ସ୍ୱଚ୍ଛ ଓ ସୁନ୍ଦର ହେବ ପୁରୀ ସହର

ୱାର୍ଡ ବାରି ଲୋକଙ୍କୁ ନିଜେ ଜିଲ୍ଲାପାଳ ଓ ପୌରସଂସ୍ଥା ଅଧିକାରୀ ସଚେତନ କରିବା ସହ ଯେଭଳି ଅଳିଆ ଆବର୍ଜନା କେବଳ ଡଷ୍ଟବିନରେ ପକାଇବେ ରାସ୍ତାରେ ନୁହେଁ । ତା ସହ ୩ହଜାର ଘରର ଆବର୍ଜନା ପାଇଁ ନିର୍ମାଣ ହେବ କମ୍ପୋଷ୍ଟ ପ୍ଲାଣ୍ଟ ।

ସ୍ୱଚ୍ଛ ଓ ସୁନ୍ଦର ହେବ ପୁରୀ ସହର

ସଞ୍ଜୟ ମହାପାତ୍ର, ପୁରୀ: ଆବର୍ଜନା ମୁକ୍ତ ହେବ ପୁରୀ ସହର । ଆଉ ରାସ୍ତାରେ ପଡିବନାହିଁ ଅଳିଆ ଆବର୍ଜନା । ଏଭଳି ଅଭିଯାନକୁ କଡାକଡି କରିଛି ପୁରୀ ପୌରସଂସ୍ଥା ଓ ଜିଲା ପ୍ରଶାସନ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ନିଯୁକ୍ତି ଦିଆଯାଇଛି ସ୍ୱଚ୍ଛ ସାଥୀ । ସେମାନେ ଘର ଘର ବୁଲି ସହରବାସୀଙ୍କୁ ସଚେତନ କରିବେ । ତା ପରେ କିଭଳି ଅଳିଆ ଆବର୍ଜନା ସଂଗ୍ରହ ହେବ ସେ ନେଇ ମଧ୍ୟ ଲୋକଙ୍କୁ ବୁଝାଇବେ । ତା ପରେ ସାହି ଗଳିକନ୍ଦିକୁ କିଭଳି ଆବର୍ଜନା ମୁକ୍ତ ରଖିବା ସେ ନେଇ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏହାର ଅଭିଯାନ ଆରମ୍ଭ ହୋଇଥିବା ବେଳେ ୫ଶହରୁ ୬ଶହ ଘର ପାଇଁ ଜଣେ ସ୍ୱଚ୍ଛ ସାଥୀ ଦାୟିତ୍ୱ ନେବେ ଓ ଏହି ଆବର୍ଜନା ସଂଗ୍ରହ ପାଇଁ ୨୦ଟି ଗାଡି ନିୟୋଜିତ ହୋଇଥିବା ବେଳେ ୪୮ଟି ଗାଡି ଆବର୍ଜନା ସଂଗ୍ରହ କାର୍ଯ୍ୟରେ ଲାଗିବ । 
ୱାର୍ଡ ବାରି ଲୋକଙ୍କୁ ନିଜେ ଜିଲ୍ଲାପାଳ  ଓ ପୌରସଂସ୍ଥା ଅଧିକାରୀ ସଚେତନ କରିବା ସହ ଯେଭଳି ଅଳିଆ ଆବର୍ଜନା କେବଳ ଡଷ୍ଟବିନରେ ପକାଇବେ ରାସ୍ତାରେ ନୁହେଁ । ତା ସହ ୩ହଜାର ଘରର ଆବର୍ଜନା ପାଇଁ ନିର୍ମାଣ ହେବ କମ୍ପୋଷ୍ଟ ପ୍ଲାଣ୍ଟ । ଆଉ ସହରରେ ଆବର୍ଜନାର ପାହାଡ ଦେଖିବାକୁ ମିଳିବ ନାହିଁ ବୋଲି  ଜିଲ୍ଲାପାଳ କହିଛନ୍ତି ।  ଏଏସଜି ମହିଳା ମାନଙ୍କୁ ସ୍ୱଚ୍ଛ ସାଥୀ ପାଇଁ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଆବର୍ଜନାକୁ ଗ୍ରୀନ ଗାଡିରେ ଓ ସଲିଡ ଆବର୍ଜନାକୁ ବ୍ଲୁ ଗାଡିରେ ନିଆଯାଇ କମ୍ପୋଷ୍ଟ କରାଯିବ ବୋଲି ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ତେବେ ପ୍ରଶାସନର ଏଭଳି ସ୍ୱଚ୍ଛତା  ସମ୍ପର୍କରେ ସହଯୋଗ କରିବା ବେଶ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ମହିଳା ପ୍ରତିନିଧି ।

ଲୋକମାନେ ସେମାନଙ୍କ ଘରୁ ଓଦା ଆବର୍ଜନାକୁ ଘରେ ଗ୍ରିନ ବା ନେଳି ଡବାରେ ଓ ଶୁଖିଲା ଆବର୍ଜନାକୁ ବ୍ଲୁ ଡବାରେ ରଖିବେ । ସେହି ଅନୁସାରେ ୱାର୍ଡ ବାରୀ ଗାଡି ମଧ୍ୟ ଯାଉଛି । ସେମାନେ ସେହି ଗାଡିରେ କେବଳ ଅଳିଆ ପକାଇବେ । କୌଣସି ଲୋକ ଗାଡି ନ ଆସିଲେ ବି ଘରେ ଅଳିଆ ଆବର୍ଜନା ରଖିବେ । ରାସ୍ତାରେ ପକାଇବେ ନାହିଁ । ଏଥିପାଇଁ ମଧ୍ୟ  ସ୍ୱଚ୍ଛ  ସାଥୀମାନଙ୍କ ମୋବାଇଲ ନମ୍ବର ଦିଆଯିବ ।
 ୮୦ ଜଣ  ସ୍ୱଚ୍ଛ ସାଥୀ ଓ ୨୦ ଜଣ ସୁପଭାଇଜରଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । କୌଣସି ଅଳିଆ ଭୁଇଁ ଛୁଇଁବ ନାହିଁ । ବୁଲା ଗାଇଗୋରୁ କି କୁକୁର ମାଙ୍କଡ ରାସ୍ତାରେ ଥିବା ଅଳିଆ ଆବର୍ଜନା ନଷ୍ଟ କରୁଥିବା ବେଲେ ରାସ୍ତା ନ ପକାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ସ୍କୁଲରେ ଶିକ୍ଷକ ଓ ପିଲାମାନଙ୍କୁ ମଧ୍ୟ ସଚେତନ କରାଯାଇଛି । ପୌରସଂସ୍ଥାର ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ । ତେବେ ଏହାର ଅଭିଯାନ ଆରମ୍ଭ ହୋଇଥିବା ବେଳେ ୫ଶହରୁ ୬ଶହ ଘର ପାଇଁ ଜଣେ ସ୍ୱଚ୍ଛ ସାଥୀ ଦାୟିତ୍ୱ ନେବେ ଓ ଏହି ଆବର୍ଜନା ସଂଗ୍ରହ ପାଇଁ ୨୦ଟି ଗାଡି ନିୟୋଜିତ ହୋଇଥିବା ବେଳେ ୪୮ଟି ଗାଡି ଆବର୍ଜନା ସଂଗ୍ରହ କାର୍ଯ୍ୟରେ ଲାଗିବ । ୱାର୍ଡ ବାରି ଲୋକଙ୍କୁ ନିଜେ ଜିଲାପାଳ ଓ ପୌରସଂସ୍ଥା ଅଧିକାରୀ ସଚେତନ କରିବା ସହ ଯେଭଳି ଅଳିଆ ଆବର୍ଜନା କେବଳ ଡଷ୍ଟବିନରେ ପକାଇବେ ରାସ୍ତାରେ ନୁହେଁ । ତା ସହ ୩ହଜାର ଘରର ଆବର୍ଜନା ପାଇଁ ନିର୍ମାଣ ହେବ କମ୍ପୋଷ୍ଟ ପ୍ଲାଣ୍ଟ । ଆଉ ସହରରେ ଆବର୍ଜନାର ପାହାଡ ଦେଖିବାକୁ ମିଳିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।