ଆଗକୁ ଜାରି ରହିବ 'Mission Mafia Drive'; ସାବାଡ ହେବେ Sand-Stone Mafia
Advertisement
Article Detail0/zeeodisha/odisha914964

ଆଗକୁ ଜାରି ରହିବ 'Mission Mafia Drive'; ସାବାଡ ହେବେ Sand-Stone Mafia

ଏଥର ସାବାଡ଼ ହେବେ ଜିଲ୍ଲାର ବାଲି ଆଉ ପଥର ମାଫିଆ।

ଆଗକୁ ଜାରି ରହିବ 'Mission Mafia Drive'; ସାବାଡ ହେବେ Sand-Stone Mafia

ପୁରୀ: ଟଙ୍କାଏ ବିନିଯୋଗ କରିବାର ନାହିଁ। ହେଲେ ସାମାନ୍ୟ ବିପଦ। ସେତିକି ନେଇ ଆଣି ଥୋଇ ପାରିଲେ ରାତାରାତି ହାତକୁ ଆସିବ ଲକ୍ଷ ଲକ୍ଷ ଟଙ୍କା। ଏହା ହେଉଛି ଚୋରା ବାଲି କାରବାର। ପୂର୍ବରୁ ଏହି ଚୋରା କାରବାର ଉପରେ ଲଗାତାର ଚଢ଼ାଉ କରିଯିବା ପରେ ବେଶ କିଛି ଦିନ ଥମି ଯାଇଥିବା ଏହି ବେପାର ପୁଣିଥରେ ସକ୍ରିୟ ହୋଇଉଠିଛି। 

ଏନେଇ ଗତ ଏପ୍ରିଲରେ Zee Odisha ପକ୍ଷରୁ ଖବର ପ୍ରସାରଣ କରାଯିବା ପରେ ଗତ ମେ ମାସରୁ ପୁରୀ ଏସପି (Puri SP) ଡ.କନୱାର ବିଶାଲ ସିଂହ (Dr.Kanwar Vishal Singh) ଆରମ୍ଭ କରିଛନ୍ତି ଜୋରଦାର ଚଢ଼ଉ। ‘ମିସନ ମାଫିଆ’ (Mission Mafia) ନାମରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ କାର୍ଯ୍ୟକାରୀ ହେବାର ଗୋଟିଏ ମାସ ମଧ୍ୟରେ ପୋଲିସକୁ ମିଳିଛି ବେଶ୍‌ ସଫଳତା। ଚୋରା ବାଲି କାରବାର କରିବାକୁ ନେଇ ଗତ ମାସରେ ୫୩ ମାମଲା ରୁଜୁ ହେବା ସହ ୫୫ରୁ ଉର୍ଦ୍ଧ୍ବ ବାଲି ବୋଝେଇ ଗାଡ଼ି ଜବତ କରାଯାଇଛି। ଆଉ ଗିରଫ ହୋଇଛନ୍ତି ପ୍ରାୟ ୫୭ ଜଣ ବାଲି ମାଫିଆ। ଏ ସମ୍ପର୍କରେ ଜଣାଇଛନ୍ତି ପୁରୀ ଏସ୍‌ପି। କେବଳ ଏତିକି ନୁହେଁ ବରଂ ଆଗକୁ ଚଢ଼ାଉ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।  

Also Read: କୋରୋନା ସାଜିଛି ପ୍ରତିବନ୍ଧକ; ଆଗେଇ ପାରୁନାହିଁ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ

ଏଥର ସାବାଡ଼ ହେବେ ପୁରୀ (Puri) ଜିଲ୍ଲାର ବାଲି (Sand Mafia) ଆଉ ପଥର ମାଫିଆ (Stone Mafia)। ଦିନ ଦ୍ବିପ୍ରହରେ ପୁଲିସ ଆଖିରେ ଧୁଳି ଦେଇ ବେଧଡ଼କ ଭାବେ ଚାଲିଥିବ‌ା ଚୋରା ବାଲି କାରବାରକୁ  ଆଉ କ୍ଷମା ନାହିଁ। ପୁରୀ ସମୁଦ୍ର ବେଳାଭୂମି (Puri Sea Beach), ନଦୀପଠା (River Bank) ଆଉ ବିଭିନ୍ନ ପଥର ଖଣିରୁ (Stone Mines) ମାଲାମାଲ ହେଉଥିବା ମାଫିଆଙ୍କୁ (Mafia) ଆଉ ନିସ୍ତାର ନାହିଁ। 

‘ମିସନ ମାଫିଆ’ ନାମରେ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନକୁ ସଫଳ କରିବାକୁ ଉଭୟ ପୁରୀ ପୁଲିସ (Puri Police) ଏବଂ ଜିଲ୍ଲା ପ୍ରଶାସନ (Puri Dist Admin) ଅଣ୍ଟା ଭିଡ଼ିଛି। ଜିଲ୍ଲାରେ ଚୋରା କାରବାରକୁ ବନ୍ଦ କରିବା ପାଇଁ ଆରମ୍ଭ ହୋଇଥିବା ଧରପଗଡ଼ ଅଭିଯାନକୁ ଦେଖି ଆତଙ୍କିତ ହୋଇଉଠିଛନ୍ତି ମାଫିଆ। ଏନେଇ ପୋଲିସ ପକ୍ଷରୁ ଗ୍ରହଣ କରାଯାଉଥିବା କଠୋର କାର୍ଯ୍ୟାନୁଷ୍ଠାନ ଆଗରେ ମାଫିଆଙ୍କ ଶିବିରରେ ପଡ଼ିଛି ଚଡ଼କ। 

Also Read: Cyclonem Yass: ଅଶାନ୍ତ ହୋଇଉଠୁଛି ସମୁଦ୍ର, ଲାଗି ରହିଛି ବର୍ଷା-ପବନ

ଗତ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେବଳ ଗତ ସପ୍ତାହରେ ୫ଟି ମାମଲା ରୁଜୁ ହେବା ସହ ଗୋଟିଏ ହାଇୱା (Haiwa), ୪ଟି ଟ୍ରକ (Truck) ଜବତ ହେବା ସହ ୫ ଜଣ ଗିରଫ ହୋଇଛନ୍ତି। କେବେ ମଧ୍ୟ ବାଲି ମାଫିଆଙ୍କୁ ଛଡାଯିବ ନାହିଁ। ମିଳିତ ସ୍କ୍ୱାର୍ଡ ମାଧ୍ୟମରେ ସେମାନଙ୍କ ଉପରେ ସତର୍କ ନଜର ରଖାଯାଇଛି। ଚୋରା କାରବାର ବିରୁଦ୍ଧରେ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ଏସପି ଡ.ସିଂହ।

ସେପଟେ ପ୍ରତ୍ୟେକ ବାଲି, ପଥର, ମାଟି ପରିବହନ କରୁଥିବା ଗାଡ଼ିକୁ ଯାଞ୍ଚ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଓଭର ଲୋଡିଂ (Over Loading) ଉପରେ ବିଶେଷ କଟକଣା ଜାରି କରାଯାଇଛି। ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ଏବଂ ବାହାର ଜିଲ୍ଲାରୁ ଆସୁଥିବା ସମସ୍ତ ଚୋରା ଚାଲାଣକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହ ଜଡିତ ବରିଷ୍ଠ ଅଧିକାରୀ ଏହି ଅଭିଯାନରେ ସାମିଲ ହୋଇଛନ୍ତି। 

Also Read: Corona Alert: ପ୍ରବାସୀଙ୍କ ଆଗମନକୁ ନେଇ ଜଳପଥ ଉପରେ ପ୍ରଶାସନର ସତର୍କ ନଜର

ସ୍ୱତନ୍ତ୍ର ସ୍କ୍ବାଡ୍‌, ପୁଲିସ ପେଟ୍ରୋଲିଂ ଉପରେ ଗୁରୁତ୍ବ ଦିଆଯାଇଛି। ଏଭଳି ବେଇଆଇନ କାର୍ଯ୍ୟ ସହ ସାଲିସ କରାଯିବାର ପ୍ରଶ୍ନ ନାହିଁ। ମିଶନ ମାଫିଆ ଅଭିଯାନରେ ସାଲିସର ପ୍ରଶ୍ନ ଉଠିବ ନାହିଁ। ଏନେଇ ଗତ ମାସରେ ୫୩ ମାମଲା ରୁଜୁ ହେବା ସହ ୫୫ରୁ ଉର୍ଦ୍ଧ୍ବ ବାଲି ବୋଝେଇ ଗାଡ଼ି ଜବତ କରାଯାଇଛି। ଏପରିକି ପ୍ରାୟ ୫୭ ଜଣ ମାଫିଆଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ (Puri Collector) ସମର୍ଥ ବର୍ମା (Samarth Verma)। ସେପଟେ ପ୍ରଶାସନର ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ଯ ବୋଲି କହିଛନ୍ତି କଂଗ୍ରେସ ନେତା ବିନାୟକ ଦାସମହାପାତ୍ର।

Also Read: ମହଙ୍ଗା ପଡ଼ିଲା ଦାଦାବଟି ମାଗିବା; ଘରୁ ଟେକିନେଲା ପୋଲିସ

ଏଭଳି ଯୋଜନା ନୂଆ ନୁହେଁ। ରାଜ୍ୟ ସରକାର ଏହା ଉପରେ ଗୁରୁତ୍ବ ଦେଇ ଏଭଳି ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କୋରୋନା ମହମାରୀର ମୁକାବିଲା କରିବାରେ ପୋଲିସ ବ୍ୟସ୍ତ ରହିଥିବା ବେଳେ ସକ୍ରିୟ ହୋଇ ଉଠିଥିଲେ ମାଫିଆ। ଏବେ ପୁଣି ଥରେ ପ୍ରଶାସନର ନିଦ ଭାଙ୍ଗିଛି। ଦ୍ବିତୀୟ ପର୍ଯ୍ୟାୟରେ 'ମିଶନ ମାଫିଆ' ଅଭିଯାନ କେତେଦୁର ସଫଳ ହେବ ଆଉ ପୁରୀ ସହର ମାଫିଆ ମୁକ୍ତ କେବ ହେବ ତାହା ସମୟ କହିବ।