• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଦେଶ ପାଳୁଛି ପରାକ୍ରମ ଦିବସ
  • ପରାକ୍ରମ ଦିବସ ଅବସରରେ କୋଲକାତାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
  • ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା: ପ୍ରଧାନମନ୍ତ୍ରୀ
  • ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ CM ମମତା ବାନାର୍ଜୀ
  • କୋଏମ୍ୱାଟୁରରେ ରାହୁଲ ଗାନ୍ଧି ରୋଡ ଶୋ
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ
  • କଟକ ଖାନନଗରରେ ୧୨ ଏକର ଜାଗାରେ ୬୫ କୋଟି ଟଙ୍କା ବ୍ୟୟରେ ହେବ ବସ୍ ଟର୍ମିନାଲ

ବଡଦାଣ୍ଡରେ ଆରମ୍ଭ ହେଲା ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ

ଶ୍ରୀଗୀତ ଗୋବିନ୍ଦମ, ଭାଗବତ ଗୀତା,ଶ୍ରୀଜଗନ୍ନାଥଷ୍ଟକମ୍ ଆଉ ସ୍ୱତନ୍ତ୍ର ପ୍ରାର୍ଥନା ଭଳି ସୃଷ୍ଟି ହୋଇଥିଲା ଭିନ୍ନ ଏକ ପରିବେଶ। ଯାହାକୁ ନେଇ ଭକ୍ତ, ଦର୍ଶନାର୍ଥି ଓ ପର୍ଯ୍ୟଟକ  ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଓଡିଶୀ ନୃତ୍ୟ , ଶ୍ରୀମଦ ଭାଗବତ ଗୀତାର ଦୁଇଟି ଶ୍ଳୋକ ଓ ଏହାର ବ୍ୟାଖ୍ୟା, ସାମୁହିକ ଭଜନ, ନାମ ସଂକୀର୍ତ୍ତନ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମର ତାଳେତାଳେ ବିଭୋର ହୋଇଥିଲେ ଭକ୍ତ।

 ବଡଦାଣ୍ଡରେ ଆରମ୍ଭ ହେଲା ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ

ପୁରୀ: ଭାରତର ଚତୁର୍ଦ୍ଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ଧାମ ହେଉଛି ଶ୍ରେଷ୍ଠ ଧାମ। ଏହିଠାରେ ଜଗତବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ସ୍ୱୟଂ ବିଦ୍ୟମାନ। ମହାପ୍ରଭୁଙ୍କ ସେବାପୂଜା, ଯାନିଯାତ୍ରା ,ପର୍ବପର୍ବାଣୀର ରହିଛି ଅନନ୍ୟ ଆକର୍ଷଣ। ଏଥିପାଇଁ ସାରା ବିଶ୍ୱରୁ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଧାମକୁ ଛୁଟି ଆସିଥାନ୍ତି। ତେବେ ଏହି ଆଧ୍ୟାତ୍ମିକ ପରିବେଶକୁ ଅଧିକ ପରିସ୍ପୁଟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ବଡଦାଣ୍ଡରେ ଆରମ୍ଭ କରାଯାଇଛି ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ। ଯେଉଁଥିପାଇଁ ଆଜି ସକାଳ ସାଢେ ଛଅଟା ରୁ ଆଠଟା ଯାଏଁ ବଡଦାଣ୍ଡରେ ସୃଷ୍ଟି ହୋଇଥିଲା ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ। ଶ୍ରୀଗୀତ ଗୋବିନ୍ଦମ, ଭାଗବତ ଗୀତା,ଶ୍ରୀଜଗନ୍ନାଥଷ୍ଟକମ୍ ଆଉ ସ୍ୱତନ୍ତ୍ର ପ୍ରାର୍ଥନା ଭଳି ସୃଷ୍ଟି ହୋଇଥିଲା ଭିନ୍ନ ଏକ ପରିବେଶ। ଯାହାକୁ ନେଇ ଭକ୍ତ, ଦର୍ଶନାର୍ଥି ଓ ପର୍ଯ୍ୟଟକ  ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

 

puri temple

କେଉଁଠି ଭଜନ କୀର୍ତ୍ତନ ତ ଆଉ କେଉଁଠି ଚାଲିଥିଲା  ଶଙ୍ଖଧ୍ୱନି ଆଉ ବେଦପାଠ। ଶ୍ରୀଜଗନ୍ନାଥଷ୍ଟକମ୍ ସହ ଶ୍ରୀଗୀତଗୋବିନ୍ଦମ ସମଗ୍ର ପରିବେଶକୁ ପରିସ୍ପୃଟ କରିଦେଇଥିଲା। ଏଭଳି ନିଆରା ଆଧ୍ୟାତ୍ମିକ  ପରିବେଶ ମଧ୍ୟରେ ଉଦଘାଟିତ ହୋଇଥିଲା ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ।  ପ୍ରଥମେ ସିଂହଦ୍ଵାର ଆଗରେ ସମୁହ ଦ୍ୱିପଦାନ କରାଯିବା ପରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଯାହାକୁ ଭରପୁର ଉପଭୋଗ କରିଥିଲେ ଭକ୍ତ।

puri temple

ହଜାର ଭକ୍ତଙ୍କ ଆଗମନକୁ ନେଇ ପ୍ରତି ରବିବାର ବଡଦାଣ୍ଡରେ ଶ୍ରୀପୁରୁଷୋତ୍ତୋମ ପ୍ରାର୍ଥନା କାର୍ଯ୍ୟକ୍ରମର ଅୟୋଜନ କରାଯାଉଛି। ପୁର୍ବରୁ ନିଳାଦ୍ରୀ ଭକ୍ତୋମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ଏହାକୁ ପରିବର୍ତ୍ତନ କରାଯାଇ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା ନାମକରଣ କରାଯାଇଛି। ଏହି  କାର୍ଯ୍ୟକ୍ରମରେ ଶ୍ରୀଗୀତଗୋବିନ୍ଦମ ଲଳିତ କାନ୍ତ ପଦାବଳି ଅନୁସରଣରେ ଓଡିଶୀ ନୃତ୍ୟ , ଶ୍ରୀମଦ ଭାଗବତ ଗୀତାର ଦୁଇଟି ଶ୍ଳୋକ ଓ ଏହାର ବ୍ୟାଖ୍ୟା, ସାମୁହିକ ଭଜନ, ନାମ ସଂକୀର୍ତ୍ତନ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମର ତାଳେତାଳେ ବିଭୋର ହୋଇଥିଲେ ଭକ୍ତ।

ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା  କାର୍ଯ୍ୟକ୍ରମର ପ୍ରତି ରବିବାର ପ୍ରାତଃ ସାଢେ ଛଅଟାରୁ ଆଠଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ  ପ୍ରତିମାସ ସଂକ୍ରାନ୍ତି ଦିନ ସନ୍ଧ୍ୟା ସାତଟାରୁ ରାତ୍ର ୯ଟା ଯାଏଁ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।