ଧାର୍ମିକସ୍ଥଳରେ ଚାଲିଛି ବେଧର୍ମୀ କାର୍ଯ୍ୟ; ଆୟୋଜିତ ହୋଇଛି ମଦ ମାଂସ ଆସର
Advertisement

ଧାର୍ମିକସ୍ଥଳରେ ଚାଲିଛି ବେଧର୍ମୀ କାର୍ଯ୍ୟ; ଆୟୋଜିତ ହୋଇଛି ମଦ ମାଂସ ଆସର

ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ଚାଲିଛି ମଦ ମାଂସ ଆସର। ଶ୍ରୀମନ୍ଦିର ପରମ୍ପରା ସହିତ ଜଡିତ ମହାପ୍ରଭୁଙ୍କ ଏହି ପ୍ରମୋଦ ଉଦ୍ୟାନରେ ଦୟଣା ଚୋରୀ, ବେଣ୍ଟନିତୀ, ରାବଣ ବଦ୍ଧ ସହ ୧୩ଟି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। 

ଧାର୍ମିକସ୍ଥଳରେ ଚାଲିଛି ବେଧର୍ମୀ କାର୍ଯ୍ୟ; ଆୟୋଜିତ ହୋଇଛି ମଦ ମାଂସ ଆସର

ସଞ୍ଜୟ ମହାପାତ୍ର,ପୁରୀ: ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ଚାଲିଛି ମଦ ମାଂସ ଆସର। ଚାରିଧାମ ମଧ୍ୟରେ ଶ୍ରେଷ୍ଠ ଧାମ ଶ୍ରୀକ୍ଷେତ୍ରରେ ଏଭଳି ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ବେଶ୍ ଆଘାତ ଦେଇଛି। ଶ୍ରୀମନ୍ଦିର ପରମ୍ପରା ସହିତ ଜଡିତ ମହାପ୍ରଭୁଙ୍କ ଏହି ପ୍ରମୋଦ ଉଦ୍ୟାନରେ ଦୟଣା ଚୋରୀ, ବେଣ୍ଟନିତୀ, ରାବଣ ବଦ୍ଧ ସହ ୧୩ଟି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। 

ସେହି ସ୍ଥାନର ଆଧ୍ୟାତ୍ମିକତାକୁ ବଜାଇ ରଖିବା ପାଇଁ ସେଠାରେ ମ୍ୟୁଜିୟମ, ରଥପାର୍କ କରାବାକୁ ବ୍ୟବସ୍ଥା ହେଉଛି। ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ନିୟନ୍ତ୍ରଣରେ ଏବଂ ପୁଲିସ ବିଭାଗର ଏକ ଫାଣ୍ଡି ଥିବା ସତ୍ତ୍ଵେ ବେଧଡକ ଭାବେ ପ୍ରମୋଦ ଉଦ୍ୟାନରେ ଆମିଷ ରୋଷେଇ ସହ ମଦ୍ୟପାନ ଏବଂ ଭୋଜିଭାତର ଆସର ଆୟୋଜନକୁ ନେଇ ପ୍ରଶାସନ ଅବହେଳାକୁ ଦାୟୀ କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ। ସେପଟେ ଜିରୋ ଟଲରେନ୍ସ ଅଞ୍ଚଳରେ ସବୁବେଳେ ନଜର ରଖାଯାଇଛି। ଅସାମାଜିକ କାର୍ଯ୍ୟ ହେଉଥିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଏସପି।

ଏ ଘଟଣାରେ ଭାଇରାଲ ହୋଇଥିବା ଗୋଟିଏ ଫଟୋ କେଉଁ ପାର୍କ କିମ୍ବା ଆମୋଦ ପ୍ରମୋଦର ଅଞ୍ଚଳର ନୁହେଁ। ଚାଲିଛି ମାଂସ ଭୋଜି ଆଉ ପଡିଛି ପଙ୍ଗତ। ଏହା ସହିତ ଭିତରେ ପଡିଛି ମଦ ଗ୍ଲାସ ବୋତଲ। ଚାଲୁଥିଲା ଆସର। ଶ୍ରୀମନ୍ଦିର ପରମ୍ପରା, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ରହିଛି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ। ହେଲେ ତାହାକୁ ବେଖାତିର କରି ଆଧ୍ୟାତ୍ମିକତାକୁ ନଷ୍ଟ କରି ହେଉଛି ମଦ ମାଂସ ଆସର । 

 

ଏଭଳି ଧାର୍ମିକ ସ୍ଥାନରେ ବେଧର୍ମୀ କାର୍ଯ୍ୟ କରାଯାଉଥିବାରୁ ଏହା ଜଗନ୍ନାଥ ପ୍ରେମୀଙ୍କୁ ବେଶ ଆଘାତ କରିଛି। ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ରହିଛି ଶ୍ରୀଜଗନ୍ନାଥ ବଲ୍ଲଭ। ଏହି ସ୍ଥାନରେ ସିସିଟିଭି ରହିଥିବା ବେଳେ କିଭଳି ମଦ ମାଂସର ଆସର ହେଉଛି ତାହା ଏବେ ସବୁଠୁ ବଡ ପ୍ରଶ୍ନ। ପ୍ରଶାସନର ଅବହେଳାକୁ ଦାୟୀ କରିବା ସହ ଯେଉଁମାନେ ଏଭଳି କରୁଛନ୍ତି ତାହା ନିନ୍ଦନୀୟ ବୋଲି କହିଛନ୍ତି ବରିଷ୍ଠ ସେବାୟତ।

ସେପଟେ ଜଗନ୍ନାଥ ବଲ୍ଲଭ ହେଉଛି ଜିରୋ ଟଲରେନ୍ସ ଅଞ୍ଚଳ। ଏହା ଉପରେ ସବୁବେଳେ ନଜର ରଖାଯାଇଛି। ଅସାମାଜିକ କାର୍ଯ୍ୟ ହେଉଥିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଏସପି।  ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ଏଭଳି ମଦମାଂସର ଆସର ହେଉଛି ମହାପାପ।