close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କୁମ୍ଭକାର ମାନଙ୍କ ଜୀବନଜିବୀକା ଉଜାଡି ଦେଇଛି ଲଘୁଚାପ ବର୍ଷା

ଫନି ପରେ ଏବେ ଲଘୁଚାପ ଜନିତ ବର୍ଷା ଉଜାଡି ଦେଇଛି ପୁରୀର କୁମ୍ଭକାର ମାନଙ୍କ ଜୀବନଜିବୀକା। ଆଗକୁ ଆସୁଛି ଦୀପାବଳୀ ଅମାବାସ୍ୟା। ଏଥିରେ ମଧ୍ୟ କୁମ୍ଭକାରଙ୍କ ପକ୍ଷରୁ ଦୀପ ତିଆରି କରି ଶ୍ରୀମନ୍ଦିର ସହିତ ବଡଦାଣ୍ଡ ଓ ସହରର ବିଭିନ୍ନ ଦୋକାନୀଙ୍କୁ  ଯୋଗାଇଥାନ୍ତି। ହେଲେ ଚଳିତ ଲଘୁଚାପଜନିତ ଲଗାଣ ବର୍ଷାରେ ଝାଟି ଓ ଭାଟି ଓଦା ହୋଇଯାଇଥିବା ବେଳେ ଦୀପ ଗୁଡିକ ନ ଶୁଖି ନଷ୍ଟ ହେବାକୁ ବସିଲାଣି। ଯାହାକୁ ନେଇ କୁମ୍ଭକାର ପରିବାର ମୁଣ୍ଡରେ ହାତଦେଇ ବସିଛନ୍ତି।

କୁମ୍ଭକାର ମାନଙ୍କ ଜୀବନଜିବୀକା ଉଜାଡି ଦେଇଛି ଲଘୁଚାପ ବର୍ଷା

ପୁରୀ: ଫନି ପରେ ଏବେ ଲଘୁଚାପ ଜନିତ ବର୍ଷା ଉଜାଡି ଦେଇଛି ପୁରୀର କୁମ୍ଭକାର ମାନଙ୍କ ଜୀବନଜିବୀକା। ଆଗକୁ ଆସୁଛି ଦୀପାବଳୀ ଅମାବାସ୍ୟା। ଏଥିରେ ମଧ୍ୟ କୁମ୍ଭକାରଙ୍କ ପକ୍ଷରୁ ଦୀପ ତିଆରି କରି ଶ୍ରୀମନ୍ଦିର ସହିତ ବଡଦାଣ୍ଡ ଓ ସହରର ବିଭିନ୍ନ ଦୋକାନୀଙ୍କୁ  ଯୋଗାଇଥାନ୍ତି। ହେଲେ ଚଳିତ ଲଘୁଚାପଜନିତ ଲଗାଣ ବର୍ଷାରେ ଝାଟି ଓ ଭାଟି ଓଦା ହୋଇଯାଇଥିବା ବେଳେ ଦୀପ ଗୁଡିକ ନ ଶୁଖି ନଷ୍ଟ ହେବାକୁ ବସିଲାଣି। ଯାହାକୁ ନେଇ କୁମ୍ଭକାର ପରିବାର ମୁଣ୍ଡରେ ହାତଦେଇ ବସିଛନ୍ତି।

ଫନି ପରେ ଯାହା କିଛି କରି ଅଣ୍ଟା ସଳଖିଥିବା ପୁରୀର କୁମ୍ଭକାର ଏବେ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଆଗକୁ ଆସୁଛି ଦୀପାବଳୀ ଅମାବାସ୍ୟା। ବିକ୍ରି ହେବ ହଜାର ହଜାର ଦୀପ। ଆଉ ଏହି ଦୀପ ତିଆରି କରିବା ପାଇଁ ମଧ୍ୟ ଦୋକାନୀଙ୍କ ଠାରୁ ଅଗ୍ରୀମ ଅର୍ଥ ଗ୍ରହଣ କରିଛନ୍ତି। ଆଉ ଫନିର କ୍ଷୟକ୍ଷତିକୁ ଭରଣା କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଥିଲେ ଘରର ମୁରବୀ। ଏବେ କୋହଲା ପାଗ ସାଙ୍ଗକୁ ବର୍ଷା ଦୀପ ନ ଶୁଖିବାରୁ ହଜାରେ ଜାଗାରେ ଶହେ ଭଲ ବାହାରୁଛି। ପୁଣି ଭାଟିରେ ପୋଡିଲେ ତାହା ୨୪ ଘଣ୍ଟା ଜାଗାରେ ୪୮ ଘଣ୍ଟା ଲାଗୁଛି। ଗୋଟିଏ ପଟେ ମାଟିର ଅଭାବ ଅନ୍ୟପଟେ ଝାଟିଓଦା ହୋଇଥିବା ସହ ଖରା ନ ଥିବାରୁ ଦୀପ ଶୁଖିବାରେ ସମସ୍ୟା ହେଉଛି। ତାକୁ ନେଇ ଚିନ୍ତାରେ କୁମ୍ଭକାର ପରିବାର।.

ଘରେ ଘରେ ଦୀପ ତିଆରି ହୋଇଛି ମାତ୍ର ଶୁଖିବା ଓ ଭାଟି ନ ଥିବାରୁ ସେମାନେ ଦହଙ୍ଗଜ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଫନିରେ କିଛି କୁମ୍ଭକାରଙ୍କ ପାଇଁ ସହାୟତା କରିଥିଲେ ହେ ସେଥିରେ ଘର ତିଆରି ସହ ଭାଟି ଘର ତିଆରି କରିବା ସମ୍ଭବ ନୁହେଁ। ତେଣୁ ପୁଣି ଦୀପାବଳୀରେ ଦୀପ ତିଆରି କରି ବଜାରକୁ ଦେବା ବି ସ୍ୱପ୍ନ। ତେଣୁ ମାଟି ଦୀପ ସେତେଟା ଚାହିଦା ନ ଥିବା ବେଳେ ଦୋକାନୀଙ୍କ ଚାହିଦା ଅନୁସାରେ ଦୀପ ଯୋଗାଇବା ମୁସ୍କିଲ ବୋଲି କହିଛନ୍ତି ବରିଷ୍ଠ କୁମ୍ଭକାର।

ପ୍ରାକୃତିକ ଦୁର୍ବିପାକ ଫନି ପରେ ଏବେ ଲଗାଣ ବର୍ଷା। ବେହାଲ କରିଦେଉଛି କୁମ୍ଭକାରଙ୍କ ବେଉଶା। ହେଲେ ପ୍ରଶାସନ ପକ୍ଷରୁ କୁମ୍ଭକାରଙ୍କ ପ୍ରତି କିଛି ଆର୍ଥିକର ସହାୟତା ରହନ୍ତା ତେବେ କୁମ୍ଭକାରଙ୍କ ଉନ୍ନତି ହେବା ସହ କୌଳିକ ବୃତ୍ତି ବଂଚିଯାନ୍ତା ବୋଲି ଆଶାପ୍ରକଟ କରିଛନ୍ତି କୁମ୍ଭକାର।