ପୁରୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ନୂଆ ଟ୍ୱିଷ୍ଟ

ନାଲି କାର, ପୁରୁଷ ବନ୍ଧୁ, ସୋସିଆଲ ମିଡିଆ ଓ ସେକ୍ସ ଭିଡିଓ ସୁଟିଂ ଆଦି ନାବାଳିକା ଗ୍ୟାଙ୍ଗ ରେପ୍ ଘଟଣାକୁ ରହସ୍ୟାବୃତ କରିଛି 

ପୁରୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ନୂଆ ଟ୍ୱିଷ୍ଟ
ସୌଜନ୍ୟ: ସୋସିଆଲ ମିଡିଆ

ପୁରୀ: ପୁରୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ବିଶ୍ୱସ୍ତ ସୁତ୍ରରୁ ଖବର ଅନୁସାରେ ନାବାଳିକାକୁ କୁମ୍ଭାରପଡ଼ା ଥାନାରେ ଛାଡିଥିବା ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୀଡ଼ିତାଙ୍କ ଫେସବୁକ ଫ୍ରେଣ୍ଡଲିଷ୍ଟରେ ପୁରୁଷ ବନ୍ଧୁ ରହିଥିବା ସ୍ପଷ୍ଟ ହୋଇଛି । ତେବେ ନାବାଳିକାଙ୍କୁ ଗ୍ୟାଙ୍ଗ ରେପ୍  ସମୟର ସେକ୍ସ ଭିଡିଓରେ ନାବାଳିକାଙ୍କ ସହ ଅନ୍ୟଜଣେ ଛପିରହି ରହି ଭିଡିଓ ଉତ୍ତୋଳନ କରିଥିବା ସ୍ପଷ୍ଟ ବାରି ହେଉଛି । ସେପଟେ ପୀଡ଼ିତାଙ୍କୁ ଅପହରଣରେ ବ୍ୟବହୃତ ନାଲି କାର ସମ୍ପର୍କରେ ଏଯାଏଁ ପୋଲିସର ପାଟି ଚୁପ୍ । ଗଣମାଧ୍ୟମ ଆଗରେ ପୋଲିସ କେବଳ ବାଇକ୍ ଓ ସ୍କୁଟି ଜବତ ହୋଇଛି ବୋଲି କହିଥିବା ବେଳେ ଏବେ କାରକୁ ନେଇ ସସପେନ୍ସ । ପୀଡ଼ିତାଙ୍କୁ ଗ୍ୟାଙ୍ଗ୍ ରେପ୍ ସମୟରେ ପୁରୁଷ ବନ୍ଧୁ ଓ ତାଙ୍କ ସହ ଜଣେ ଯୁବତୀ ପୁରୀରେ କାହିଁକି ବୁଲୁଥିଲେ, ସେ ରହସ୍ୟ ଉପରୁ ପରଦା ହଟିବା ଆହୁରି ବାକି ସାରା ରାଜ୍ୟର ଆଇନ ବ୍ୟବସ୍ଥାକୁ ଦୋହଲାଇ ଦେଇଥିବା ପୁରୀ ନାବାଳିକା ଗଣ ଦୁଷ୍କର୍ମ ଘଟଣାକୁ ପୂରିଛି ୪୮ ଘଣ୍ଟା । କିନ୍ତୁ ଫେରାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ପୁରୀ ପୋଲିସ । ସେପଟେ ଘଟଣାରେ ପୀଡିତାଙ୍କ ପୁରୁଷବନ୍ଧୁଙ୍କ ସମ୍ପୃକ୍ତି ଘଟଣାକୁ ଦେଇଛି ଭିନ୍ନ ମୋଡ଼ । ପୀଡିତାଙ୍କ ବୟାନ ଅନୁସାରେ ନାଲି କାରରେ ତାଙ୍କୁ କରା ଯାଇଥିଲା ଅପହରଣ । ନିମାପଡ଼ାରୁ ପୁରୀ ଅଣାଯାଇ ପୋଲିସ କ୍ୱାର୍ଟରରେ କରାଯାଇଥିଲା ଗ୍ୟାଙ୍ଗ ରେପ୍ । ସେହି ନାଲି କାରଟି କାହାର ଓ ତାକୁ କିଏ ଚଲାଉଥିଲା, ସେ ରହସ୍ୟ ଉପରୁ ପରଦା ହଟିନି । ପୋଲିସ କେବଳ ଏକ ବାଇକ ଓ ସ୍କୁଟି ଜବତ କରିଛି । ସେଗୁଡ଼ିକର ମାଲିକ କିଏ, ତାହା ବି ରହସ୍ୟ ଘେରରେ । ସେପଟେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ କହିଥିଲେ, ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି ଓ ରାସ୍ତା ଉପରେ କାନ୍ଦୁଥିବା ବେଳେ ସେ  ଉଦ୍ଧାର କରି  ଥାନାରେ ପହଞ୍ଚାଇ ଗଣମାଧ୍ୟମକୁ ଫୋନ କରିଥିଲେ ବୋଲି । ତେବେ ସେଦିନ ଥାନାଠାରୁ ଶହେ ମିଟର ଦୂରରେ ଅନ୍ୟ ଜଣେ ଯୁବତୀଙ୍କ ସହ କାହିଁକି ଜଗି ରହିଥିଲେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ? ଖାଲି ସେତିକି ନୁହେଁ ପୀଡ଼ିତାଙ୍କ ଫେସବୁକ୍ ଆକାଉଣ୍ଟରେ ପୁରୁଷ ବନ୍ଧୁ ଥିବା, ଘଟଣାକୁ ବିବାଦୀୟ ମୋଡ଼ରେ ଛିଡ଼ା କରାଇଛି । ପୁରୁଷ ବନ୍ଧୁ ରଞ୍ଜିତ କୁମାର ପରିଡ଼ାଙ୍କର ଭୁବନେଶ୍ୱରରେ ରହିଛି ଏସକର୍ଟ ସର୍ଭିସ ନାମକ ଏକ ସଂସ୍ଥା । ସବୁଠୁ ବଡ଼କଥା ହେଲା, ଗ୍ୟାଙ୍ଗ ରେପ୍ ସ୍ଥଳରେ ଆଉ ଜଣେ କିଏ ଛପିରହି ଏହାର ଭିଡିଓ ଉତ୍ତୋଳନ କରିଥିବା ଜଣାପଡୁଛି । ତେଣୁ ରଞ୍ଜିତଙ୍କୁ ଜେରା କଲେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିପାରିବ ।

ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପାଇଁ ଆବେଦନ କରାଯାଇଥିବା କହିଛି ପୋଲିସ । ଫେରାର୍ ୨ ଅଭିଯୁକ୍ତଙ୍କୁ ଧରିବାକୁ ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।

ନାଲି କାର, ପୁରୁଷ ବନ୍ଧୁ, ସୋସିଆଲ ମିଡିଆ ଓ ସେକ୍ସ ଭିଡିଓ ସୁଟିଂ ଆଦି ନାବାଳିକା ଗ୍ୟାଙ୍ଗ ରେପ୍ ଘଟଣାକୁ ରହସ୍ୟାବୃତ କରିଛି । ଘଟଣା ଉପରୁ ପରଦା ହଟିବା ପରେ କେଉଁମାନଙ୍କ ଚେହେରା ସାମ୍ନାକୁ ଆସୁଛି, ଏବେ ତା' ଉପରେ ରାଜ୍ୟବାସୀଙ୍କ ନଜର ।