ (Chennai), ଆନ୍ଧ୍ର ପ୍ରଦେଶ (Andhra Pradesh) ପ୍ରଭୃତି ସ୍ଥାନରୁ ଜଳପଥରେ ଆସିବା ଆରମ୍ଭ କରିଛନ୍ତି। 

ଜଳପଥରେ ପୁରୀକୁ ଫେରୁଥିବା ଆନ୍ଧ୍ର ଫେରନ୍ତା (Andhra Returnee) ମତ୍ସ୍ୟଜୀବୀଙ୍କ ଉପରେ କଟକଣା ଜାରି କରିଛି ପୁରୀ ପୋଲିସ୍ (Puri Police)। ସାମୁଦ୍ରିକ ଥାନା ଅଧିକାରୀଙ୍କୁ ((Marine Police Station Officer) ସେମାନଙ୍କ ଉପରେ ନଜର ରଖିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଥାନା ଅଧିକାରୀ, ବିଡିଓ, ତହସିଲଦାରଙ୍କୁ ନେଇ ଗଠିତ ହୋଇଛି ସ୍ୱତନ୍ତ୍ର 0ସ୍କ୍ୱାର୍ଡ। ପୁରୀ,କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ,ଅସ୍ତରଙ୍ଗ ଅଞ୍ଚଳକୁ ଗାଡିରେ ହେଉ ଅଥବା ଡଙ୍ଗାରେ ଆସୁଥିବା ଆନ୍ଧ୍ର ଫେରନ୍ତା ନଜରକୁ ଆସିଲେ ବାଧ୍ୟତାମୂଳକ ସଙ୍ଗରୋଧ (Quarantine) କରାଯିବ। ସମୁଦ୍ର ଭିତରେ ଜଳପଥ ଦେଇ ଆସୁଥିଲେ ଡଙ୍ଗାର ଯାଞ୍ଚ କରିବାକୁ କୋଷ୍ଟଗାର୍ଡ ସହାୟତା ନିଆଯାଇଛି ବୋଲି କହିଛନ୍ତି ପୁରୀ ଏସପି। ସେପଟେ ରାଜ୍ଯ ସରକାର ପ୍ରବାସୀଙ୍କ ଉପରେ ଅଙ୍କୁଶ ଲଗାନ୍ତୁ ହେଲେ ସେମାନଙ୍କ ଥଇଥାନ ଉପରେ ମଧ୍ୟ ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ। 

Also Read: ବଢୁଛି କୋଭିଡ୍ ସଂକ୍ରମଣ; ମୁକାବିଲା ପାଇଁ ଆକ୍ସନମୁଡରେ ପ୍ରଶାସନ

ସେପଟେ ବିଗତ କିଛି ଦିନ ହେବ ପୁରୀ ପେଣ୍ଠକଟା, ଚନ୍ଦ୍ରଭାଗା ଭଳି ଅଞ୍ଚଳରେ କିଛି ଆନ୍ଧ୍ର ଫେରନ୍ତା ଜଳପଥରେ ଆସିଥିବା ସୂଚନା ମିଳିଛି। ଉପକୂଳ ସୁରକ୍ଷାକୁ ନେଇ ମତ୍ସ୍ୟଧିକାରୀ, ମତ୍ସ୍ୟଜୀବୀ, ସାମୁଦ୍ରିକ ଥାନା, ତହସିଲଦାରଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲାପାଳ। ସେପଟେ ପେଣ୍ଠକଟାସ୍ଥିତ କମ୍ଯୁନିଟି ହଲ ଠାରେ ମତ୍ସ୍ୟଜୀବୀଙ୍କ ସହ ସେମାନଙ୍କ ପରିବାର ସଦସ୍ୟଙ୍କ କୋଭିଡ୍ ଟେଷ୍ଟ କରାଯିବା ନେଇ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି। ଅସ୍ତରଙ୍ଗ, କୃଷ୍ଣପ୍ରସାଦ, ବ୍ରହ୍ମଗିରି, କୋଣାର୍କ, ଚନ୍ଦ୍ରଭାଗା ଅଞ୍ଚଳରେ ମଧ୍ୟ କୋଭିଡ୍ ଟେଷ୍ଟ କରାଗଲେ ସଂକ୍ରମଣ ରୋକାଯାଇପାରିବ ବୋଲି କହିଛି ମତ୍ସ୍ୟଜୀବୀ ସଂଘ।

Also Read: Covid19 Outbreak: ମୁକାବିଲା ଲାଗି ଆକ୍ସନମୁଡରେ ପ୍ରଶାସନ

ଆଗୁଆ ଆନ୍ଧ୍ର ଫେରନ୍ତାଙ୍କ ଉପରେ ନଜର ରଖି ପଦକ୍ଷେପ ନନେଲେ ଗତବର୍ଷ ଭଳି ସମାନ ପରିସ୍ଥିତି ଉପୁଜିବ ବୋଲି ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି।